Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜଙ୍ଗଲି ବାରାହା ଶିକାର ଅଭିଯୋଗରେ ଦୁଇ ଗିରଫ ,ମୋଟର ସାଇକେଲ ସହ ଵାରାହା ମାଂସ ଜବତ

56 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ତରଫରୁ ଚଢାଉ କରି ଜଙ୍ଗଲି ବାରାହା ଶିକାର ଅଭିଯୋଗରେ ଦୁଇଜଣକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇ ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ରେଙ୍ଗାଲି ପଞ୍ଚାୟତ ଖୁରୀପାଣୀ ଗାଁ ର ଅଶୋକ ମାଝୀ (୨୧)ଓ ଭୁବ ମାଝୀ (୨୮) ବୋଲି ଜଣାଯାଇଛି।

ସୂଚନା ଅନୁସାରେ ବନବିଭାଗ ତରଫରୁ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଗନ୍ଧମାର୍ଦନ ପାହାଡ଼ ତଳି ସାପମୁଣ୍ଡ ମହୁଲପାଲି ଗାଁ ମଝିରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲ ରେ କିଛି ଜିନିଷ ନେଉଥିବା ଦେଖି ଅଟକାଇ ପଚରାଉଚରା କଲା ବେଳେ ତାଙ୍କ ଠାରୁ କୋଡ଼ିଏ କେଜି ଜଙ୍ଗଲି ବାରାହା ମାଂସ, ଦୁଇଟି ବାରାହା ଚମଡା ଜବତ କରିଥିବା ବନବିଭାଗ ସୂଚନା ଦେଇଛି। ଏନେଇ ହରିଶଙ୍କର ରେଞ୍ଜ ଓ ଆର୍ କେସ ନ ୨୦୩/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ପ୍ରକାଶ କରିଛନ୍ତି।

Related Post

ନନ୍ଦନକାନନରେ ପଯ୍ୟଟକଙ୍କୁ ଆକ୍ରମଣ ଘଟଣା

Posted by - May 24, 2022 0
ଭୁବନେଶ୍ବର: (ସନ୍ତୋଷ କୁମାର ରାଉତ) ନନ୍ଦନକାନନରେ ପଯ୍ୟଟକଙ୍କୁ ମାରାଣନ୍ତକ ଆକ୍ରମଣ। ପ୍ରକାଶ ଯେ ରବିବାର ଦିନ ଛତିଶଗଡ଼ ରାୟପୂରରୁ ୨୬ ଜଣ ପଯ୍ୟଟକ ବୁଲିବା ପାଇଁ ନନ୍ଦନକାନନ…

କାଳନ୍ଦା ହନୁମାନ ଙ୍କ ଜୟନ୍ତୀରେ ମନ୍ଦିର ପ୍ରତିଷ୍ଠା ପାଇଁ ବିଶାଳ କଳସୀ ଶୋଭାଯାତ୍ରା

Posted by - April 16, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଳ ରାମପୁର ଗ୍ରାମ ପଞ୍ଚାୟତ କାଳନ୍ଦା ଗ୍ରାମରେ ହନୁମାନ ଜୟନ୍ତୀ ଉପଲକ୍ଷେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି l କାଳନ୍ଦା…

ବିଷାକ୍ତ ସାପ କୁମୁଡାରେ ମୃତ୍ୟୁ

Posted by - August 15, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଡ଼ବନ୍ଧ ଗ୍ରାମର ସୁରେଶ ମୁଣ୍ଡା(୧୮) ନାମକ ଯୁବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡା ଗ୍ରାମ ପଞ୍ଚାୟତର ଜାବର୍…