Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାତର ଅନ୍ତର ନୀତି ବିରୋଧ ରେ ଗର୍ଜିଲେ ମିଳିତ ଶିକ୍ଷକ ସଂଘ

353 0

ରାୟଗଡା  : (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ଉଛେଦ କରି ସରକାର ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ପୁନ୍ନର୍ବାର ନିଷ୍ପତ୍ତି ଗ୍ରହଣ କରିବାକୁ ଓ ସରକାର ପକ୍ଷରୁ ନେଇଥିବା ଚୁକ୍ତି ଭିତ୍ତିକ ଠିକା କର୍ମଚାରୀ ନିୟମିତ ଘଷଣା ରେ ଅନେକ ଦିନରୁ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ କରାଯାଇ ନ ଥିବା ନିଷ୍ପତ୍ତି ବିରୋଧରେ କାଶୀପୁର ବ୍ଲକ ଶିକ୍ଷକ ମିଳିତ ସଙ୍ଘ ପକ୍ଷରୁ ଏକ ବିକ୍ଷଭ ସଭାଯାତ୍ରା ଅନୁଷ୍ଠିତ ହେଇଯାଇଥିଲା । କାର୍ଯ୍ୟକ୍ରମ ରେ ସ୍ତାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବାହାରି ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଚଳିତ ମାସ ରାଜ୍ୟ ସରକାର ପକ୍ଷରୁ ନେଇଥିବା ଠିକା କର୍ମଚାରୀ ଉଛେଦ ନିଷ୍ପତ୍ତି ରେ ସରକାରଙ୍କର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଦୀର୍ଘଦିନ ଧରି ସେବାଦେଇ ଆସୁଥିବା ପରେ ମଧ୍ୟ ଏଥିରେ ବଞ୍ଚିତ କରାଯାଇ ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଉକ୍ତ ପାତର ଅନ୍ତର ନିଷ୍ପତ୍ତି ବିରୋଧ ରେ ରାଜ୍ୟର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗୁଥିବାବେଳେ ଦିନକୁ ଦିନ ଆନ୍ଦୋଳନ ପାଇଁ ଦାନାବାନ୍ଧୁ ଥିବା ଦେଖିବାକୁ ମିଳିଛି । ସେହିକ୍ରମରେ ଆଜି କାଶୀପୁର ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସ୍ତାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ସଭାଯାତ୍ରା ରେ ବାହାରି ସରକାରଙ୍କର ପାତର ଅନ୍ତର ନୀତି ବିରୋଧ ରେ ବିଭିନ୍ନ ନାରା ଦେଇ ବ୍ଲକ କାର୍ଯ୍ୟଳୟକୁ ପହଞ୍ଚିଥିଲେ ।

ବିଭନ୍ନ ଦାବି ମଧ୍ୟରୁ ଚୁକ୍ତି ଭିତ୍ତିକ ପ୍ରଥା ଉଛେଦ କରି ନିୟମିତ କର୍ମଚାରୀ ଭାବେ ଘଷଣା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟ ରେ ୪ ଦଫା ସମ୍ବଳିତ ଏକ ଦାବିପତ୍ର କୁ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପଦ୍ମିନୀ କଅଁର ଙ୍କୁ ପ୍ରଦାନ କରିଥିଲେ । ସରକାର ତୁରନ୍ତ ପାତର ଅନ୍ତର ଘଷଣା ନୀତି କୁ ବନ୍ଦ କରି ପ୍ରାଥମିକ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବିକୁ ମାନିନେବାକୁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ,ଯଦି କୌଣସି କାରଣରୁ ଶିକ୍ଷକଙ୍କ ଦାବିକୁ ଅଣଦେଖା କରାଯାଏ ତେବେ ସମଗ୍ର ରାଜ୍ୟରେ ଶିକ୍ଷକ ମାନେ କାର୍ଯ୍ୟ ବନ୍ଦ ଡାକରା ଦେଇ ରାଜ ରାସ୍ତାରେ ଆଲ୍ହାଇବେ ବୋଲି ଶିକ୍ଷକ ସଂଘ ସରକାରକୁ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କାଶୀପୁର ବ୍ଲକ ଶିକ୍ଷକ ସଂଘ ସଭାପତି ସମନାଥ ଗରଡ଼ା , ତ୍ରିନାଥ ମାଝି, ଦୁଲ୍ଲଵ ସାଉଁତା, ଅରୁଣ ନାଏକ, ଅରୁଣ ଆଚାର୍ଯ୍ୟ,ପୁରନ୍ଦର ମାଝି,ରତ୍ନାକର ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଅବ୍ୟବସ୍ଥା ମଧ୍ୟରେ କାଶୀପୁରର ସ୍ୱାସ୍ଥ୍ୟ ସେବା, ବ୍ଲକ ରେ ଡାକ୍ତରଙ୍କ ଘେ।ର ଅଭାବ

Posted by - April 21, 2022 0
ରାୟଗଡା: (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଥା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କାଶୀପୁର, ଟିକିରି, କୁଚେଇ ପଦର ଓ ଗରଖପୁର ଭଳି ଡାକ୍ତର…

ବେଲଗୁଣ୍ଠା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀକୁ ପୋଷ୍ୟଭାବେ ଗ୍ରହଣ କଲେ ବ୍ରହ୍ମପୁର ବିଏନ୍ ଏନସିସି

Posted by - August 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ ଗୁଡି଼କ ଅବହେଳିତ ହୋଇ ପଡ଼ି ରହିବା ସହିତ ନଷ୍ଟ ମଧ୍ୟ ହୋଇଯାଉଛି I ଏହାକୁ…

ଖପ୍ରାଖୋଲ ପୁଲିସ ର ଚଢାଉ, ୩୫ ଦାଦନ ଶ୍ରମିକ ଉଦ୍ଧାର

Posted by - December 20, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ରବିବାର ମଧ୍ଯାହ୍ନ ରେ ଚଢାଉ କରି ବେଆଇନ ଦାଦନ ଚାଲାଣ ବେଲେ ୩୫ ଦାଦନ ଶ୍ରମିକ ଉଦ୍ଧାର…

ଆଲୋକର ପର୍ବ ଦୀପାବଳି ପାଳନ

Posted by - October 26, 2022 0
ରାୟଗଡା : (ରମାକାନ୍ତ ପୋଡାଲ) ଆଲୋକର ପର୍ବ ଦୀପାବଳି, ଅସତ୍ୟ ହିଂସା କ୍ରୋଧ ଅନ୍ୟାୟ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରିବାର ଜ୍ୟୋତି ପର୍ବ ହେଉଛି ଦୀପାବଳି…

ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ, ସଭାପତି ହେଲେ ସେବକ ଚରଣ ଦାସ।

Posted by - August 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଷ ପାଇଁ ସଭାପତି…