ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଶ୍ୟାମସୁନ୍ଦରପୁର ଠାରେ ପ୍ରେମ ସଂଜିବନୀ କାର୍ଯ୍ୟକ୍ରମ

60 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ସତ୍ୟସାଇ ସେଵା ସଙ୍ଗଠନ ପକ୍ଷରୁ ହରଭଙ୍ଗା ବ୍ଲକ ଶ୍ୟାମସୁନ୍ଦର ପୁର ସେଵା ସମିତି ଆନୁକୂଲ୍ୟରେ ଶ୍ୟାମସୁନ୍ଦରପୁର ଗ୍ରାମ ର ଗୋଷ୍ଠୀ କେନ୍ଦ୍ର ରେ “ପ୍ରେମ ସଂଜିବନୀ” ଶୀର୍ଷକ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଶ୍ୟାମସୁନ୍ଦର ପୁର ସେଵା ସମିତି ର ଆବାହକ ବିଜୟ ବଘାର ଙ୍କ ପୋୖରହିତ୍ୟରେ ଆୟୋଜିତ ଶିବିର କୁ ସଙ୍ଗଠନ ର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା ଶୁଭାରମ୍ଭ କରି ଯୋଗ ଦେଇଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିର ରେ ଶ୍ୟାମସୁନ୍ଦର ପୁର, ସାନ ସୁବଳୟା, ବିଷ୍ଣୁପୁର୍,ପ୍ରଗଲପୁର,ରାମ୍ଭିକଟା ଆଦି ଗ୍ରାମ ର ରକ୍ତଦାତା ଓ ସତ୍ୟସାଇ ସେଵା ସଙ୍ଗଠନ ର ଯୁବ ସ୍ବେଛାସେବୀ ମାନେ ସ୍ବେଛାକୃତ ଭାବେ ନିଜର ରକ୍ତ ଦାନ କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା ଭଞ୍ଜକିଶୋର୍ ରାମଚନ୍ଦ୍ରଦେଓ ହେମ୍ରମ୍ ଙ୍କ ନେତୃତ୍ୱ ରେ ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ,ସ୍ୱାସ୍ଥ୍ୟ ପରାମର୍ଶଦାତା ବନଜ କୁମାର ପ୍ରଧାନ, ନର୍ସିଂ ଅଫିସର ଈପ୍ସିତ୍ ପଟ୍ଟନାୟକ,କର୍ମଚାରୀ ସୁରଜ ଭୋକ୍ତା ଆଦି ରକ୍ତ ସଂଗ୍ରହ କରିଥିଲେ।

ଶିବିର ରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସଙ୍ଗଠନର ସକ୍ରୀୟ ଯୁବ ସଦସ୍ୟ ମନୋଜ ଭୋକ୍ତା ଓ ଅସ୍ମିଲ ଗାଇ ଗୋୖରିଆ ଶିବିର ପରିଚାଳନା କରିଥିଲେ ଏବଂ ଆକାଶ ମେହେର, କାଂହୁ ମହାରଣା, ଦେବେନ୍ଦ୍ର ମହାରଣା,ପ୍ରଦୋତ୍ୟ ଭୋକ୍ତା ଆଦି ସହଯୋଗ କରିଥିଲେ। ସଂଜୀବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଡ୍ରାଇଭର ନ ଆସିବାରୁ ଭ୍ୟାନ୍ ଚଳାଇ ଆହାର କେନ୍ଦ୍ରରେ ଖାଦ୍ୟ ପହଞ୍ଚାଇଲେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ

Posted by - December 2, 2019 0
ଫୁଲବାଣୀ:କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ରୋଷେଇ ହୋଇଥାଏ । ଏଠାରୁ ଜିଲ୍ଲାର ଅନ୍ୟ ସବୁ କେନ୍ଦ୍ରଗୁଡିକୁ ଗାଡି ଯୋଗେ ଖାଦ୍ୟ ପଠାଯାଇଥାଏ…

ବେସାହାରା ଙ୍କ ସାହାରା ସାଜିଛି ଜୀବନସାଥି ସ୍ଵଚ୍ଚାସେବୀ ସଙ୍ଗଠନ ,ଯିଏ ଅନ୍ୟ ଓଠରେ ହସ ଦେଇ ପାରେ

Posted by - October 25, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ତା ଉପରେ ସବୁବେଳେ ପାଇଁ ଇଶ୍ଵରଙ୍କ ଆଶିର୍ବାଦ ଥାଏ।ମାନବ ସେବା ହିଁ ମାଧବ ସେବା,ସେବା ହିଁ ଧର୍ମ ସେବା ହିଁ କର୍ମ। ଏହି ମହାନ ବାର୍ତ୍ତା…

ସ୍ବଚ୍ଛଭାରତ ମିସନ ଅଧୀନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସାମାଜିକ ସଂଗଠନ ଡି ଏସ୍ ଓଡିଶା ଡେଭଲପମେଣ୍ଟ ଅର୍ଗାନାଇଜେସନ ଲଙ୍ଗଳେଶ୍ବର ପକ୍ଷରୁ ଆଜି ସ୍ବଚ୍ଛଭାରତ ମିସନ ଅଧୀନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଗଠନର…

ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି,ମନ ମରିଯାଇଛି ହେଲେ ମମତା ବଞ୍ଚିଛି

Posted by - June 4, 2021 0
ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ…

ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ

Posted by - November 24, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ତନରଡା ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି I ବିଦ୍ୟାଳୟରେ ଆୟୋଜିତ ଏକ ଅଭିଭାବକ ସମ୍ମିଳନୀରେ…