ନର୍ଲା ବ୍ଲକ ର ୪ଟି ପଞ୍ଚାୟତ ର ଧାନ ଫସଲ ରେ ମାଟିଆ ଗୁଣ୍ଡିପୋକ ର ପ୍ରାଦୁର୍ଭାବ, ଶୀଘ୍ର ପ୍ରତିକାର ଦାବି

58 0

ନର୍ଲା:(ଅମିୟ କୁମାର ଦାସ)ଚଳିତ ବର୍ଷ ଉତ୍ତମ ବର୍ଷା ହୋଇଥିବା ଯୋଗୁଁ ଧାନ ଚାଷ ଖୁବ ଭଲ ହୋଇଛି |ଧାନ ବିକ୍ରି କୁ ନେଇ ଚାଷୀ ଅନେକ ଆଶା ବାନ୍ଧି ବସିଚି, ଏବେ ଧନ ଅମଳ ସମୟ ହେବା ବେଳକୁ ଦାଉ ସାଧୁଛି ମାଟିଆ ଗୁଣ୍ଡି ପୋକ (ବିପିଏଚ)| ବିଶେଷ କରି ନର୍ଲା ବ୍ଲକ ର ସରିଆଁ,ରାକ୍ସସି, ଭୀମକେଲା ଓ କର୍ମେ ଗାଁ ରେ ବ୍ୟାପକ ପରିମାଣ ର ବିପିଏଚ ଲାଗିଥିବା ର ଜଣାପଡିଛି |

ଗତ ୨୦୧୮ ଏହି ବିପିଏଚ ଯୋଗୁଁ ନର୍ଲା ଅଞ୍ଚଳ ର ଚାଷୀ ସର୍ବଶୁଅନ୍ତ ହୋଇ ଯାଇଥିଲେ, ଏ ବର୍ଷ ମଧ୍ୟ ବ୍ଲକ ର ଅନେକ ଗ୍ରାମ ପଞ୍ଚାୟତ ର ଅଞ୍ଚଳ ରେ ଅଳ୍ପ ଅଳ୍ପ ଏହି ରୋଗ ଲାଗିବ ଆରମ୍ଭ ହୋଇ ଯାଇଥିବା ବେଳେ ଉପରୋକ୍ତ ଚାରିଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳ ରେ ଏହି ରୋଗ ପୋକ ବ୍ୟାପକ ପରିମାଣ ରେ ଲାଗି ପାଚିଲା ଧାନ ସୁଖି ପାଳ ଭଳି ହୋଇଗଲାଣି |ସୁନା ପରି ଧାନକେଣ୍ଡା ବିପିଏଚ ପୋକ ଯୋଗୁଁ ମିଳନ ପଡିଯାଇଛି ଯାହାକୁ ଦେଖି ଚାଷୀ ଆଖିର ନିଦ ହଜିଯାଇଛି,ଯେତେ ପ୍ରକାର କୀଟନାସକ ପୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଚାଷୀ କୁଳ |

କେତେକ ଅଳ୍ପ ସମୟ ଅବଧି ର ଧାନ ପଚି ସାରିଥିବା ବେଳେ ଦୀର୍ଘ ସମୟ ଧାନ ଏବେ କେଣ୍ଡା ଧରୁଛି | ଏଣୁ ସମୟ ପୂର୍ଵ ରୁ ଯଦି ବିପିଏଚ ରୋଗ ଆୟତ୍ତ କୁ ନ ଆସେ ଚଳିତ ବର୍ଷ ମଧ୍ୟ ଚାଷୀ ସର୍ବସ୍ବନ୍ତ ହେବା ଶତପ୍ରତିଶତ ନିଶ୍ଚିତ | ଏଣୁ ଏଥିପ୍ରତି କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ମହଲ ରେ ଦାବି ହୋଇଛି |

Related Post

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨୬୪ ଆକ୍ରାନ୍ତ ,ରାଜ୍ୟରେ ମୋଟ ୬୬୧୪ ଆକ୍ରାନ୍ତ

Posted by - June 28, 2020 376
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୬୪ ଜଣଙ୍କୁ  ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଉପାନ୍ତ ଅଞ୍ଚଳର ବିକାଶର ଧୁଆଁବାଣ, ଚିକିତ୍ସା ପାଇଁ ଖଟରେ ୧୦ କିଲୋମିଟର ଯାତ୍ରା

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଚକ୍ରବ୍ୟୁହ ରେ ଛନ୍ଦି ହେଉଥିବା କଳାହାଣ୍ଡି ଜନତା ସ୍ଵାଧୀନତା ର ଦୀର୍ଘ ଦଶନ୍ଧି…

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ସଂଧ୍ୟା ୫.୪୫ରେ ଲାଗିଥିଲା ତାଳଧ୍ବଜ, ୬.୪୦ରେ ପହଞ୍ଚିଲା ନନ୍ଦିଘୋଷ

Posted by - July 4, 2019 382
ଭୁବନେଶ୍ୱର, ୪।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ…

ବିଦେଶୀ ଶିଳ୍ପୀଙ୍କ ହାତର ସ୍ପର୍ଷରେ ପ୍ରତିଷ୍ଠା ହେବ ଯାଜପୁରରେ ଅନେକ କଳାକୃତି 

Posted by - November 27, 2022 0
ଯାଜପୁର:ବିଦେଶୀ ଶିଳ୍ପୀଙ୍କ ହାତର ସ୍ପର୍ଷରେ ପ୍ରତିଷ୍ଠା ହେବ ଯାଜପୁରରେ ଅନେକ କଳାକୃତି ଭାରତର ବାହାରୁ ୧୦ରୁ ଉର୍ଦ୍ଧ ଶିଳ୍ପୀ ଆଜି ଯାଜପୁରରେ ପହଂଚି ଜିଲାପାଳ ଚକ୍ରୱର୍ତି ସିଂ ରାଠୋର ଙ୍କ ସହିତ ଆଲୋଚନା କରିଛନ୍ତି । ମେକ୍ସିକୋ,ଉଗାଣ୍ଡା,ସାଉଥ ଆମେରିକା ସମେତ ବିଭିନ୍ନ ଦେଶରୁ ଏହି ଶିଳ୍ପୀ ମାନେ ଜିଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କଳାକୃତି ନିର୍ମାଣ କରିବେ ।ଏଥିସହିତ ସ୍ଥାନୀୟ ଅଂଚଳ ର ଶିଳ୍ପୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିବା ସହିତ ତାଲିମ ମଧ୍ୟ ପ୍ରଦାନ କରାଯିବ । ଯାଜପୁରରେ ରହିଥିବା କଳାକୃତି ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବା ସହିତ ଏହି ବିଦେଶୀ ଶିଳ୍ପୀ ମାନେ ବିଦେଶରେ ମଧ୍ୟ ଯାଜପୁରର କଳାକୃତୀ ପ୍ରଦର୍ଶିତ କରିପାରିବେ ବୋଲି ଆଶା କରାଯାଉଛି ।  ଚକ୍ରୱର୍ତି ସିଂ ରାଠୋର,ଯାଜପୁର ଜିଲାପାଳ