ଓଡ଼ିଶା – ଛତିଶଗଡ଼ ସୀମାନ୍ତରେ ଜବାନ ଓ ମାଓବାଦୀ ଗୁଳି ବିନିମୟ : ଖସିପଳାଇଲେ କ୍ୟାଡର ମାଓବାଦୀ

54 0

ଭୁବନେଶ୍ୱର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାର ନୁଆପଡା ଜିଲ୍ଲା ଅନ୍ତର୍ଗତ ପାଟଧରା ସଙ୍ଗରକ୍ଷିତ ଜଙ୍ଗଲରେ ଜବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜବାନ ମାନେ ଏକ ବଡ ଧରଣର ମାଓ କ୍ୟାମ୍ପ୍ ଠାବ କରିଥିବା ଜଣାପଡିଛି l ଉଭୟ ଜବାନ ଓ ମାଓବାଦୀ ଙ୍କ ମଧ୍ୟରେ ୭୦ ରାଉନ୍ଡ୍ ଗୁଳି ବିନିମୟ ହେବା ସମୟରେ ସୁନାବେଡା ଅଭୟାରଣ୍ୟ ରୁ ପୁଣି ଖସି ପଳାଇଥିବା ନୁଅପଡା ଏସ୍ ପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଛନ୍ତି। ସୁଚନା ଅନୁସାରେ ଚଳିତ ମାସ ୨୧ ତାରିଖ ଦିନ ଛତିଶଗଡ଼ ସୀମାନ୍ତବର୍ତ୍ତୀ ପାଟଦରା ଜଙ୍ଗଲରେ କ୍ୟାଡର ମାଓବାଦୀ ଙ୍କ ଗତିବିଧି ଥିବା ଗୋଇନ୍ଦା ବିଭାଗ ରୁ ସୁଚନା ପାଇ ନୁଆପଡା ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ଏସ ଓ ଜି , ଡି ଭି ଏଫ୍ ଓ ସି ଆର୍ ପି ଏଫ୍ ଜବାନଙ୍କ ମିଳିତ ଟିମ୍ କୁମ୍ବିଙ୍ଗ୍ ଅପରେସନ ଆରମ୍ଭ୍ କରିଥିଲେ l

 

ଗତ ୨୩ ତାରିଖ ପୁର୍ବାହ୍ନରେ ଓଡ଼ିଶା-ଛତିଶଗଡ ସୀମାନ୍ତ ରେ ମାଓବାଦୀ ଓ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ପ୍ରଥମଥର ୨୦ ରାଉଣ୍ଡ୍ ଓ ଦ୍ଵିତିୟଥର ୫୦ ରାଉଣ୍ଡ୍ ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଖସି ପଳାଇଥିଲେ l ପରେ ଜଙ୍ଗଲ ମଧ୍ୟରେ ଏକ ବଡ ଧରଣର ମାଓ କ୍ୟାମ୍ପ୍ ଠାବ କରାଜିବା ସହ ସେଠାରୁ ଗୋଟିଏ ଆଇ ଡି ବୋମା , ୩ ଟି ଡେଟୋନେଟର , ଔଷଧ , ୧୪ ପେଆର୍ ମାଓବାଦୀ ପୋଷାକ , ୩ ଟି ଟୋପି ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି l ଏହି ମାଓ କ୍ୟାମ୍ପରେ କ୍ୟାଡର ମାଓବାଦୀ ମୁଲୀ , ଦେବଜୀ , ଜୟରାମ , ଗୁଡୁ , ଅଞ୍ଜୁ , ସଙ୍ଗୀତା , ଜନିଲା ଓ କର୍ତ୍ତି ପ୍ରମୁଖ ରହୁଥିବା ନେଇ ପୋଲିସ୍ ସୁତ୍ରରୁ ପ୍ରକାଶ l ସାମ୍ବାଦିକ ସମ୍ମିଳନୀ ରେ ନୁଆପଡା ଜିଲ୍ଲା ଏସ୍ ପି ଙ୍କ ସମେତ ସି ଆର୍ ପି ଏଫ୍ ୨୧୬ ବାଟାଲିଅନ୍ କମାନ ଡାନ୍ଟ୍ ଏଣିକ୍ ଗିଲ୍ ବର୍ଟ୍ ଜୋଶ୍ , ଡେପୁଟି କମାନ୍ଡେନ୍ଟ୍ ଧୀରଜ ସିଂହ ଓ ରତିନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ସୁଚନା ଜୋଗ୍ୟଜେ ବର୍ଷକ ମଧ୍ୟରେ ୮ ଥର ପୋଲିସ୍ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି l

Related Post

ସମ୍ପର୍ଣ୍ଣ ହେଲା ମା ପାର୍ବତୀଙ୍କ ସହିତ ବାବା ସୋମନାଥଙ୍କ ବିବାହ ଉତ୍ସବ

Posted by - June 16, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ପଟିଆ ଅଞ୍ଚଳର ଢାୱା ଗ୍ରାମରେ ଥିବା ସୋମନାଥ ମହାପ୍ରଭୁଙ୍କ ବିବହାଉତ୍ସବ୍ ଅନୁଷ୍ଠିତ ହୋଇଯାଇଛି । ଖଇରା ପଡ଼ା ଗ୍ରାମରେ ଥିବା ପ୍ରଭୁ ଲୋକନାଥ…

ବ୍ରଜରାଜନଗର ନିର୍ବାଚନରେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିବ ବିଜେଡି

Posted by - May 15, 2022 0
ଭୁବନେଶ୍ଵର :ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେପି ତାର ୪୦ ଜଣ ପ୍ରଚାରକଙ୍କ ନାଁ ଘୋଷଣା କରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ…

ନନ୍ଦନକାନନ ରେ ଦୀର୍ଘ ବର୍ଷ ପରେ ଜନ୍ମ ହେଲା ଦୁଇଟି ସିଂଘ ଶାବକ

Posted by - July 21, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ନନ୍ଦନକାନନ କୁ ଆଶିଲା ନୂଆ ଅତିଥି।  ଦୀର୍ଘ ବର୍ଷ ପରେ ନନ୍ଦନକାନନ ରେ ଜନ୍ମ ହେଲା ସିଂଙ୍ଘ ଛୁଆ, ସିଂଘ ମାନଙ୍କ ବଂଶ ବିସ୍ତାର…

ବିଶ୍ବ ଅଣ୍ଡା ଦିବସ ପାଳିତ

Posted by - October 8, 2021 0
ସୋନପୁର:(ଅଜିତ୍ କୁମାର ପୁଝାରି)ବିଶ୍ବ ଅଣ୍ଡା ଦିବସ । ଏହି ଦିବସକୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପ୍ରାଣୀ ସଂପଦ ବିକାଶ ବିଭାଗ ସଭାଗୃହ ଠାରେ ପାଳନ କରାଯାଇଛି…

ବିଂଝାରପୁର ପୂର୍ବ ଛାତ୍ର ବିଜେଡି ନେତା ଗିରଫ

Posted by - October 16, 2019 391
ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା ଘଟଣାରେ ଫେରାର ଥିବା ଯାଜପୁରର ବିଂଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ପୁଲିସ ଗିରଫ…