ତେଲେଙ୍ଗାନା ରାଜ୍ୟ କୁ ଦାଦନ ଚାଲାଣ ବେଳେ ପୋଲିସ ର ଚଢ଼ାଉ ଛଅ ଦାଦନ ଶ୍ରମିକ ଉଦ୍ଧାର , ସର୍ଦ୍ଦାର ଫେରାର

70 0

ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଗାଁ ନିକଟରେ ଏକ ଯାତ୍ରୀବାହୀ ଆଟୋ ମାଧ୍ୟମରେ କଣ୍ଟାବାଞ୍ଜି କୁ ୬ ଜଣ ଦାଦନ ଶ୍ରମିକ ଚାଲାଣ ହେଉଥିବା ସମୟରେ ପୋଲିସ ଚଢ଼ାଉ କରି ଉଦ୍ଧାର କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ପାଟଣାଗଡ ର ଦାଦନ ସର୍ଦ୍ଦାର ବୁଲୁ ଜାଲ ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ଭାଲୁଦୋରା ଗାଁ ରୁ ୬ ଜଣ ଦାଦନ ଶ୍ରମିକ ମାନଙ୍କୁ ଏକ ଆଟୋ ଗାଡି ନମ୍ବର ଓଡ଼ି ୧୭ ଏକ୍ସ ୫୬୨୬ ରେ କଣ୍ଟାବାଞ୍ଜି କୁ ନେଉଥିଲେ । ସେଠାରୁ ଦାଦନ ଶ୍ରମିକ ମାନଙ୍କୁ ତେଲେଙ୍ଗାନା ରାଜ୍ୟ ର ପଇଦାପାଲି କୁ ଚାଲାଣ ହୋଇଥାନ୍ତି । ହେଲେ ପୋଲିସ କୌଣସି ବିଶ୍ବସ୍ତ ସୂତ୍ରରୁ ଦାଦନ ଚାଲାଣ ହେଉଥିବା ଖବର ପାଇ ଆଟୋ ଗାଡି କୁ କଂଶାପଲା ଗାଁ ନିକଟରେ ଅଟକ ରଖି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଉଦ୍ଧାର ଦାଦନ ଶ୍ରମିକ ମାନେ ସର୍ଦ୍ଦାର ପାଖରୁ ଆଧାର କାର୍ଡ ଦେଇ ୫ ହଜାର ଟଙ୍କା ଅଗ୍ରୀମ ନେଇଥିବା ବେଳେ ସେମାନଙ୍କୁ ମୁଣ୍ଡ ପିଛା କଣ୍ଟାବାଞ୍ଜି ରେ ୩୫ ହଜାର ଟଙ୍କା ଦାଦନ ସର୍ଦ୍ଦାର ଦେଇଥାନ୍ତା ବୋଲି ପ୍ରକାଶ କରିଛନ୍ତି । ଉଦ୍ଧାର ଦାଦନ ଶ୍ରମିକ ମାନଙ୍କୁ ନିଜ ଗାଁ ରେ ପୋଲିସ ଛାଡି ଦେଇଥିବା ବେଳେ ଏକ ବେଆଇନ ଦାଦନ ଚାଲାଣ ମାମଲା କେସ ନମ୍ବର ୧୭୬ ରେ ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଏସ ଆଇ ଗୋପିନାଥ ମହକୁର ପ୍ରକାଶ କରିଛନ୍ତି। ପ୍ରକାଶ ଯେ ଦାଦନ ଶ୍ରମିକ ମାନଙ୍କ ଭିଟାମାଟି ରେ ଆବଶ୍ୟକ ଟଙ୍କା ରୋଜଗାର କରିବା ପାଇଁ କାମ ମିଳୁନଥିବାରୁ । ସେମାନେ ବିବାହ , ବ୍ରତ ଓ ନିଜ ପରିବାର ପୋଷଣ ପାଇଁ ବିଭିନ୍ନ ସୂତ୍ର ରୁ ଧାର କରଜ କରୁଥିବା ଟଙ୍କା ଶୁଝିବା ପାଇଁ ଦାଦନ ଯାଉଥିବା ପ୍ରକାଶ କରିଛନ୍ତି।

Related Post

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 25, 2021 0
ଯାଜପୁର ବ୍ଳକ ଶ୍ୟାମଦାସପୁର ପଂଚାୟତ କୁଜାହାଲା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଧାୟକ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ

Posted by - March 8, 2022 0
ବେଲଗୁଣ୍ଠା:(ଆଜି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ଡ. ସଂଯୁକ୍ତା ପଣ୍ଡାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ପ୍ରଦ୍ୟୁମ୍ନ ବଳଙ୍କ ସ୍ମୃତି ସଂସଦ ପକ୍ଷରୁ ୮୯ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Posted by - November 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଅପିଂସର୍ସ କ୍ଲବ ପରିସରରେ ପ୍ରବିଣ ସାମ୍ବାଦିକ ତଥା ରାଷ୍ଟ୍ରନିତିଜ୍ଞ ପ୍ରଦ୍ୟୁମ୍ନ ବଳଙ୍କ ୮୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି…

ରାଜ୍ୟ ଗୃହ ନିର୍ମାଣ ଅଧକ୍ଷ୍ୟଙ୍କ ଖପ୍ରାଖୋଲ ଅଂଚଳ ଗ୍ରସ୍ତ, ଧଣ୍ଡାମୁଣ୍ଡା ଗାଁ ରେ ବାଣ୍ଟିଲେ ଭତ୍ତା

Posted by - November 3, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ରାଜ୍ୟ ଗୃହ ନିର୍ମାଣ ନିଗମ ଅଧକ୍ଷ୍ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ବୁଧବାର ଖପ୍ରାଖୋଲ ଅଂଚଳ…

ତାଲୁକ୍ ଆଇନ ସେବା ସମିତି କେସିଙ୍ଗା ର ସଚେତନ ଶିବିର ଅନୁଷ୍ଠିତ

Posted by - November 10, 2022 0
କେସିଙ୍ଗା : (ପୀତେଶ ପଟେଲ) ତାଳୁକା ଆଇନ ସଚେତନ ସମିତି ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଧକ୍ଷତ ରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ…