ଟିକିରି ପୋଲିସର ବଡ ସଫଳତା ,ପୋଲିସ ଜାଲରେ ମଦ ମାଫିଆ

391 0

ରାୟଗଡା : (ଅଞ୍ଜନ କୁମାର ନାଏକ) କାଶୀପୁର ବ୍ଲକ ଟିକିରି ଥାନା ଅଧୀନସ୍ଥ ତଟାଗୁଡା ଛକ ଠାରେ ଗତ ଶନିବାର ବିଳମ୍ବିତ ରାତିରେ ବିଦେଶୀ ମଦ ଚରା ଚାଲାଣ ହେଉ ଥିବା ବେଳେ ଏକ ବୋଲେର ଗାଡିକୁ କାବୁ କରିବାରେ ଟିକିରି ପୋଲିସ ସଫଳ ହୋଇଥିବାରେ ଦେଖିବାକୁ ମିଳିଛି । ଗାଡି ନମ୍ବର OD-୦୮-B-୮୮୮୮ ବୋଲେର ଗାଡ଼ିଟି ବିପୁଳ ମାତ୍ରାରେ ବିଦେଶୀ ମଦ ବୋଝେଇ ରାୟଗଡା ସଦରରୁ ଟିକିରି ଅଭିମୁଖେ ଆସୁଥିଲା ରାୟଗଡା କାଶୀପୁର ମଧ୍ୟ ଦେଇ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ବିପୁଳ ପରିମାଣରେ ବିଦେଶୀ ମଦ କଳାହାଣ୍ଡି ଜିଲ୍ଲାକୁ ଚୋରା ଚାଲାଣ କାରୋବାର ଚାଲିଆସୁଥିଲା । ପୋଲିସ ପାଖରେ ଏହାର ପୂର୍ବ ସୂଚନା ଥିଲେ ମଧ୍ୟ ସାତିର ମଦ ମାଫିଆ ମାନେ ପୋଲିସକୁ ଚକ୍ଷ୍ମା ଦେବାରେ ମାହୀର ମନେ କରୁଥିଲେ। ହେଲେ ଗତ କାଲି ମଧ୍ୟ ରାତ୍ରି ରେ ପୋଲିସ ର ଜାଲରେ ଏକ କଳାହାଣ୍ଡି ଗାଡିରେ ୩୦ କାର୍ଟୁନ କିଙ୍ଗ ଫିସର ବିଅର ୨୪ କାର୍ଟୁନ କେନବିଅର ୩୬୦ ଲିଟର ବିଦେଶୀ ମଦ ବୋଝେଇ ନେଉଥିବା ବେଳେ ଧରା ପଡିଛି ।

ଅପରାଧୀ ଜଣକ କୌଣସି କାରଣ ରୁ ପୋଲିସ ଆଖିରୁ ଚକ୍ଷମା ଦେଇ ଖସି ପଳାଇ ଜାଉଥିବାର ଚେଷ୍ଟା କରୁଥିବା ବେଳେ ବର୍ତ୍ତମାନ ର ଟିକିରି ଥାନା ନୂତନ ଅଧିକାରୀ ଦେବ ଦତ୍ତ ମଲ୍ଲିକଙ୍କ ଜାଲରେ ସଂପୃକ୍ତ ଅପରାଧୀ ଜଣ ଧରାପଡିଥିଲା । ପୋଲିସ ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ କରିବା ସହ ଅପରାଧୀ ଜଣକୁ ଟିକିରି ପୋଲିସ ଥାନା କୁ ନିଆ ଯାଇଥିଲା ଏବଂ ଅଧିକ ତଦନ୍ତ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଅପରାଧୀ ଜଣକ ରାୟଗଡା ସ୍ଥିତ ଲକ୍ଷ୍ମୀ ନାରାୟଣ ସାହିର Y ମହୋନ ବାବୁ ବୋଲି ପୋଲିସ ସୂଚନାରୁ ଜଣାପଡିଛି ।ଟିକିରି ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ପୋଲିସ ପକ୍ଷରୁ କିଛିଦିନ ପୂର୍ବରୁ ବିଦେଶୀ ମଦ ଚୋରା ଚାଲାଣ କାରବାର ଚାଲିଥିବାର ସମ୍ପର୍କରେ ସୂଚନା ପାଇଥିଲେ ।

ମୁଖ୍ୟ ବିଷୟ ହେଲା ପଡୋଶୀ ରାଜ୍ୟ ଅନ୍ଦ୍ରା ରୁ କିଛି ବର୍ଷ ହେଲା ଏହି ବିଦେଶୀ ମଦ ଚରା କାରବାରରେ ମାଫିଆ ମାନେ ସକ୍ରିୟ ହୋଇଛନ୍ତି ,ରାୟଗଡା ଜିଲ୍ଲା ରୁ କଳାହାଣ୍ଡି ଜିଲ୍ଲାକୁ ଟୋଲଗ୍ୟାଟ କିମ୍ବା ତନଖି ଗ୍ୟାଟ କୌଣସି ବାଟରେ ନଥିବାବେଳେ ମଦ ମାଫିଆଙ୍କୁ ମଦ ଚରା କାରବାର କରିବାକୁ ଅତି ସହଜ ହେଇ ପଡିଛି ।ଏହି ମଦ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ଓ ଉପାନ୍ତ ଅଞ୍ଚଳକୁ ଚାଲାଣ କରାଯାଉଛି ,ହେଲେ ପୋଲିସ ପାଖରେ ଏହାର ପୂର୍ବ ସୂଚନା ରହୁଥିବା ବେଳେ ଉଭୟ ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ଅବକାରୀ ବିଭାଗରେ ଏହାର ତିଳେ ହେଲେ ଖବର ନାହିଁ ଯେ, ଏତେ ବିପୁଳ ମାତ୍ରାର ବିଦେଶୀ ମଦ କେଉଁଠୁ ଉଠାଣ କରାଯାଉଛି ?ଏହାର ଡିଲର ,ଜଗାଣ ଓ କେଉଁ ବ୍ୟବସାୟୀ କିଏ ? ଦିନ କିମ୍ବା ରାତି ,କେଉଁ ରାସ୍ତା ରେ ସର୍ବଦା କେଉଁ ଗାଡ଼ିରେ କାରବାର ଚାଲୁଛି ଏହାର କୌଣସି ଖବର ଉଭୟ ଜିଲ୍ଲା ର ଅବକାରୀ ବିଭାଗ ପାଖରେ ନାହିଁ । ଏହା ବର୍ତ୍ତମାନ ସମଗ୍ର ଜିଲ୍ଲାରେ ବିସ୍ମୟ ସୃଷ୍ଟି କରିଛି ।

Related Post

ବାପା ମା କୁ ହରାଇ ଅସହାୟ ଦୁଇ ଭଉଣୀ ଶାନ୍ତି ଓ ଭାରତୀ

Posted by - July 2, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଲୁଦନ ଗ୍ରାମର କୃଷ୍ଣ ନାୟକ ନିଜ ସ୍ତ୍ରୀ ଏବଂ ଦୁଇ ଝିଅକୁ ନେଇ…

ମାଲକାନଗିରି ରେ ବନ୍ୟା, ବିପଦ ସଙ୍କେତ ଉପରେ ଶାବେରୀ ଓ ସିଲେରୁ ନଦୀ, ରାସ୍ତା ଉପରେ ୮ ଫୁଟ ର ବନ୍ୟାଜଳ

Posted by - July 15, 2022 0
ଭୁବନେଶ୍ବର;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କିଛିଦିନ ର ଲଗାଣ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର  ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ

Posted by - January 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର  ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ । ମଂଗଳପୁର ଥାନା…

ଫେମ ଇଣ୍ଡିଆର ଦେଶର ୫୦ ବିଧାୟକ ତାଲିକା ରେ ପ୍ରଣବ ପ୍ରକାଶ ଦାସ(ବବି ଦାସ)

Posted by - August 16, 2020 0
ଭୁବନେଶ୍ବର :ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ସମଗ୍ର ଦେଶରେ ବିଧାୟକଙ୍କ ବିଷୟରେ ଏକ ସର୍ଭେ କରିଛି ଏବଂ ସର୍ବୋତ୍ତମ ୫୦ ଜଣ ବିଧାୟକ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।…

ସମ୍ବଲପୁରରେ ସୁନା ପୁଅ ପ୍ରମୋଦ ଭଗତ କୁ ଭବ୍ୟ ସ୍ୱାଗତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମାଟିରେ ସୁନା ପୁଅ ପ୍ରମୋଦ ଭଗତ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନିକଟରେ ଅନୁଷ୍ଠିତ ପାରା ଅଲମ୍ପିକରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ…