Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜୟପାଟଣା ଚିତ୍ରଗୁପ୍ତ କଲ୍ଯାଣ ସମିତି ପକ୍ଷରୁ ମହା ସମାରୋହର ସହ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୂଜନୋତ୍ସବ ଉଦଯାପିତ

88 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସଚରାଚର ଜୀବ ଜଗତ ପାପ ପୁଣ୍ୟର ହିସାବ ରକ୍ଷକ ତଥା ଧର୍ମରାଜ ଙ୍କ ପରାମର୍ଶ ଦାତା କରଣକୁଳ ଅଧିଷ୍ଠାତା ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜା ମହାସମାରୋହର ସହ କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଜୟପାଟଣା ଚିତ୍ରଗୁପ୍ତ କଲ୍ଯାଣ ସମିତି ପକ୍ଷରୁ ଆୟୋଜିତ ଏହି ତ୍ରି ଦିନାତ୍ମକ ପୂଜା ୨୬ ତାରିଖ ବୁଧବାର ଦିନ ଆରମ୍ଭ ହୋଇ୨୮ ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହୋଇଥିଲା। ଏ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ, ରଙ୍ଗୋଳି, ମେହେନ୍ଦୀ, ହାଣ୍ଡି ପିଟା, ମ୍ୟୁଜିକ୍ ଚେୟାର, ଚିତ୍ରାଙ୍କନ ସଙ୍ଗୀତ,ନୃତ୍ୟ ଆଦି ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ କର୍ମକର୍ତ୍ତା ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ପୁରସ୍କାର ବିତରଣୀ ଉତ୍ସବରେ ପୂଜା କମିଟି ସଭାପତି ସୁଶିଲ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମାଜ ର ବରିଷ୍ଠ ଉପଦେଷ୍ଟା ତ୍ରିନାଥ ପଟ୍ଟନାୟକ, ସଚିନ୍ଦ୍ର ପ୍ରସାଦ ଦାସ, ଉପଇନ୍ଦ୍ର ପଟ୍ଟନାୟକ, କଲ୍ୟାଣ ସମିତି ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଅର୍ଜୁନ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାସ୍କର ପଟ୍ଟନାୟକ, ଭରତ ରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ୍ ଦିବାକର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଗୌରାଙ୍ଗ ପଟ୍ଟନାୟକ ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ କୈଳାସ ଚନ୍ଦ୍ର ପଟ୍ଟନାୟକ ଓ ସୁରେଶ ଚନ୍ଦ୍ର ମହାନ୍ତି ସହଯୋଗ କରିଥିଲେ। ତିନିଦିନ ବ୍ୟାପୀ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ପୂଜା କମିଟି ଓ ସମାଜ ର ଯୁବବର୍ଗ ଙ୍କ ଅକ୍ଲାନ୍ତ ଉଦ୍ୟମ ରେ ସୁରଖୁରରେ ପୂଜା କାର୍ଯ୍ୟ ହୋଇଥିଲା। କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମହିଳା ମାନଙ୍କ ସକ୍ରୀୟ ଯୋଗଦାନ ଦେଖିବାକୁ ମିଳିଥିବା ବେଳେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ସାମାଜିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Related Post

ପୁରୁଣାକଟଜ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 15, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଆମ୍ଭ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ସ୍ଵାଧୀନତା ଦିବସ ର ଅମୃତ ମହୋତ୍ସବ କୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପାଳନ କରାଯାଇଛି…

ଉପନ୍ୟାସ “ଅନାହତ ହୄଦୟ” ଉନ୍ନୋଚିତ

Posted by - October 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଇନ୍ସପାୟାର ଅନୁଷ୍ଠାନ ପକ୍ଷରୁ ବିଶେଷ ସାରସ୍ୱତ ସମାରୋହରେ ଉପନ୍ୟାସ ଅନାହତ ହୄଦୟ ଉନ୍ନୋଚିତ ହୋଇଯାଇଛି । ଏହି ଉପନ୍ୟାସ କୁ ସମ୍ବଲପୁର ସହରର…

ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ଜେନାଙ୍କର ପରଲୋକ

Posted by - September 26, 2020 0
ଯାଜପୁର: ଜିଲ୍ଲାର ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ବାବଲପୁରସ୍ଥ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ଜେନାଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଅଛି।ସେ ଦୀର୍ଘଦିନ ଧରି କରୋନା ରୋଗରେ ଆକ୍ରାନ୍ତ…

କେନ୍ଦୁଝର ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

Posted by - September 11, 2019 308
କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍…