ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ

307 0

ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ)  ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ l ଏଭଳି ଏକ ବିଭତ୍ସ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ଜଣକ ସମ୍ବଲପୁର ଛିପିଲିମା ଅଂଚଳର ବନ୍ତୋଷ ଗଣ୍ଡ ହୋଇଥିବା ବେଳେ ଗୁରୁତର ଥିବା ତାଂକ ପତ୍ନୀ ହେଲେ ପାଲିଗାଁର ରଂଜିତା ଗଣ୍ଡ l ଆଜି ସକାଳୁ କୌଣସି ଏକ କାରଣରୁ ପାଲିଗାଁସ୍ଥିତ ରଂଜିତାଂକ ବାପ ଘରେ ଉଭୟ ସ୍ବାମୀ ଓ ସ୍ତ୍ରୀଂକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l

ଏଥିରେ ଉତକ୍ଷିପ୍ତ ହୋଇ ବନ୍ତୁୋଷ ରଂଜିତାଂକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ l ତାଂକ ଭୁଜାଲି ଆକ୍ରମଣରେ ରଂଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲା l ରଂଜିତାକୁ ଗୁରତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ରଂଜିତାଂକ ଅବସ୍ଥା ଏବେ ସ୍ବଭାବିକ ରହିଛି l ସେପଟେ ବନ୍ତୋଷ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି l ବୀରମହାରାଜପୁର ପୋଲିସ ଖବର ପାଇ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

Related Post

ଲାକରିଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ନାମଲେଖା କାର୍ଯ୍ୟକ୍ରମ

Posted by - April 18, 2023 0
କାଶୀପୁର :(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତାଳଝିରି ପଞ୍ଚାୟତ ଲକାରୀଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ( KGBB )ରେ ଛାତ୍ରୀଙ୍କ ନାମ…

ଉମେର ଗ୍ରାମରେ ମହାଭାରତ ମହାଯଜ୍ଞର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Posted by - December 6, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉମେର ଗ୍ରାମ ଆମ୍ବ ତୋଟା ଠାରେ ମହା ସମାରୋହର ସହ ମହାଭାରତ ମହାଯଜ୍ଞ…

ବେଦାନ୍ତ ନନ୍ଦଘର ମମତା ହିମସ ତରଫରୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ ଦିବସ ପାଳନ

Posted by - July 3, 2022 0
ମୁନିଗୁଡା: (ରମାକାନ୍ତ ପଡାଲ )ରାୟଗଡା ହାଟମୁନିଗୁଡା ଗ୍ରାମ ପଞ୍ଚାୟତ ର ବକ୍ସି ସିରିପୁର ନନ୍ଦ ଘର ( ଅଙ୍ଗନବାଡି କେନ୍ଦ୍ର ) ଠାରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ…

ମନମୁଣ୍ଡା 5T ଉଚ୍ଚବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ କଲେ ଡେପୁଟି ସେକ୍ରେଟାରୀ

Posted by - October 11, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂ)ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା 5T ବିଦ୍ୟାଳୟ ରୂପାନ୍ତରି କରଣ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ମେଧାବୀ ଛାତ୍ର ଛାତ୍ରୀ ଙ୍କ ମନରେ ପ୍ରତିଯୋଗୀ ମନୋଭାବ…

ରାୟଗଡା ଜିଲ୍ଲାରେ ଉତ୍କଟ ହେଲା ତୈଳ ସଙ୍କଟ, ପେଟ୍ରୋଲ ଡିଜେଲ ପାଇଁ ଖାଉଟି ହନ୍ତସନ୍ତ, ଅନେକ ପେଟ୍ରୋଲ ପମ୍ପ ବନ୍ଦ

Posted by - April 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟରେ ଅହେତୁକ ଭାବେ ପେଟ୍ରୋଲ ଡିଜେଲ ର ମୂଲ୍ୟ ବୃଦ୍ଧି ଖାଉଟି ଙ୍କୁ ହନ୍ତସନ୍ତ କରୁଥିବା ବେଳେ ରାୟଗଡା…