Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଲୋକଙ୍କ ସମସ୍ୟା ବୁଝିବାକୁ ଜିଲା ପ୍ରଶାସନ ପକ୍ଷରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ

57 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ବୌଦ୍ଧ ଜିଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଜିଲା ପ୍ରଶାସନର ଅଧିକାରୀମାନେ ତେଲିବନ୍ଧ ଗ୍ରାମପଞ୍ଚାୟତର ଚନ୍ଦ୍ରପୁର ଗ୍ରାମକୁ ଯାଇ ପ୍ରତ୍ୟେକ ପରିବାରର ସମସ୍ୟା ବୁଝିଥିଲେ । ଗ୍ରାମରେ ୨୫୦ ପରିବାର ରହୁଥିବାବେଳେ ୪୦ ଜଣ ଯୁବଛାତ୍ରଙ୍କ ବୈଷୟିକ ଶିକ୍ଷାର ଆବଶ୍ୟକତା ରହିଥିବାବେଳେ ମଡେଲ ଅଙ୍ଗନବାଡି କେନ୍ଦ୍ରରେ ପରିଶ୍ରାଗାର ଏବଂ ପାନୀୟଜଳ ଯୋଗାଣ ସମସ୍ୟା ରହିଥିବା ଜାଣିବାକୁ ପାଇଥିଲେ । ଜଣେ ଶାରିରୀକ ଭିନ୍ନକ୍ଷମଙ୍କ ଆର୍ଥିକ ସହାୟତା ସହ ଟ୍ରାଇସାଇକେଲର ଆବଶ୍ୟକତା ରହିଥିବା, ଗ୍ରାମରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥ. ଅନେକ ଲୋକ ଭତା ପାଉଥିଲେ ମଧ୍ୟ ବ୍ୟାଙ୍କକୁ ଯାଇ ହଇରାଣ ହେଉଥିବା,କିଛି ଯୋଗ୍ୟ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ହେବା ନଜରକୁ ଆସିଥିଲା । ଗ୍ରାମରେ ୨୨୩ ଏକର ପରିମିତ ଅଞ୍ଚଳରେ ଥିବା ରାଜାବନ୍ଧ ଲୋକଙ୍କ କୌଣସି କାମରେ ଆସୁନଥିବା ଜାଣିବାକୁ ପାଇଥିଲେ ।

୬୫ବର୍ଷର ପାରାଲିଶିସଗ୍ରସ୍ତ ବୃଦ୍ଧା ମାଙ୍କୁ ଚିକିତ୍ସା ସେବା ଆବଶ୍ୟକ ଥିବା ଜାଣିବାକୁ ପାଇଥିଲେ । ଗ୍ରାମରେ ଥିବା ଚେକ୍ ଡ୍ୟାମ ର ପୁନର୍ବିନ୍ୟାସ ପାଇଁ ଲୋକମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ୩୬ ଲକ୍ଷ ଟଙ୍କା ବ୍ୟୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଉଠାଜଳସେଚନ ବିଭାଗ ପକ୍ଷରୁ ନିର୍ମାଣାଧିନ ପ୍ରକଳ୍ପ ଏପର୍ଯ୍ୟନ୍ତ ସଂପୁର୍ଣ୍ଣ ହୋଇନଥିବା ଜାଣିବାକୁ ପାଇଥିଲେ । ଯଥାଶିଘ୍ର ଗ୍ରାମର ସମସ୍ୟା ଗୁଡିକର ସମାଧାନ ପାଇଁ ଜିଲାପାଳ ପ୍ରତିଶୃତି ଦେଇଥିଲେ । ଜିଲାପାଳଙ୍କ ସହିତ ଏହି ଅଭିଯାନରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲାପରିଷଦ ଅଶ୍ୱିନୀ କୁମାର ମେହେର,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ ପ୍ରମୁଖ ସାମିଲ ହୋଇଥିଲେ । ପ୍ରତ୍ୟେକ ସପ୍ତାହରେ ଜିଲା ଓ ବ୍ଲକର ସମସ୍ତ ଅଧିକାରୀ ଉପାନ୍ତ ଅଞ୍ଚଳରେ ଥିବା ଗୋଟିଏ ଗ୍ରାମରେ ପହଞ୍ଚି ପ୍ରତ୍ୟେକ ପରିବାର ସହ ଆଲୋଚନା କରି ସମସ୍ତ ସମସ୍ୟା ବୁଝିବା ସହ ସେଗୁଡିକର ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Related Post

ନିଶାଦ୍ରବ୍ୟ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ

Posted by - August 2, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାର ରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା…

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Posted by - October 13, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ,) ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର…

ଖପ୍ରାଖୋଲ ପୋଲିସ ଦ୍ୱାରା ଦଶ ଜଣ ଦାଦନ ଶ୍ରମିକ , ଦାଦନ ସର୍ଦ୍ଦାର କୋର୍ଟ ଚାଲାଣ

Posted by - November 21, 2022 0
ଖପ୍ରାଖୋଲ ୨୧/୧୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ୍ ସୋମବାର ସକାଳେ ଚଢାଉ କରି ୬ ଶିଶୁ ସମେତ ୧୦ ଜଣ ଶ୍ରମିକ ଉଦ୍ଧାର…

ବିଂଝାରପୁର ଥାନା ଅନ୍ତର୍ଗତ କଏଣା-ରଘୁନାଥପୁର ପଂଚାୟତ ଦାସ ସାହିରେ ଗଣ୍ଡଗୋଳ

Posted by - December 31, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ କଏଣା-ରଘୁନାଥପୁର ପଂଚାୟତ ଦାସ ସାହିରେ ଗଣ୍ଡଗୋଳ । ଜଣେ ଯୁବକ ଆହତ ହୋଇ ଡାକ୍ତରଖାନା ରେ…

ସଜା ମିଳିଲା ଭୈରବୀ ମୁର୍ତ୍ତି ଚୋରକୁ

Posted by - January 18, 2022 0
ମାଲକାନଗିରି:(ଅବଦୁଲ ଗନି)ଗତ ଦିନରେ ପୁରୁଣାଗୁମ୍ମା ଭୈରବୀ ମନ୍ଦିରରେ ସ୍ଥାପିତ ଭୈରବୀ ଦେବୀଙ୍କ ପ୍ରସ୍ତର ମୂର୍ତ୍ତିକୁ ଗାଦିପୁଟ ଗ୍ରାମର ଏକ ଜୈନିକ ବ୍ୟକ୍ତି ଚୋରି କରି ନେଇଯାଇଥିଲା,ଯାହାକି ସମଗ୍ର…