ଆଦାନୀ କମ୍ପାନୀ କୁ ବିରୋଧ ! କାରଖାନା ନାହିଁତ ଖଣି ନାହିଁ ,”ଶାଶୁବହୁ ମାଳି”ତେଜିଲେ କାଶୀପୁର ବ୍ଲକ ବାସିନ୍ଦା

190 0

କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା ଖଣି ସମ୍ପଦ ଭରା “କାଶୀପୁର ବ୍ଳକ” କାଶୀପୁର ବ୍ଲକ ଅନ୍ତର୍ଗତ ଶାଶୁବହୁ ମାଳି ପାରିପାର୍ଶ୍ବିକ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଏବଂ କାଶୀପୁର ବ୍ଲକ ର ବିଭିନ୍ନ ସଙ୍ଗଠନର ବୁଦ୍ଧି ଜୀବୀ, ସମାଜ ସେବୀ, ସର୍ବଦଳୀୟ ରାଜନେତା ,ଶିକ୍ଷିତ ଯୁବକ, ତଥା ଆଇନଜୀବୀଙ୍କ ସମେତ ଅଞ୍ଚଳବାସୀ ଆଜି କାଶୀପୁର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀକାଳୀନ ବୁର୍ବ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକର ମୁଖ୍ୟ ବିଷୟ ଥିଲା ଯେ’ କିଛି ମାସ ପୂର୍ବରେ ଶାଶୁବହୁ ଅଞ୍ଚଳରେ ତଥା କାଶୀପୁର ଆଞ୍ଚରେ କାରଖାନା ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟସରକାର ସ୍ପଷ୍ଟୀକରଣ କରିଥିବା ବେଳେ ହଠାଥ କାରଖାନାଟି ଅନ୍ୟତ୍ର ବ୍ଲକ କୁ ସ୍ଥାନାନ୍ତର କରାଯାଇଥିବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ପରେ ଏବେ ଅଞ୍ଚଳ ବାସୀ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ ଆରମ୍ଭ କରିଥିଲେ।

ସରକାରଙ୍କ ଅନୁମତି କ୍ରମେ ଆଦାନୀ କମ୍ପାନୀ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରିବ ବୋଲି ଆଶା ବାନ୍ଧିଥିବା ବେଳେ କେବଳ ଖଣି ଉତ୍ତଳନ ପରେ ଅନ୍ୟତ୍ର ସ୍ଥାନାନ୍ତର କରିବା ନିଷ୍ପତ୍ତି ଲୋକଙ୍କ ଆଶା ମୌଳି ଯାଇ ବର୍ତ୍ତମାନ ବିରୋଧର ପରିଭାସ ଦେଖାଦେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇ ଥିବା ବେଳେ ” କାରଖାନା ନାହିଁ ତ ଖଣି ମଧ୍ୟ ଦିଆଯିବ ନାହିଁ ” ବୋଲି ଖଣି ପ୍ରଭାବିତ ଅଞ୍ଚଳବାସୀ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଲୋକଙ୍କୁ ନେଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇଥିଲା ।

ଚଳିତ ବର୍ଷ ସରକାର ରାଜ୍ୟରେ ଶିଳ୍ପପ୍ରତିଷ୍ଠା ପାଇଁ ବିଭିନ୍ନ ଶିଳ୍ପପତି ସହିତ ବୁଝାମଣା ପରେ ଆଦାନୀ ଗ୍ରୁପ ପକ୍ଷରୁ କାଶୀପୁର ଅନ୍ତର୍ଗତ ଶାଶୁବହୁ ଖଣି ଅଞ୍ଚଳରେ ଏହା ବୃହତ ଆଲୁମିନା ଶିଳ୍ପ କାରଖାନା ର ପ୍ରତିଷ୍ଠା ପାଇଁ ସରକାର ସ୍ତରରେ ପ୍ରକାଶ ପାଇଥିଲା । କିନ୍ତୁ କିଛିଦିନ ପରେ ଏହି ଅଞ୍ଚଳରେ ବର୍ତ୍ତମାନ କାରଖାନା ର ଅନିଶ୍ଚିତତା ଥିବା ସୂଚନା ପଦାକୁ ଆସିଛି । ସୂଚନା ପ୍ରକାରେ କଲ୍ୟାଣ-ସିଙ୍ଗପୁର ବ୍ଲକ ଅନ୍ତର୍ଗତ ସିକରପାଇ ଅଞ୍ଚଳର କୌଣସି ଏକ ସ୍ଥାନ ରେ ଉକ୍ତ କାରଖାନା ପ୍ରତିଷ୍ଠା କରାଯିବାର ଯୋଜନା ରହିଥିବାବେଳେ କଞ୍ଚାମାଲ ଭାବେ ଶାଶୁବହୁ ମାଳି ଠାରୁ ଖଣି ଉତ୍ତଳନ ପରେ ଉକ୍ତ ସ୍ଥାନ କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।ଏହି ଖବର ଲୋକଲୋଚନକୁ ଆସିବା ପରେ ବର୍ତ୍ତମାନ ଅଞ୍ଚଳରେ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହି ବୈଠକ ରେ ପ୍ରସ୍ତାବିତ ଆଦାନୀ ଗ୍ରୁପ କୁ ଖଣି ଉତ୍ତଳନ ଓ ଆଲୁମିନା କାରଖାନା ପ୍ରତିଷ୍ଠା ନିମନ୍ତେ ସର୍ବସମ୍ମତି କ୍ରମେ ସ୍ୱାଗତ କରାଯିବ, ଯଦି କାରଖାନା ପ୍ରତିଷ୍ଠା ନ ହୁଏ କୌଣସି ମୋତେ ଶାଶୁବହୁ ମାଳି ର ଖଣି କୁ ଉତ୍ତଳନ ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ଉପସ୍ଥିତ ଜନସାଧାରଣ ମଧ୍ୟରେ ନିଷ୍ପତ୍ତି ଗ୍ରହଣ ଯାଇଥିଲା । ଏଥିରେ ରାଜ୍ୟ ସରକାର ଆମ ଅଞ୍ଚଳରେ କାରଖାନା ପାଇଁ ଅଗ୍ରାଧିକାର ନ ଦେଲେ ଭବିଷ୍ୟତ ରେ ଅଞ୍ଚଳ ର ଜନସାଧାରଣ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବା ସହିତ ଏଭଳି ନିଷ୍ପତ୍ତି କୁ ଅନ୍ତିମ ଚରଣ ପର୍ଯ୍ୟନ୍ତ ବିରୋଧ ଜାରି ରଖିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏବଂ କାରଖାନା ସ୍ଥାନାନ୍ତରିତ ଘଟଣାର ସତ୍ୟା ସତ୍ୟ ସମ୍ପର୍କରେ ରାୟଗଡା ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ସାର୍ବଜନୀକ ହେଉ ବୋଲି ଆଲୋଚନା ହୋଇଥିଲା ।

ଏହି ବୈଠକରେ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ବଂଶୀଧର ନାଏକ, BSP ଜିଲ୍ଲା ସଭାପତି ସରୋଜ ନାଏକ, ବ୍ଲକ ସଭାପତି BSP ବିଶ୍ବମ୍ବର ନାଏକ, ଅନିଲ ଜଏନ, ବାବୁଲା ମିଶ୍ର, ମନୋଜ ମିଶ୍ର, ଆଇନ ଜୀବୀ ଭଗବାନ ପାତ୍ର, ସଦାନନ୍ଦ ନାଏକ, ରାଜେନ୍ଦ୍ର ନାଏକ ଖୁରିଗାଁ GP ସଭାପତି କାର୍ତିକ ନାଏକ, ରାମ ମାଝୀ, ଜିଲ ଗଉଡ଼ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଠିକ ଏହିପରି ଅନ୍ୟ ଏକ ବୈଠକ ଶାଶୁବହୁ ମାଳି ସୁରକ୍ଷା ମଞ୍ଚ ପକ୍ଷରୁ କମଳ ସାଉନ୍ତାଙ୍କ ନେତୃତ୍ୱରେ କାଶୀପୁର ରେ କାରଖାନା ନାହିଁ ତ ଖଣି ନାହିଁ ବୋଲି ଆଦାନୀ କମ୍ପାନୀ ବିରୁଦ୍ଧରେ ଚମ୍ପାଯୋଡି ପଖରୀ ନିକଟରେ ଅନୁଷ୍ଠିତ ହୋଇଥିଲା।

Related Post

ଡେବ୍ରିଗଡ ଅଭୟାରଣ୍ୟ ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ସୁଭାରମ୍ଭ ହେଲା ଶୀତ ତାପ ନିୟନ୍ତ୍ରିତ ସଫାରୀ ଗାଡ଼ି

Posted by - June 17, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ର ଡେବ୍ରିଗଡ ଅଭୟାରଣ୍ୟ ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ସୁଭାରମ୍ଭ ହେଲା ଶୀତ ତାପ ନିୟନ୍ତ୍ରିତ ସଫାରୀ ଗାଡ଼ି ସେବା । ଏଣିକି…

ସରକାରୀ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନର ମହା ଘୋଟଲା,ଅସ୍ଵାସ୍ଥ୍ୟକର ପରିବେଶ ସହିତ ନିମ୍ନ ମାନର ଖାଦ୍ୟ.

Posted by - July 23, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହଳଦୀ ଗୁଣ୍ଡ ମିଶା ଗରମ ପାଣି ସହିତ ଅଧକିଲୋ ଆଳୁ ବିଦ୍ୟାଳୟରେ ଉପସ୍ଥିତ 39ଟି ପିଲାଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ଦିଆଯାଉଛି ମଧ୍ୟାହ୍ନ…

କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ : ୬ ଲୋକସଭା, ୪୧ ବିଧାନସଭାରେ ହେବ ଭୋଟିଂ

Posted by - April 28, 2019 0
ଭୁବନେଶ୍ବର ୨୮/୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି…

କଂଗ୍ରେସରେ ମାର୍‌ପିଟ:ପୁରୀ ପରେ ଏବେ ଭଦ୍ରକ,ଏହା ଦଳ ବାହାର ଲୋକଙ୍କ କାମ:-ନିରଞ୍ଜନ ପଟ୍ଟନାୟକ

Posted by - February 19, 2020 41
ଭଦ୍ରକ ୧୯।୦୨: କଂଗ୍ରେସ ଅଫିସରେ ପୁଣି ଗଣ୍ଡଗୋଳ । ଗତଥର ପୁରୀରେ ,ଏଥର ଭଦ୍ରକରେ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

କୋରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି 

Posted by - September 9, 2020 0
ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲାରେ ଆସିଥିବା ବନ୍ୟା ପରେ କୋରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛିବିଶେଷକରି ଯାଜପୁର,ଦଶରଥପୁର,ବିଂଝାରପୁର,ବରୀ ଏବଂ ରସୁଲପୁର ବ୍ଲକରୁ ଅଧିକରୁ ଅଧିକ ସଂଖ୍ୟକ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଥିପାଇଁ ଏହି ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ ନିୟମକୁ କଡାକଡି ଭାବେ ଲାଗୁ କରିବାକୁ ଜିଲାପ୍ରଶାସନ ନିଷ୍ପତି ହୋଇଛି । ବନ୍ୟା ସମୟରେ କୋରୋନା କଟକଣାକୁ କୋହଳ କରାଯାଇଥିଲା କିନ୍ତୁ ଏବେ ପୁଣି ମାସ୍କ ପିନ୍ଧିବାକୁ କଡାକଡି କରାଯିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଭିନ୍ନ ଦୋକାନ ଓ ବ୍ୟବସାୟୀ ମାନେ ଗ୍ରାହକଙ୍କୁ କୋଭିଡ ନିୟମ ପାଳନ କରିବାକୁ ବାଧ୍ୟ କରିବା ଆବଶ୍ୟକ ବୋଲି ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଂଚଳରେ ଘରକୁ ଘର ବୁଲି ସାମ୍ପୁଲ ପରିକ୍ଷା କରାଯିବ ଓ ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି ।