ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ପ୍ରଦାନ ଉତ୍ସବ

100 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପାଇଁ କାୟାକଳ୍ପ ପୁରସ୍କାର ପାଇଥିବା ବିଭିନ୍ନ ସ୍ଵାସ୍ଥ୍ୟ ଅନୁଷ୍ଠାନକୁ ଗତକାଲି ତା.୧୪.୧୦.୨୦୨୨ରିଖ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍କୃତ କରାଯାଇଛି। ଜିଲ୍ଲାପାଳ ଅବୋଲି ନାରାୱଣେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି କୃତୀ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିବା ସହ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସ୍ଵାସ୍ଥ୍ୟ ଅନୁଷ୍ଠାନ ଏହି ପୁରସ୍କାର ପାଇଁ ଯୋଗ୍ୟତା ହାସଲ କରିବା ଦିଗରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଥିଲେ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ବର୍ଗରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଉଲୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ବର୍ଗରେ ମୁର୍ଷୁଣ୍ଢୀ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସାହାଜପିଟା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ରାମପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଶଙ୍କରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଜାଲୋଇ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସ୍ଵାସ୍ଥ୍ୟ ଉପକେନ୍ଦ୍ର ବର୍ଗରେ ଦେଉଲପଦର ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର, ରାଣୀସରଡା ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଓ କୁଡାପଡା ସ୍ଵାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଜିଲ୍ଲାସ୍ତରରେ ସମ୍ମାନିତ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଡିପିଏମ ବିଶ୍ଵମ୍ଵର ବେହେରା, କ୍ଵାଲିଟି ଆସୁରେନ୍ସ୍ ମେନେଜର ହିତେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

Related Post

ଗୁଣି ଗାରେଡ଼ି ବିରୋଧରେ ସଚେତନତା ଶିବିର

Posted by - June 23, 2022 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା…

ଯାଜପୁର ଜିଲ୍ଲାପାଳ ଙ୍କୁ ମିଳିଲା ଜାତୀୟ ସମ୍ମାନ

Posted by - March 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାପାଳ ରଂଜନ କୁାମର ଦାସଙ୍କୁ ମିଳିଲା ଜାତୀୟ ସମ୍ମାନ । ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନ ରେ ସହରୀ…

ସମ୍ବଲପୁରରେ ଗଛକୁ ସୁରକ୍ଷା ଦେବା ପାଇଁ ନିଆରା ପ୍ରୟାସ-: ଗଛ ପୁଅ ଜୁଁଇତିଆ ଉତ୍ସବ

Posted by - September 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ପର୍ବ ହେଲା ପୁଅ ଜୁଁଇତିଆ । ବିବାହିତା ମହିଳା ମାନେ ନିଜ ନିଜ ସନ୍ତାନ ମାନଙ୍କର ଉନ୍ନତି ଓ ଶୁଭ…

ପୁରୁଣାକଟକ ମେଡିକାଲ୍ ସମ୍ମୁଖରେ ମୁହାଁମୁହିଁ ବାଇକ୍ ଧକ୍ଳାରେ ୨ ଗୁରୁତର

Posted by - June 29, 2021 0
ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ପୁରୁଣାକଟକ ମେଡିକାଲ୍ ସମ୍ମୁଖରେ ଆଜି ମଧ୍ୟାନ୍ନରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍ଳାରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି ।…