ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀପାବଳୀ ପର୍ବ ପାଳିତ

34 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଆଲୋକ ର ପର୍ବ ଶୁଭ ଦୀପାବଳି l ବୌଦ୍ଧ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ଖୁଵ ଆନନ୍ଦ ସହକାରେ ଆଧ୍ୟାତ୍ମିକ ମହତ୍ୱ ନେଇ ପାଳନ କରାଯାଇଥିଲା. କେନ୍ଦ୍ର ସଞ୍ଚlଳିକା ବି କେ ମାମିନା ଭଉଣୀ ନିଜ ବକ୍ତବ୍ୟ ରେ କହିଲେ ଜ୍ୟୋତି ସ୍ୱରୂପ ପରମାତ୍ମା ସମସ୍ତ ଜ୍ୟୋତି ସ୍ୱରୂପ ଆତ୍ମା ମାନଙ୍କ ପିତା ଅଟନ୍ତି, ଆଜି ମାନବ ସମାଜରେ ବିକାର ବ୍ୟସନ ମାୟା ରୁପି କାଳିମା ର ଅନ୍ଧକାର ରେ ପଡି ପ୍ରାୟ ସମସ୍ତେ ମାନସିକ ଶାରୀରିକ ବେଦନା ରେ ପୀଡିତ ଜୀବନ କଟାଉଛନ୍ତି । ଏ ଦୁର୍ଦଶା ସମୟରେ ସ୍ୱୟଂ ପରମପିତା ପରମାତ୍ମା ଧରାଧାମ ରେ ଦିବ୍ୟ ଅବତରଣ କରି ଆତ୍ମ ଜ୍ଞାନ ରୁପି ଆଲୋକ ପ୍ରଦାନ କରି ନୂତନ ସଂସାର ତଥା ସ୍ୱର୍ଗ ଦୁନିଆଁ ସ୍ଥାପନା କରୁଛନ୍ତି ।

ଦୀପାବଳି ସୁଖ ସମରୁଦ୍ଧି, ଶାନ୍ତି ସାମ୍ରାଜ୍ୟ ଆହ୍ୱାନ ର ପର୍ବ ଅଟେ. ପୁରୁଣା ସ୍ଵଭାଵ, ସଂସ୍କାର ରୁପି ଚୋପାଡ଼l କୁ ସମାପ୍ତ କରି ନୂତନ ସଂସ୍କାର ଯହିଁରେ କି ପ୍ରେମ -ଏକତା -ସତଭାବନା ରେ ଜୀବନ ଆନନ୍ଦମୟ ହୋଇଯିବ.ସମ୍ମାନିତ ଅତିଥି ସୁଶ୍ରୀ ରତିକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ଜନସମ୍ପର୍କ ଓ ସୂଚନା ଅଧିକାରୀ ବୌଦ୍ଧ ନିଜ ବକ୍ତବ୍ୟ ରେ କହିଲେ ରାବଣ ରାଜ୍ୟ କୁ ସମାପ୍ତ କରି ଯେତେବେଳେ ଭଗବାନ ଶ୍ରୀରାମ ଅଯୋଧ୍ୟା କୁ ଆଗମନ କଲେ, ସେତେବେଳେ ନଗରବାସୀ ଦୀପ ଜଳାଇ ତାଙ୍କୁ ସ୍ୱାଗତ ଜଣାଇ ଥିଲେ. ଅସତ୍ୟ ଉପରେ ସତ୍ୟ ର ବିଜୟ,ସୁଖ ସମୃଦ୍ଧି ରାଜ୍ୟ ର ଶୁଭାଗମନ ର ପର୍ବ ହିଁ ଦୀପାବଳି ବୋଲି ବର୍ଣନା କରିଥିଲେ ।

ବି କେ ସରୋଜ ଭାଇ ସଭାରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଦୀପାବଳି ପର୍ବ ରେ ସ୍ୱାଗତ ଜଣାଇ କହିଲେ ପରମାତ୍ମା ସର୍ବଧର୍ମ ଆତ୍ମ ଙ୍କ ପିତା ଅଟନ୍ତି, ତେଣୁ ତାଙ୍କୁ ସମସ୍ତେ ଜ୍ୟୋତି ସ୍ୱରୂପ ରେ ସ୍ୱୀକାର କରନ୍ତି. ବର୍ତ୍ତମାନ ସମୟ ଆସି ପହଁଚିଛି ବିଶ୍ୱରେ ସବୁ ଧର୍ମ ର ମାନବ ଈଶ୍ବରୀୟ ବିଦ୍ୟାଳୟ ଜ୍ଞାନକୁ ସ୍ୱୀକାର କରନ୍ତି, ତେଣୁ ଏ ସଂସ୍ଥା ବିଶ୍ୱ ସ୍ତରରେ ପ୍ରାୟ ଶହେ ଚାଳିଶ ଦେଶରୁ ଉର୍ଦ୍ଧ ଦେଶ ରେ ଶିକ୍ଷା ପ୍ରଦାନ କରୁଛି. ଭାରତକୁ ବିଶ୍ୱ ଗୁରୁ ରୂପେ ମାନ୍ୟତା ପ୍ରାପ୍ତ କରିବା ପଛରେ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ର ଭୂମିକା ବିଶେଷ ଅଟେ. କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଓ ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ଭାଇ ମାନେ ଆତ୍ମିକ ସ୍ମୃତି ରେ ଦ୍ବୀପ ପ୍ରଜ୍ବଳନ କରି ପରିବେଶ କୁ ସୁଶୋଭିତ କରିଥିଲେ.l

Related Post

ସ୍ବର୍ଗତ ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ନାମରେ ଛକ ଓ ପ୍ରତିମୃତ୍ତି ସ୍ଥାପନ କଲେ ଗ୍ରାମବାସୀ

Posted by - September 28, 2021 0
ବୌଦ୍ଧ:୨୬/୯( ଚିତରଂଜନ ସିଂ) ହରଭଙ୍ଗା ବ୍ଲକ ତିଳେଶ୍ୱ ର ପଂଚାୟତ କୃଷ୍ନପାଲି ଗ୍ରାମ ର ସ୍ବର୍ଗତ ଦୁଃଖୀ ଶ୍ୟାମ ପ୍ରଧାନ ଙ୍କ ନାମରେ ଛକ ଓ ନିଜର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଛାତ୍ର ମୃତ

Posted by - December 3, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ଛକ ଠାରେ ଆଜି ସକାଳ ଆଠ ଟା ରେ କଳାହାଣ୍ଡି ଜିଲ୍ଲା କେଁଗାଁ ଥାନା ଅନ୍ତର୍ଗତ…

ଗୁରୁ ଭାଗବତ ପ୍ରଧାନ ଏବଂ ଗୁରୁ ଗଦାଧର ବରିହା ହେବେ ସମ୍ମାନିତ

Posted by - July 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ଅଗଷ୍ଟ ୧ ତାରିଖ ସୋମବାର ଦିନ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ “ସମ୍ବଲପୁରୀ ଦିନ ” ଅବସରରେ ସମ୍ବଲପୁର ଠାରେ ୧୯୪୯ ରେ ଗୁରୁ…