ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ମିତବ୍ୟୟୀତା ଦିବସ ପାଳିତ

60 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ବୌଦ୍ଧ ଜିଲ୍ଲା ରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ସବୁଜ ପତାକା ଦେଖାଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । ଏହି ରଥର ଲକ୍ଷ ହେଲା ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହି ସଞ୍ଚୟ କରିବାକୁ ଅଂନଶୀକୃତି ପ୍ରାପ୍ତ ବ୍ୟାଙ୍କ ଓ ଅର୍ଥ ଲଗାଣ ସଂସ୍ଥା ଠାରୁ ଦୂରେଇ ରହି ଡାକ ଘର ଓ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ରେ ସଞ୍ଚୟ କରିବା ଲକ୍ଷ୍ୟ ନେଇ ଏହି ରଥ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ପ୍ରସାର କରାଯାଇଛି ।

ବୌଦ୍ଧ ଏନଏସି ଇଓ ଇଂ ମନରଞ୍ଜନ ପଣ୍ଡା ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଞ୍ଚୟ କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ସ୍ୱଳ୍ପ ସଞ୍ଜୟ ଅଧିକାରୀ ତଥା ସହକାରୀ ଜିଲ୍ଲା ପାଳ ବିରଞ୍ଚି ଧରୁଆ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ ୩୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ମିତ ଵ୍ୟୟୀ ପକ୍ଷ ପାଳନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତlକାନ୍ତି ବଳିଆରସିଂ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଏନଏଚଆଇ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଆଜାଦି କି ଅମୃତ ମହୋତ୍ସବ ଅବସରରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସମ୍ବଲପୁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

 ଉଗ୍ର ହେଉଛି ମୋରୋଡା ଏସ୍.ଏସ୍.ବି ଇଞ୍ଜିନିୟରିଂ କଲେଜ ଷ୍ଟଡିଲୋନ ଆତ୍ମସାତ ଅଭିଯୋଗ ଘଟଣା

Posted by - September 25, 2019 0
ମୟୁରଭଞ୍ଜ:ଏସ ଏସ ବି ଇଞ୍ଜିନିୟରିଂ କଲେଜ,ପାଟପୁରରେ SC, ST ଛାତ୍ରଛାତ୍ରୀଙ୍କ ନାମାରେ  କଲେଜ କତ୍ତୃପକ୍ଷ ଛାତ୍ରଙ୍କ ଅଜାଣତରେ ବ୍ୟାଙ୍କରୁ ଉଠାଇଥିବା ଷ୍ଟାଡିଲନ କୁ ନେଇ ବିବାଦ ଉଗ୍ରରୂପ…

ପିକ୍ ଅପ୍ ଭ୍ୟାନ- ବାଇକ୍ ମଧ୍ୟରେ ଧକ୍କା ,ଜଣେ ମୃତ ଦୁଇ ଆହତ

Posted by - May 27, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧୀନସ୍ଥ ପଲମ ଫାଣ୍ଡି ଖଇରମାଳ ଛକ ନିକଟରେ OR 08B 7721 ନମ୍ଵର୍…