Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦ।ବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲ ବନ୍ଦ ପାଳନ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

277 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦବୀରେ ସୋମବାର କୋଶଳ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲ ରେ ବନ୍ଦ ପାଳନ କରାଯାଇଛି । ଏହି ଅବସରରେ ସକାଳୁ କୋଶଲ ସଂଘର୍ଷ ବାହିନୀ ର ସଦଶ୍ୟ ମାନେ ଥାନା ଛକ , ବନ ବିଭାଗ କାର୍ଯ୍ୟଳୟ ଛକ ଠାରେ ବାଉଁଶ ଦେଇ ରାସ୍ତା ଅବରୋଧ କରିବା ସହ ଥାନା ଛକ ରେ ଧାରଣା ଦେଇ ଥିଲେ । ସନ୍ଧ୍ୟାରେ କୋଶଲ ସଂଘର୍ଷ ବାହିନୀ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦଶ ଦଫା ସମ୍ବଳିତ ଦାବୀ ପତ୍ର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ପ୍ରଦାନ କରିଥିଲେ ।

ଦାବି ଗୁଡିକ ମଧ୍ୟରେ ହରିଶଙ୍କର ରେ ରୋପୱେ ନିର୍ମାଣ , ଗନ୍ଧମାର୍ଦ୍ଦନ କୁ ଜାତୀୟ ସମ୍ପତ୍ତି ଘୋଷଣା , ହରିଶଙ୍କର ରାସ୍ତାରେ ପଥପ୍ରାନ୍ତ ନିବାସ , ହରିଶଙ୍କରକୁ ଇକୋ ଟୁରିଯିମ ଘୋଷଣା ପ୍ରମୁଖ ଦାବି ରହିଛି । ବିମଳ ରଞ୍ଜନ ସାହୁ , ଚିତ୍ତ ରଞ୍ଜନ ବାଗ, ସରୋଜ ସାହୁ, ସୂର୍ଯ୍ୟକାନ୍ତ ସାହୁ, ବିଜୁ ବାରିକ , ଶିବା ସୁନା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଧ୍ରୁବ ସରାଫ , ବୈଜୟନ୍ତି ସରାଫ, ବନମାଳୀ ନାଏକ , ସିପୁନ ଖମାରୀ, ଲକ୍ଷ୍ମୀ ଶବର , ପୁରନ୍ଦର ସାହୁ , ସୁଶୀଳ ଗୁରୁ ,ଜନସନ ନାଗ ପ୍ରମୁଖ ଶତାଧିକ ଯୁବକ ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଉପରେ ତୀବ୍ର ବର୍ଷିଥିଲେ । ଏହି ଅବସରରେ ସରକରୀ କାର୍ଯ୍ୟାଲୟ , ବିଦ୍ୟାଳୟ ,ବ୍ୟାଙ୍କ , ପୋଷ୍ଟ ଅଫିସ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ର ପ୍ରଭାବ ହରିଶଙ୍କର ଏବଂ ଧଣ୍ଡାମୁଣ୍ଡା ରେ ମଧ୍ୟ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ରମା କାନ୍ତ ସାହୁ , ଲାଠୋ ର ଥାନା ଅଧିକାରୀ ଝସକେତନ୍ ଭୋଇ ଙ୍କ ନେତୃତ୍ୱ ରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା।

Related Post

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

Posted by - May 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ଲୋହରାଯୋର ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ଆମ୍ବ ତୋଳିବାକୁ…

ସମ୍ଭାବନା, ଆକାଂକ୍ଷା ଏବଂ ନବସୃଜନର ବନ୍ଧୁମିଳନ

Posted by - October 16, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ହିନ୍ଦୁ ସଂକୃତି,ପରମ୍ପରା ଓ ଦିନ୍ଦୁତ୍ୱ ର ବିକାଶ ଦିଗରେ ଆଜି ଦେଖିବାକୁ ମିଳିଛି ମହାମିଳନ!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକସ୍ଥ…

ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ନେଇ ଚେତାବନୀ ଦିବସ ପାଳନ

Posted by - July 9, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଜି ଓକିଲ ସଂଘ ସହ ସତାଧିକ ସଂଗଠନ ତରଫରୁ ପାଳନ କରାଯାଇଛି ଚେତାବନୀ…

ଡାଲି ଚାଉଳ ଦୋକାନ ରୁ ଚୋରି

Posted by - February 6, 2022 0
ଯାଜପୁର:ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ଗ୍ରାମର ଏକ ଗୌସାରୀ ଦୋକାନ ରୁ ଗତକାଲି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ରୁ ଖାଦ୍ୟ ସାମଗ୍ରୀ…

ଭାରତ ସ୍କାଉଟ ଓ ଗାଇଡ ଓ ଜୀବନ ବିନ୍ଦୁ ଅନୁଷ୍ଠାନର ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - November 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲାର ଭାରତ ସ୍କାଉଟ ଓ ଗାଇଡ ଓ ଜୀବନ ବିନ୍ଦୁ ଏବଂ ଅନୁଷ୍ଠାନ ର ସଂପାଦକ ଦୁର୍ଯୋଧନ ରାଉତ ଙ୍କ ପ୍ରତ୍ୟକ୍ଷ…