Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପିଲାଙ୍କ ଭବିଷ୍ୟତ ଅନ୍ଧାରରେ , ୮୧ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ , ଶିକ୍ଷାଧିକାରୀ ଜାଣି ଶୁଣି ଚୁପ

93 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଜମୁନପାଲି ଗାଁ ର ପ୍ରାଥମିକ ବିଦ୍ୟାଳୟ ରେ ୮୧ ଛାତ୍ର ଛାତ୍ରୀଙ୍କୁ ଜଣେ ଶିକ୍ଷକ ପାଠ ପଢ଼ାଉଥିବା ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନା ମୁତାବକ ଜମୁନପାଳି ଗାଁ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୧ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟରେ ୩ ଟି ଶ୍ରେଣୀ ଗୃହ ଅଛି । ସେଥି ମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ ହୋଇ ବିପଦ ଶଙ୍କୁଲିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ଏକା ଆସି ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ସରକାରୀ ନିୟମ ଅନୁସାରେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇବା କଥା । ହେଲେ ଏବେ ବିଦ୍ୟାଳୟଟି ଜଣେ ଶିକ୍ଷକରେ ପାଠ ପଢା ଚାଲିଥିବା ଅଭିଯୋଗ ହେଉଛି। ପୂର୍ବରୁ ବିଦ୍ୟାଳୟରେ ତିନି ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଙ୍କ ବଦଳି ହୋଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକଙ୍କୁ ଗତ ଜୁଲାଇ ମାସରେ ପଦୋନ୍ନତି ହୋଇଥିବା ଜଣାପଡିଛି ।

ଏବେ ନିଯୁକ୍ତି ଥିବା ଜଣେ ଶିକ୍ଷକ ସରକାରୀ କାମ ହେଉ ବା ଘରୋଇ କାମ ରେ ଛୁଟି ରେ ଗଲେ ବିଦ୍ୟାଳୟଟି ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି। ଏ ନେଇ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା ଓ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହେଉଛି । ଆଗକୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ କଲେ ଆନ୍ଦୋଳନ କୁ ଗ୍ରାମ ବାସି ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ବିଷୟରେ ବି ଇ ଓ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ଫୋନ କରିବାରୁ ଫୋନ କଲ ଗ୍ରହଣ କରିନଥିଲେ । ଏନେଇ ଏ ବି ଓ ମିନିକେତନ ବରିହା ଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ଡି ଇ ଓ ଙ୍କୁ ଉକ୍ତ ବିଷୟରେ ପତ୍ର ମାଧ୍ୟମରେ ଜଣା ଯାଇଛି ଅତି ଶୀଘ୍ର ଶିକ୍ଷକ ସମସ୍ୟାର ସମାଧାନ ହେବ ବୋଲି ପ୍ରକାଶ କରିଥିଲା । ଏନେଇ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ବିଦ୍ୟାଳୟ ରେ ତତ୍ କାଳୀନ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି ହେଉଛି ।

Related Post

ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୁର୍ବତନ ସୈନିକ

Posted by - December 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର କଚେରୀ ଛକ ଠାରେ ଥିବା ସହୀଦ ସ୍ତମ୍ଭ ଠାରେ ପଶ୍ଚିମ ଓଡିଶା ex service man ଆସୋସିଏସନ ପକ୍ଷରୁ ବୀର ଯବାନଙ୍କ ଶୃତିରେ ବିଶେଷ…

ପୁଣି ସମୟ ବଦଳାଇଲେ ଯାଜପୁର ଜିଲ୍ଲାପାଳ,କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ

Posted by - March 30, 2020 143
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର…

ସହୀଦ ପରିବାରଙ୍କୁ ସମ୍ମାନିତ କରିବ ସମ୍ବଲପୁର ୫ ଓଡ଼ିଶା ବାଟାଲିୟନ ଏନସିସି

Posted by - January 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଆଜାଦିକା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଦେଶବ୍ୟାପୀ ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ପ୍ରଦର୍ଶନ ପାଇଁ…

ଖୋଲିଲା ସ୍କୁଲ: ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

Posted by - February 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଖୋଲିଲା ସ୍କୁଲ,ଦୀର୍ଘ ଦୁଇ ବର୍ଷ ପରେ ବାଜିଲା ସ୍କୁଲ ଘଣ୍ଟା।ଫେବୃୟାରୀ ୭ ତାରିଖ ସୋମବାର ଥିଲା ଓଡ଼ିଶା ବାସୀଙ୍କପାଇଁ ଏକ…

ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

Posted by - June 10, 2021 0
ଭୁବନେଶ୍ୱର: ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ। ଏହାସହ ଅତ୍ୟନ୍ତ ଆବଶ୍ୟକ ନହେଲେ…