ପ୍ରକୃତ କ୍ରିକେଟ ପ୍ରେମୀ ଙ୍କ ହାତରେ OCA,ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନପତ୍ର ଦାଖଲ

201 0

ଭୁବନେଶ୍ବର :(ସଞ୍ଜୟ ମହାନ୍ତି)ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି  । କେବଳ ଔପଚାରିକ ଘୋଷଣା ବାକି ରହିଥିବାବେଳେ ସଭାପତି ଆସନରେ ଅଳଙ୍କୃତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ  । ଶୁକ୍ରବାର ଦିନ ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରିବାର ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ବିଜେଡି ସାଧାରଣ ସମ୍ପାଦକ (ସଂଗଠନ) ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ସଭାପତି ହୋଇଛନ୍ତି।ତିନିଥର ବିଧାୟକ, ଦାସ ସେପ୍ଟେମ୍ବରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ହୋଇଥିଲେ ଯେଉଁଥିରେ ବିଧାୟକ ତଥା ସାଂସଦମାନେ କ୍ରିକେଟ୍ ସଂସ୍ଥାର ଅଂଶ ହୋଇପାରିବେ।

ପିଲା ଦିନୁ ପ୍ରଣବ ଙ୍କ କ୍ରିକେଟ ପ୍ରତି ବହୁତ ଦୁର୍ବଳତା  ଥିଲା ।ସ୍କୁଲ ସମୟ ରୁ ଯାଜପୁର ରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ରେ ସକ୍ରିୟ ଯୋଗ ଦାନ ଦେଉଥିଲେ। ତାଙ୍କ ପିତା ତଥା ବିଶିଷ୍ଟ ରାଜନେତା ସ୍ଵର୍ଗତ ଅଶୋକ ଦାସ ଙ୍କ ନାମରେ ଅନୁଷ୍ଠିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପରିଚାଳନା ମଧ୍ୟ ସେ କରୁଥିଲେ। କ୍ରିକେଟ ପ୍ରତି ତାଙ୍କର ସେହି ଉସ୍ଚର୍ଗ ଭାବ ଏବଂ ଦୁର୍ବଳତା ପାଇଁ ଆଜି ସେ OCA ର ସଭାପତି ପଦବୀ ରେ ବସି ପାରିଛନ୍ତି। ଏତେ ଦିନ ପରେ ଓଡିଶାବାସୀ ଏକ କ୍ରିକେଟ ପ୍ରେମୀ ଙ୍କୁ ସଭାପତି ପଦ ରେ ପାଇ ଓଡିଶା ରେ କ୍ରିକେଟ  ଖେଳାଳି ଙ୍କୁ ଆଗାମୀ ଦିନରେ ବହୁ ସୁଯୋଗ ମିଳି ପାରିବ ବୋଲି ଆଶା ରଖିଛନ୍ତି ।

ଏହି ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସଞ୍ଜୟ ବେହେରା ଏବଂ ପଙ୍କଜ ଲୋଚାନ୍ ମହାନ୍ତି ମଧ୍ୟ ଓସିଏର ସାଧାରଣ ସମ୍ପାଦକ ଏବଂ ଉପାଧ୍ୟକ୍ଷ ହୋଇଛନ୍ତି । ସେହିଭଳି କୋଷାଧ୍ୟକ୍ଷ ପଦ ପାଇଁ ଏକମାତ୍ର ନାମାଙ୍କନପତ୍ର ଦାଖଲ ମଧ୍ୟ କରା ଯାଇଛି।  ଓସିଏର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶୁକ୍ରବାର ସକାଳ ୧୦.୩୦ ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ନାମାଙ୍କନପତ୍ର ଯାଞ୍ଚ କରାଯାଇ ଆବେଦନ ପ୍ରତ୍ୟାହାର ଏବଂ ପ୍ରାର୍ଥୀଙ୍କ ଅନ୍ତିମ ତାଲିକାର ପ୍ରକାଶନ ପାଇଁ ଶେଷ ତାରିଖ ରବିବାର ରହିଛି  | ଅକ୍ଟୋବର ୨୮ ରେ ଏହି ମତଦାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ପ୍ରଣବ ପ୍ରକାଶ ପ୍ୟାନଲର ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି  ।  କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏହି ଲଦାୟିତ୍ୱ ଦେଇଛନ୍ତି  । ଓସିଏ ସଭାପତି ହେବାନେଇ କେବେ ଭାବି ନଥିଲି  । କିନ୍ତୁ ରାଜ୍ୟସରକାର ଅନବରତ କ୍ରୀଡାର ଉନ୍ନତୀ ଏବଂ ପ୍ରଗତି ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ଭୂମିକା ନେବାକୁ ପଡିଛି  । ଆଗାମୀ ଦିନରେ କ୍ରିକେଟର ବିକାଶ ହେବ ବୋଲି କହିଛନ୍ତି ନିବନିର୍ବାଚିତ ଓସିଏ ସଭାପତି  ।

Related Post

ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Posted by - March 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।…

ପିପିଇ କିଟ୍‌ ପ୍ରସ୍ତୁତ ଟିମ୍‌ର ନେତୃତ୍ୱ ନେଲେ ଓଡିଆ ପୁଅ

Posted by - November 8, 2020 0
ଭବାନୀପାଟଣା: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପିପିଇ କିଟ୍‌ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ବଜାରରେ ମିଳୁଥିବା ପିପିଇ କିଟ୍‌ର ଦାମ ଅଧିକ ଥିବା ଏବଂ…

ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ

Posted by - June 7, 2019 676
ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର…