Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

169 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଜିଲ୍ଲା ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ବି ଡି ଓ ଭବାନୀପାଟଣା ପ୍ରିତା କୁମାର , ଡି ଏସ୍ ଡ ବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଅଙ୍ଗନବାଡ଼ି କର୍ମୀ, ଏନ୍ ସି ସି ଏବଂ ସ୍କାଉଟ୍ ଛାତ୍ରୀ, ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ଓ ସଞ୍ଚୟ ରଥ ସହିତ ସମସ୍ତେ ଶୋଭାଯାତ୍ରା ରେ ଯାଇ ସଚେତନତା ପ୍ରଚାର କରିଥିଲେ ।

ଜିଲ୍ଲାପାଳ ନିଜ ଅର୍ଥର ମିତବ୍ୟୟୀ ବିନିଯୋଗ ଉପରେ ଗୁରୁତ୍ବ ଦେଇ ସ୍ଵୀକୃତିପ୍ରାପ୍ତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସଞ୍ଚୟ କରି ନିଜର ଆର୍ଥିକ ସ୍ୱଚ୍ଛଲତା ଓ ସୁରକ୍ଷିତ ଭବିଷ୍ୟତ କୁ ନିଶ୍ଚିତ କରିବାକୁ ଆହ୍ଵାନ କରିଥିଲେ ।ଆମର କଷ୍ଟଉପାର୍ଜିତ ଧନକୁ କୌଣସି ଅଣ ସ୍ଵୀକୃତିପ୍ରାପ୍ତ ଅଣ ପଞ୍ଜୀକୃତ ଆର୍ଥିକ ଅନୁଷ୍ଠାନ ରେ ଅତ୍ୟଧିକ ସୁଧ ହାର ଓ ଦ୍ଵିଗୁଣିତ ରାଶି ର ପ୍ରଲୋଭନରେ କଦାପି ଭରସା ନ କରିବା , ଚିଟ୍ ଫଣ୍ଡରୁ ଦୂରେଇ ରହିବା ତଥା କେବଳ ରିଜର୍ଭ ବ୍ୟାଙ୍କ ଓ ସରକାର ଦ୍ବାରା ସ୍ଵୀକୃତିପ୍ରାପ୍ତ,ଅଧିକୃତ ଓ ପଞ୍ଜୀକୃତ ଅନୁଷ୍ଠାନ ବା ସଂସ୍ଥା ରେ ଅର୍ଥ ନିବେଶ କରିବାକୁ ଏହି ସଞ୍ଚୟ ରଥ ଦ୍ଵାରା ସମସ୍ତଙ୍କୁ ସଚେତନ କରାଯାଉଛି। ମିତବ୍ୟୟୀ ବିନିଯୋଗ ଅର୍ଥ ଅପଚୟ ରୋକିବା ସହ ସ୍ୱଳ୍ପ ସଞ୍ଚୟ ଭବିଷ୍ୟତ ର ବିଭିନ୍ନ ଆବଶ୍ୟକତା ପୁରାଣ କରିଥାଏ ଏବଂ ଜରୁରୀକାଳୀନ ଆବଶ୍ୟକତା ପୁରାଣ କରିଥାଏ। ସଞ୍ଚୟ ରଥ ଆଜି ସଦର ବ୍ଲକର ରିଶିଗାଁ, ମାଲ ଗାଁ, କୁଟ୍ରୁଖମାର୍ ଗ୍ରାମପଞ୍ଚାୟତ ଯାଇ ମାଇକ ଦ୍ଵାରା ସଚେତନ କରିବ ।

Related Post

ଭି.ଗାର୍ଡ ତରଫରୁ ଦଧିବାବନ ହାଇସ୍କୁଲରେ ପାଠ୍ୟ ସାମଗ୍ରୀ ଦାନ ଓ ସମ୍ଭର୍ଦ୍ଧନା ଉତ୍ସବ

Posted by - September 30, 2022 0
ଭୁବନେଶ୍ୱର : (ପାୟଲ ରାଉତ) ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମର ଦଧିବାବନ ହାଇସ୍କୁଲରେ  ଆଜି ଭି.ଗାର୍ଡ ର ଡେପୁଟି ଜେନେରାଲ ମ୍ୟାନେଜର ସୁମନ୍ତ କୁମାର ପ୍ରଧାନ…

ଭାରତୀୟ ଜନତା ପାର୍ଟିର ଶକ୍ତି କେନ୍ଦ୍ର ପ୍ରମୁଖ ଓ ସହ ପ୍ରମୁଖ କୁ ନେଇ ବୈଠକ

Posted by - September 23, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ନୂତନ ଭାବରେ ଧର୍ମଗଡ ବିଧାନସଭା ମଣ୍ଡଳୀ ର ମଙ୍ଗ ଧରିଥିବା ପ୍ରଭାରୀ ଶ୍ରୀ ଅଜୟ କୁମାର ପାଣିଗ୍ରାହୀ ଧର୍ମଗଡ଼ ବ୍ଳକ…

ମହାକାଳପଡାରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Posted by - August 7, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ମହାକାଳପଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ…