Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ୪ ମାସ ହେଲା ଭତ୍ତା ପାଇନାହାନ୍ତି ବୁଢା ବାପା ଓ ଭିନ୍ନକ୍ଷମ ଝିଅ

76 0

କେସିଙ୍ଗା : (ପୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତରେ ପିଛା ଛାଡ଼ୁନି ବିବାଦ। କେତେବେଳେ ଖୋଦ ସରପଞ୍ଚ ପିଡ଼ିଏସ୍‌ ଚାଉଳ ଆବଣ୍ଟନରେ ହେଉଥିବା ଦୁର୍ନୀତିକୁ ନେଇ ଦାବି ପୂରଣ ନହେଲେ ଗଣଧାରଣାର ଚେତାବନୀ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା ହୋଇ ସେଠାରେ ଢ଼ାବା କରିବା ନେଇ ଅଭିଯୋଗ କେସିଙ୍ଗା ବିଡ଼ିଓଙ୍କ ପାଖରେ ରହିଛି। ଏବେ ଜଣେ ୮୦ ବର୍ଷର ଅସହାୟ ବୃଦ୍ଧ ଓ ଜଣେ ୪୭ ବର୍ଷୀୟ ଭିନ୍ନକ୍ଷମ ବାପ ଝିଅ ଦୀର୍ଘ ୪ ମାସରୁ ଊର୍ଦ୍ଧ୍ବ ହେବ ଭତ୍ତା ପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ସୂଚନାରୁ ପ୍ରକାଶ ଯେ ଚାଞ୍ଚେର ପଞ୍ଚାୟତର ଚାଞ୍ଚେର ଗ୍ରାମର ଘାସିରାମ ଗଉଡ଼ (୮୦)ର ଅସୁବିଧା ହେତୁ ସେ ଚାଲି ବୁଲି ପାରୁନାହାନ୍ତି କିନ୍ତୁ ତାଙ୍କର ଭିନ୍ନକ୍ଷମ ଝିଅ ହୀରାମଣି ଗଉଡ଼(୪୭) ଚାଳିବାରେ ଅସମର୍ଥ ଥିଲେ ମଧ୍ୟ ଅନେକ ଥର ପଞ୍ଚାୟତ ଯାଇ ଭତ୍ତା ମିଳିନଥିବା ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି। କିନ୍ତୁ ଭତ୍ତା ତମର ବ୍ୟାଙ୍କ ଆକାଉଣ୍ଟରେ ମିଳିଯିବ ବୋଲି କେବଳ ଆଶ୍ୱାସନା ମିଳୁଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଚାଞ୍ଚେର ସରପଞ୍ଚ ଅଞ୍ଜୁ କୁମାରଙ୍କ ପ୍ରତିକ୍ରିୟା ନେବାରୁ ସେ ସିଧାସଳଖ କେସିଙ୍ଗା ବ୍ଲକ୍‌ ପ୍ରଶାସନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୋଷ ଦେଇଥିଲେ।

ହିତାଧିକାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ପିଇଓ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ବୋଲି ସେ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି କେସିଙ୍ଗା ବ୍ଲକ୍‌ରେ ଜାତୀୟ ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ୫୯୮୨ ଜଣ ହିତାଧିକାରୀ ଭତ୍ତା ଆକାଉଣ୍ଟରେ ପାଉଥିବା ବେଳେ ମଧୁବାବୁ ଯୋଜନାରେ ୮୧୩୬ ଜଣ ହିତଧିକାରୀ ଭତ୍ତା ନଗଦ ସିଧାସଳଖ ପାଉଛନ୍ତି ହେଲେ ପିଇଓ ମାନଙ୍କ ମନମାନି ଓ ଭତ୍ତା ଟଙ୍କା ହଡପ ଯୋଗୁଁ ଅନେକ ହିତଧକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ୨୦୨୦/୨୦୨୧ ସୋସିଆଲ ଅଡିଟ ଅନୁସାରେ ଅନେକ ପିଇଓ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ରିପୋର୍ଟ ସାମ୍ନା କୁ ଆସିଛି।ସେଥିପାଇଁ ବ୍ଲକ ପ୍ରଶାସନ ପିଇଓ ମାନଙ୍କୁ ଆୟତ୍ତ ରେ ରଖିବା ପାଇଁ ସାଧାରଣ ରେ ଦାବି ହେଉଛି।

Related Post

ଯାଜପୁର ପୌରପାଳିକାକୁ ସରସ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ବୈଠକ ଅନୁଷ୍ଠିତ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାକୁ ସରସ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ପୌରପାଳିକା ର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ…

ଓଡିଶା ଡ୍ରାଇଭର ମହାସଂଘ ବୈଠକ

Posted by - July 25, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଲକ ଘାଟିଜାମପାଳି ଠାରେ ରହିଥିବା ତ୍ରାହି ଅଚ୍ୟୁତ ଆଶ୍ରମ ରେ ଆଜି ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଲା…

କୋରୋନା ପାଇଁ ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ।

Posted by - March 21, 2020 43
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନାର ମୁକାବିଲା କରିବା ପାଇଁ ଯାଜପୁର ଜିଲା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର…

କାଶୀପୁର ବିଦେଶୀ ଠିପି ଖୋଲା ମଦ ଦୋକାକନରେ ଦକ୍ଷିଣାଞ୍ଚଳ ଡେପୁଟି କମିଶନରଙ୍କ ଗସ୍ତ

Posted by - October 15, 2022 0
ରାୟଗଡା ।: (ଅଞ୍ଜନ କୁମାର ନାଏକ ) ରାୟଗଡା ଜିଲ୍ଲା କାଶୀପୁର ସଦରରେ ଏକ ବିଦେଶୀ ଠିପି ଖଲା ମଦ ଦୋକାନ ରେ ଗତ କାଲି ସନ୍ଧ୍ୟା…

ସଂଗ୍ରାମପୁର ଗ୍ରାମରେ ରୁକ୍ମିଣୀ ବିବାହ ପାଳିତ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧଜିଲ୍ଲା ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜିପୌରାଣିକ ହିନ୍ଦୁ ଧର୍ମ ମତlନୁଯାଇ ଋକ୍ମୁଣି ବିବାହ ପାଳିତ ହୋଇଯାଇଛି। ଏହି ବିବାହରେ…