Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଗତି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ବନମାଳୀ ପଣ୍ଡାଙ୍କ ପରଲୋକ

34 0

ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ “ପ୍ରଗତି” ର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବନମାଳୀ ପଣ୍ଡାଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି।ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଚିଚୈଗୁଡା ଗ୍ରାମରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ଦୁଇପୁତ୍ର ପ୍ରଗତି ଅନୁଷ୍ଠାନ ର ସମ୍ପାଦକ ଇଂ ଅଜୟ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା ଙ୍କ ସମେତ ବହୁ ବନ୍ଧୁ କୁଟୁମ୍ବ ଉପସ୍ଥିତ ଥିଲେ।ଜ୍ୟେଷ୍ଠ ପୁତ୍ର ବିଜୟ ମୁଖାଗ୍ନି ଦେଇଥିଲେ। ୧୯୩୮ ଏପ୍ରିଲ ୧୮ ତାରିଖରେ କଳାହାଣ୍ଡି ଜିଲ୍ଲା ଚିଚୈଗୁଡା ଗ୍ରାମରେ ଜନ୍ମିତ ଶ୍ରୀ ପଣ୍ଡା ଚିଚୈଗୁଡା ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା ଆରମ୍ଭ କରି ପରବର୍ତ୍ତୀ ସମୟରେ ଖରିଆର ରାଜା ଏ ଟି ହାଇ ସ୍କୁଲ, ଏବଂ ଧର୍ମଗଡ଼ ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାଦାନ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ବହୁ ପ୍ରତିଭାବାନ ବ୍ୟକ୍ତି ସ୍ରୁଷ୍ଟି କରିବାର ଗୌରବ ଅର୍ଜନ କରିଛନ୍ତି।

ଶିକ୍ଷା କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିବା ଶ୍ରୀ ପଣ୍ଡା ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ର ଆବଶ୍ୟକତା କୁ ଅନୁଭବ କରି ଓ ଜିଲ୍ଲାର ବହୁ ଉଜ୍ଜ୍ଵଳମୟ ପ୍ରତିଭା ର ବିକାଶ ପାଇଁ ଭବାନୀପାଟଣା ସଦର ମହକୁମା ରେ ପ୍ରଗତି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ତାଙ୍କରି ସୁଦୂରପ୍ରସାରୀ ଲକ୍ଷ୍ଯ ଯୋଗୁଁ ଆଜି ପ୍ରଗତି ଶିକ୍ଷାନୁଷ୍ଠାନ ଏକ ମହାଦ୍ରୁମରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ବହୁ ପରିବାର ର ଅନ୍ନ ସଂସ୍ଥାନ ର କାରଣ ହୋଇଛି। ଶ୍ରୀ ପଣ୍ଡା ଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ଚିଚୈଗୁଡା ଗ୍ରାମ ଶ୍ମସାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପ୍ତ ହୋଇଛି।ଆଗାମୀ ୩୦.୧୦.୨୦୨୨ ରବିବାର ସନ୍ଧ୍ୟା ଘ୫ଣ୍ଟା ସମୟରେ ସ୍ଵର୍ଗତ ବନମାଳୀ ପଣ୍ଡାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଚିଚୈଗୁଡା କ୍ଲବ ପ୍ରାଙ୍ଗଣ ରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବା ପାଇଁ ପରିବାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପକ୍ଷରୁ ଅନୁରୋଧ କରାଯାଇଛି।

Related Post

ବୌଦ୍ଧ ଜିଲ୍ଲାରେ ୧୭୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

Posted by - September 15, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକସନେଟ୍/ୟୁନିସେଫ ଦ୍ବାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ…

ପୌରପାଳିକା ସପେଂଇ କର୍ମଚାରୀଙ୍କ ମନୋବଳ ବଢାଇଲେ ଯାଜପୁର ଜିଲାପାଳ

Posted by - April 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସମୟରେ ପୌରପାଳିକା ସପେଂଇ କର୍ମଚାରୀ ସେମାନଙ୍କ ସପେଂଇ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲାପ୍ରଶାସନ ଉଦ୍ୟମ…

ସବୁଜ ସଂଗ୍ରାମର କୁନି ସୈନିକ ଦେବର୍ପିତ୍ ଏବଂ ଦିବ୍ୟଜ୍ୟୋତି

Posted by - July 8, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଶ୍ୱର ଉଚ୍ଚ ଶିକ୍ଷିତ ସଭ୍ୟ ମାନବ ଜାତି ପୃଥିବୀ ପୃଷ୍ଠରୁ କୋଟି କୋଟି ମୂଲ୍ୟବାନ ବୃକ୍ଷ କାଟି ନେଉଥିବା ବେଳେ ସଂସାରକୁ ଭଲଭାବରେ…

ମଥୁରା ପଂଚାୟତର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳ

Posted by - December 25, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତର ବୃନ୍ଦାବନ (କେଳାକଟl )ଠାରେ ନବନିର୍ମିତ ବାଳସୃଧର ଗୃହ, ମଥୁରା(କେଳାକଟା )ପଂଚାୟତ ହାଇସ୍କୁଲ, ଗୋପ, ମଥୁରା, ବୃନ୍ଦାବନରେ ରାଧାକୃଷ୍ଣଙ୍କ ଲୀଳା…