ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ୩ ଡାକ୍ତର ଆସିଲେ, ଆସିବାର ମାସେ ନ ପୁରୁଣୁ ଜଣେ ବଦଳି ଜଣେ ଛୁଟି ନ ନେ଼ଇ ପଳେଇଲେ

342 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ପଦବି ପୂରଣ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିଲା, ଧାରଣାର ୧୪ ଦିନ ପରେ ପ୍ରଶାସନ ପକ୍ଷରୁ ଡାକ୍ତର ପଦବି ପୂରଣ ସହ ଡାକ୍ତରଖାନାର ଅବ୍ୟବସ୍ଥା ଦୂର କରିବା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅକ୍ଟୋବର ୧୦ ତାରିଖରେ ସରକାରୀ ଡାକ୍ତରଖାନାରେ ଯୋଗ ଦେଇଥିବା ତିନି ଡାକ୍ତରଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ ଓ ଟିଟିଲାଗଡ଼ ପୌରପରିଷଦର ଉପାଦ୍ଧକ୍ଷ। ପୁଷ୍ପା ମଞ୍ଜରି ଜାଲ । ସେହି ରାତିରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଶିରିସା ଭୁଲା ବିନା ଛୁଟିରେ ପଳାଇଲେ, ସେହିପରି ୧୭ ତାରିଖ ଦିନ ସର୍ଜରୀ ଡାକ୍ତର ବିନୟ ଭୂଷଣ ସାହୁଙ୍କ ବଦଳି ହୋଇଯାଇଥିବା ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ସହରରେ ଗୋଟିଏ ଚର୍ଚ୍ଚା ଫୁଲ ତୋଡାର ଓଜନ କେତେ ଥିଲା ଯେ ଡାକ୍ତର ମାନେ ଖୁସି ସମ୍ଭାଳି ପାରିଲେ ନାହିଁ, ସେଥିପାଈଁ ଡ଼ାକ୍ତରଖାନାର ଯେଉଁ ପୁରୁଣା ଅବସ୍ଥାକୁ ସେହି ପୁରୁଣା ଅଵସ୍ଥାକୁ ଫେରିଲା।

ଟିଟିଲାଗଡ଼ ସହର ସତରେ ଏକ ଶାନ୍ତିପ୍ରିୟ ସହର, ଏଠାରେ ସହରର ଯେତେ ସମସ୍ୟା ଥିଲେ ମଧ୍ୟ ବଡ଼ ବଡିଆ ଲୋକଙ୍କ ମୁହଁରେ ତାଲା ପଡ଼ିଯାଏ କିନ୍ତୁ ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ସାମନାରେ ସେହି ବଡ଼ ବଡ଼ିଆ ଲୋକ ମୁହଁ ଖୋଲି ବିକାଶର ପ୍ରଶଂସାରେ ତାଙ୍କୁ ପୋତିବାରେ ମଧ୍ଯ ପଛାନ୍ତି ନାହିଁ, କିଛି ଥାଉ ନ ଥାଉ, ସମସ୍ୟା ଯେତେ ବଡ଼ ହେଲେ ବି ଧୃତରାଷ୍ଟ୍ର ପାଲଟି ଯାଆନ୍ତି। ଏଠାକାର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ନିଜ ଅଞ୍ଚଳ ତଥା ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ପାଈଁ ଦିଲ୍ଲୀ ଦରବାରକୁ ଯାଇ ଦାବି ଉପସ୍ଥାପନ କରିଛନ୍ତି କିନ୍ତୁ ପରିତାପର ବିଷୟ ନିଜ ସହରର ଡାକ୍ତର ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି, ସହରରେ ଗୋଟିଏ ଚର୍ଚ୍ଚା କେବିନେଟ ମନ୍ତ୍ରୀ ପାଇବା ପରେ ମଧ୍ୟ ଯଦି ନିଜ ଅଞ୍ଚଳରେ ଡାକ୍ତର ପଦବୀ ପୂରଣ କରିପାରୁ ନାହାନ୍ତି ତାହେଲେ ମନ୍ତ୍ରୀ ହୋଇ ଲାଭ କଣ ? ସେହିପରି ଏସ ଡି ଏମ ଓ ପୀକେ ନାଏକଙ୍କ ଦକ୍ଷତା ଉପରେ ମଧ୍ୟ ଜନସାଧାରଣ ଅଙ୍ଗୁଳି ଉଠେଇବା ଆରମ୍ଭ କଲେଣି, ଯିଏ ଯାହାର ପଦବୀରେ ରହି ମଧ୍ଯ କାହିଁକି ଏ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛନ୍ତି ? ସହର ସାରା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

ଯଦି ମାତୃ ଶିଶୁ ଡ଼ାକ୍ତରଖାନା ଉଦଘାଟନ ହେବା ପରେ ମଧ୍ୟ ବର୍ଷ ବର୍ଷ ଧରି ଅକାମୀ ହୋଇପଡିଛି ତାହେଲେ ସେଇଟା ଚାଲୁ ହେଲେ ଡାକ୍ତର କେଉଁଠୁ ଆଣିବେ ? କେବଳ ବିକାଶ ନାମରେ ନୂତନ ବିଲିଡ଼ିଂ ନିର୍ମାଣ ହେଉଛି କିନ୍ତୃ ଲୋକଙ୍କ ମୌଳିକ ସମସ୍ୟା ଯେମିତିକୁ ସେମିତି ରହିଛି, ଯେପରିକି ହିନ୍ଦୁସ୍ଥାନ ସିଡସ ସାର ଦୋକାନ ସାମନାରେ, ଆହାର କେନ୍ଦ୍ର ସାମନାରେ ବଡ଼ ବଡ଼ ଖାଲ ହୋଇଗଲାଣି କିନ୍ତୁ କାହାକୁ ଦିଶୁନି ? ଏହି ରାସ୍ତା ଦେଇ ସମସ୍ତ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଯାଉଥିବା ସତ୍ବେ ଏହି ରାସ୍ତାର ମରାମତି ବି ହେଉନି, ଏଥିରୁ ଅନୁମେୟ ଯେ ଟିଟିଲାଗଡ଼ ସହରରେ କିପରି ଶାସନ ଚାଲିଛି, ଏହି ସହରରେ ବସବାସ କରୁଥିବା ଲୋକ ଏବେ ଭଗବାନ ଭାରୋସାରେ ରହୁଛନ୍ତି ବୋଲି ସୋସିଆଲ ମିଡିଆରେ ବକ୍ତବ୍ୟ ରଖୁଛନ୍ତି। ବଡ କଥା ହେଲା ଶାସକ ଦଳ ବିପକ୍ଷରେ ବିରୋଧୀ ଦଳ ମଧ୍ଯ ମୁଣ୍ଡ ତଳକୁ କରି ଦେଇଛନ୍ତି ।

ଏହି ସହରରେ କେହି ବିରୋଧୀ ଦଳର ଦମଦାର ନେତା ନ ଥିବା ଯୋଗୁଁ ମଧ୍ୟ ଏହି ସ୍ଥିତି ବୋଲି ଆଲୋଚନା ହେଉଛି, କିଛି ବିପକ୍ଷ ନେତା କୁହନ୍ତି ଟିଟିଲାଗଡ଼ ସହର ହେଉଛି ମୂର୍ଦ୍ଦାର ଲୋକଙ୍କ ସହର, ସେଥିପାଇଁ ଏଠି କିଏ କାହାର କଥା ସୁଣନ୍ତିନି କି ଯେତେ ଅଭିଯୋଗ କଲେ ମଧ୍ୟ କିଛି ଫରକ ପଡେନି, ଲୋକଙ୍କ ଦୁଃଖ ବୁଝିିବାକୁ କିଏ ଅଛି ? ଏହି ସହରରେ ଟାଣୁଆ ନେତା ନ ଥିବା ଯୋଗୁଁ ତଥା ବିରୋଧୀ ଦଳର ଉପରିସ୍ଥ ନେତୃତ୍ବ ବୃନ୍ଦ ନିଜ ନିଜ ଭିତରେ ଉତ୍ତମ ବୁଝାମଣା ରଖୁଥିବା ଯୋଗୁଁ ବିରୋଧୀ ଅକାମୀ ହୋଇପଡ଼ିଛି ବୋଲି ସହରରେ ଚର୍ଚ୍ଚା ହେଉଛି, ଯଦି ରାଜନୀତିରେ ବିରୋଧୀ ଶୂନ୍ୟ କି ଅବ୍ୟବସ୍ଥା ବିରୋଧରେ ଭଲ ବିରୋଧ ନ ହେବ ତାହେଲେ ସ୍ଥାନୀୟ ଲୋକ ହିଁ ଦୁଃଖ ଭୋଗନ୍ତି, ଏଥିରୁ ପ୍ରମାଣିତ ।

Related Post

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବିନାଶ ଠାକୁର ସମ୍ମାନିତ

Posted by - January 9, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶାର ଅଗ୍ରଣୀ ସମାଜ ସେବା ଅନୁଷ୍ଠାନ କର ଫାଉଣ୍ଡେସନର ୨ୟ ପ୍ରତିଷ୍ଠା ଦିବସ ଭୁବନେଶ୍ବର ଗିତଗୋବିନ୍ଦ ସଦନ ଠାରେ…

ବରୀ ରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Posted by - June 23, 2020 0
ଯାଜପୁର ଅଫିସ:ବରୀ ବାଲିବିଲିରେ ସାମାଜିକ ଦୂରତା ଏବଂ ସରକାର ନିୟମ ଅବଲମ୍ବନକରି ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରୀ ଅଞ୍ଚଳର…

କୋଶଳ ଜ୍ଯୋତିର୍ଜ୍ଞାନ ପଣ୍ଡିତ ମହାସଭା

Posted by - November 27, 2022 0
ଖପ୍ରାଖୋଲ: ୨୭/୧୧( ତାପସ ରଞ୍ଜନ ବେହେରା) ପ୍ରସିଦ୍ଧ ହରିଶଙ୍କର ମନ୍ଦିର ନିକଟସ୍ଥ ଧର୍ମଶାଳା ପ୍ରାଙ୍ଗଣ ରେ କୋଶଳ ଜ୍ଯୋତିର୍ଜ୍ଞାନ ପଣ୍ଡିତ ମହାସଭା ର ବାର୍ଷିକ ଅଧିବେଶନ ଶତାଧିକ…

ଟିଲାଗଡ଼ ଉପଜିଲ୍ଲାପାଳଙ୍କ ବଙ୍ଗୋମୁଣ୍ଡା ବ୍ଲକର ତହସିଲ ଓ କେତେକ ଧାନ ବିକ୍ରିୟ ମଣ୍ଡି ପରିଦର୍ଶନ

Posted by - December 16, 2021 0
ବଙ୍ଗୋମୁଣ୍ଡା ତା୧୫/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ପରିଦର୍ଶନ ଆଶି ଫେରି ଯାଇଥିବା ସୂଚନା ମିଳିଛି।ପ୍ରଥମରେ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୁ…

ଖରଭୁଇଁ ପଥର କ୍ବାରୀ ଉଛେଦ ପ୍ରସଙ୍ଗ,ଗ୍ରାମବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ

Posted by - July 16, 2021 0
ବୌଦ୍ଧ୧୬/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ଥ କ୍ରସର କୁ ବନ୍ଦ କରିବା ନେଇ ପୁର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ…