ଖପ୍ରାଖୋଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ

197 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସ୍ଥାନୀୟ ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରେ ଆୟୋଜିତ ଉଦଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ସହ ଶିକ୍ଷା ଅଧିକାରୀ ମିନିକେତନ ବରିହା ଯୋଗଦେଇ ଶିଶୁ ର ଅନ୍ତର୍ନିହିତ ଗୁଣ ର ପରିପ୍ରକାଶ ପାଇଁ ସୁରଭି ହେଉଛି ଏକ ମାଧ୍ୟମ ବୋଲି କହିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶିକ୍ଷକ ସୁଶୀଲ କୁମାର ପୋଢ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗରେ ୨୮୦ଜଣ ଛାତ୍ରୀ ଛାତ୍ର ବକୃତା, ସୃଜନଶୀଳ ଲିଖନ,ପ୍ରବନ୍ଧ, ହସ୍ତାକ୍ଷର, ବିତର୍କ, ନୃତ୍ୟ, ସଂଗୀତ,କୁଇଜ ଆଦି ପ୍ରତିଯୋଗିତାରେ ଭାଗନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗନେବେ ବୋଲି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ l ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଲଷ୍ଟର ର ସିଆରସିସି ମାନେ ପୁରସ୍କାର ବିତରଣ କରିଥିଲେ। ଶିକ୍ଷକ କୁଞ୍ଜବିହାରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ବିଇଓ ଅଫିସ ସମସ୍ତ କର୍ମଚାରୀ ଓ ବିଭିନ୍ନ କ୍ଲଷ୍ଟର ର ସିଆରସିସି ମାନେ ଏବଂ ୟୁପି ସ୍କୁଲର ସମସ୍ତ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ |

Related Post

୨୨ ତମ କାର୍ଗୀଲ ବିଜୟ ଦିବସ ପାଳିତ

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ)୨୨ ତମ କାର୍ଗୀଲ ବିଜୟ ଉପଲକ୍ଷେ ଆଜି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ପନଚାୟତ ହରିପୁର ଠାରେ ଗରୀବ ସାଥି ଫାଉଣ୍ଡେସନ ପକ୍ଷରୁ…

ରାସ୍ତା ପାର୍ଶ୍ଵରେ ଅଚିହ୍ନା ଯୁବକର ମୃତଦେହ

Posted by - November 19, 2019 0
ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ବାଲିସାହି ତଥା ବଳରାମପ୍ରସାଦ କେନ୍ଦୁଢିପ ପାଖରେ ଅଜଣା ଯୁବକର ମୃତଦେହ ଠାବ ହୋଇଛି। ଗିରାଙ୍ଗ – ବଳରାମପ୍ରସାଦ ରାସ୍ତା ପାର୍ଶ୍ଵରେ ମୃତଦେହଟି…

ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ

Posted by - June 16, 2021 0
ଯାଜପୁର ଅଫିସ :ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ର ସାଂସ୍କୃତିକ ସମ୍ପାଦକ ଶଙ୍କର୍ଷଣ ସାହୁ ଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି।ସଂଗଠନ ର…

ସରକାରୀ ସହାୟତା କୁ ଚାହିଁ ଚାହିଁ ବିତୁଛି ବୃଦ୍ଧା ଙ୍କ ଜୀବନ

Posted by - June 12, 2020 0
  ବଡ଼ବିଲ:(ସୀତାରାମ ଦୀକ୍ଷିତ)ଭୋକିଲା ପେଟକୁ ବି ନାତ  ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ବିଲ ରେ ଘର ଅଛି ନା, ଖାଇବା ଅଛି।  ମହାମାରୀ କରୋନା ରେ …

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

Posted by - July 16, 2022 0
ଭବାନୀପାଟଣା:୧୫.୭(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଭବାନୀପାଟଣା ସ୍ଥିତ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ର ଠାରେ ଜିଲ୍ଲା ନିୟୋଜନ ସଂସ୍ଥା ଓ ଓରମାସ ଦ୍ଵାରା…