Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନର ୯ଟି ପ୍ରକଳ୍ପ ର ଲୋକାର୍ପଣସହ ୯ ପ୍ରକଳ୍ପ ର ଭିତ୍ତପ୍ରସ୍ତର ସ୍ଥାପନ

104 0

ଭୁବନେଶ୍ବର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରୁ ୧୪.୭୦ କୋଟି ଟଙ୍କା ବ୍ଯୟରେ ନିର୍ମିତ ୯ ଗୋଟି ପ୍ରକଳ୍ପ କୁ ଲୋକାର୍ପିତ କରିବା ସହ୩୩. ୬୮ କୋଟି ଟଙ୍କା ବ୍ଯୟରେ ନିର୍ମିତ ହେବାକୁ ଥିବା ୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଭର୍ଚୁଆଲ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗୀର ଜିଲ୍ଲା ସଦରମହକୁମା ରେ କଲ୍ୟାଣ ମଣ୍ଡପ, ଟିଟିଲାଗଡ଼ ବାଳକ ବିଦ୍ୟାଳୟ ର ଏକାଡେମିକ ବ୍ଲକ୍, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ସମ୍ପ୍ରସାରଣ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଟାଉନ୍ ହଲ୍,ଜୁନାଗଡ ଠାରେ ଷ୍ଟାଡିୟମ୍, ନୂଆପଡ଼ା ଜିଲ୍ଲାର କୋମନା ଠାରେ ମାଣ୍ଡିଆ ଓ ବିଭିନ୍ନ ଷସ୍ୟ ର ପ୍ରକ୍ରିୟା କରଣ, ଦେବଗଡ଼ ଜିଲ୍ଲାରେ ସାଂସ୍କୃତିକ ପ୍ରେକ୍ଷାଳୟ ଓ କ୍ରୀଡ଼ା କକ୍ଷ, ଝାରସୁଗୁଡା ଜିଲ୍ଲା ମରକୁଟା ସ୍ଥିତ କହ୍ନେଇ ନାଳ ଉପରେ ସେତୁ ଆଦି କୁ ଲୋକାର୍ପିତ କରିବା ସହ ବରଗଡ଼ ଓ ବଲାଙ୍ଗିର ସହରରେ ପାଞ୍ଚ ସହ ଆସନ ବିଶିଷ୍ଟ ପ୍ରେକ୍ଷାଳୟ,କଳାହାଣ୍ଡି ବିଶ୍ଵନାଥପୁର ଠାରେ କଲ୍ୟାଣ ମଣ୍ଡପ, ବୌଦ୍ଧ ଜିଲ୍ଲା ବୀର ନରସିଂହପୁର ଠାରେ ଇକୋ ପାର୍କ, କୁଚିଣ୍ଡା ଠାରେ ମୁଁକୁଣ୍ଡି ଠାରେ ଷ୍ଟାଡିୟମ୍ ଉନ୍ନତିକରଣ ଏବଂ ସୋନପୁର ଠାରେ ହସ୍ତତନ୍ତ ମଲ୍ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଡେବ୍ରିଗଡ ଅଭୟାରଣ୍ୟ ନିକଟସ୍ଥ ବାର ବଖରା ଜଳ ପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ, ପଦ୍ମପୁର ବଡବନ୍ଧ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ବରଗଡ଼ ବିକାଶ ବିଦ୍ୟାଳୟ ଠାରୁ ହଳଦୀପାଳି ଛକ ପର୍ଯ୍ଯନ୍ତ କଙ୍କ୍ରିଟ୍ ନାଳି,ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମ ର ଅୟମାରମ୍ଭ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ଅଙ୍ଗୀକାର ବଦ୍ଧତା ଉପରେ ଆଲୋକପାତ କରିଥିବା ବେଳେ CEO ଅଜିତ କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି କେ ପାଣ୍ଡିଆନ୍ ଙ୍କ ସମେତ ବହୁ ନେତା ଓ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଆୟୋଜିତ ଭର୍ଚୁଆଲ୍ କନଫରେନ୍ସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫.୩୦ ମି ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ୨.୫ କୋଟି ଟଙ୍କା ରେ ନିର୍ମିତ ଟାଉନ ହଲ ,ଜୁନାଗଡ ସ୍ଥିତ ୨.୫ କୋଟି ଟଙ୍କା ରେ ନିର୍ମିତ ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନ ର ଲୋକାର୍ପଣ ସହ ବିଶ୍ଵନାଥପୂର ଠାରେ ୩୯ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

କଳାହାଣ୍ଡି ଜିଲ୍ଲା ଓସ୍ଵନ୍ ହଲ ରେ ଲାଞ୍ଜିଗଡ ବିଧାୟକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର,ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା,ଜୁନାଗଡ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ ତଥା ଧର୍ମଗଡ ଉପ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପର୍ଯ୍ୟଲୋଚନା ନିମନ୍ତେ ଏକ ମନିଟରିଂ ଆପ୍ଲିକେସନ ର ଶୁଭାରମ୍ଭ କଲେ ।ସୂଚନାଯୋଗ୍ୟଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଖେଳ ପଡିଆ ର ଉନ୍ନତି କରଣ,କଳା ସଂସ୍କୃତି ଓ କ୍ରୀଡାର ବିକାଶ, ଗମନାଗମନ,ରାସ୍ତା ନିର୍ମାଣ ଆଦି ଅନେକ କାର୍ଯ୍ୟ ଆରମ୍ଭ ହୋଇ ଆଜିପର୍ଯ୍ୟନ୍ତ୍ ୨୬୨ କୋଟି ଟଙ୍କା ର ଅନୁଦାନ ମିଳିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀପାଟଣା ବିଧାୟକ ପ୍ରତିନିଧି,ଅଧିକ୍ଷକ ଯନ୍ତ୍ରୀ ଆର୍ ଏଣ୍ଡ ବି , ଡି ଆଇ ପି ଆର୍ ଓ, ଡି ଏସ୍ ଡବ୍ଲୁ ଓ, ଇ ଓ ମ୍ୟୁନିସିପାଲଟି, ଭବାନୀପାଟଣା, ଇ ଓ , ଏନ୍ ଏ ସି ,ଜୁନାଗଡ, ବି ଡି ଓ ଜୁନାଗଡ, ବି ଡି ଓ ଲାଞ୍ଜିଗଡ ଉପସ୍ଥିତ ଥିଲେ। ହଲ କାର୍ଯ୍ୟକ୍ରମ ପରିଚାଳନା ଡି ଡି, ପ୍ଲାନିଂ ଶ୍ରୀକାନ୍ତ ଦଳେଇ କରିଥିଲେ।

Related Post

ବ୍ରହ୍ମବରଦାରେ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀ ନିୟୋଜିତ

Posted by - April 9, 2020 358
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଲକ ଡାଉନ ଜାରି ରହିଥିବା ବେଳେ କୋରୋନା ସଂକ୍ରମିତ ଅଂଚଳ ବ୍ରହ୍ମବରଦା ଅଂଚଳରେ ସଟ ଡାଉନ ଜାରି ରହିଛି ।…

ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ

Posted by - September 22, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ ହୋଇଯାଇଚି ।ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଏହି ବୈଠକ…

ପୋଷ୍ଟ ମାଷ୍ଟର ଙ୍କ ଅସଯୋଗ ନେଇ ଯାଜପୁର ସୁପରିଟେଣ୍ଡେଂଟଙ୍କ ନିକଟରେ ଅଭିଯୋଗ

Posted by - September 3, 2022 0
ଯାଜପୁରରୋଡ ପୋଷ୍ଟ ମାଷ୍ଟର ଙ୍କ ଅସଯୋଗ ନେଇ ଯାଜପୁର ସୁପରିଟେଣ୍ଡେଂଟଙ୍କ ନିକଟରେ ଅଭିଯୋଗ କଲେ ଏଜେଂଟIସୂଚନା ମୁତାବକ ଅଗଷ୍ଟ ମାସର ୨୯,୩୦ ତାରିଖ ଦିନ ଲିଙ୍କ ପେଂଲ ଯୋଗୁଁ କୌଣସି ଏଜେଂଟ ସେମାନଙ୍କ ଅର୍ଥ ରାଶି ପୈଠ କରିପାରିନଥିଲେ । କେବଳ ୩୧ ତାରିଖ ଦିନ ଅପରାହ୍ନରେ ଲିଙ୍କ ଆସିଥିଲେ ମଧ୍ୟ କେତେକ ଏଜେଂଟ ଙ୍କ ଠାରୁ ଅର୍ଥ ରାଶି ଗ୍ରହଣ କରିଥିବା ବେଳେ ଅନେକ ଏଜେଂଟ ନିରାଶ ହୋଇଥିଲେ । ପଂଳରେ ଚଳିତ ମାସରେ ସେହି ଏଜେଂଟ ମାନଙ୍କୁ ଜରିମାନା ରାଶି ଭରିବାକୁ ପଡିବ Iତେଣୁ ଜରିମାନା ଅର୍ଥକୁ ଲାଘବ କରିବା ସହିତ ସଂପୃକ୍ତ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଏଜେଂଟ ।

ଅଜଣା ବୋଲେରୋ ଧକ୍କା ରେ ବାଇକ ଆରୋହୀ ଙ୍କ ମୃତ୍ୟୁ

Posted by - October 1, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୁଟୁପାଲି -ବଘୀଆ ପଡ଼ା ପୂର୍ତ୍ତ ବିଭାଗ ତେତେଲେଙ୍ଗା ଗ୍ରାମ ବାବା ମଠ ନିକଟରେ ଆଜି ସକାଳେ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା!କିଛି ପ୍ରମାଣ ନ…