Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜୟପାଟଣା ନିକଟସ୍ଥ ବିମଳା ଗ୍ରାମରେ ଘୃତଯଜ୍ଞ ଅନୁଷ୍ଠିତ

80 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମ ଠାରେ ପରମ ପୂଜ୍ୟ ମହିମା ସାଧୁ ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ ବାବା ଙ୍କ ଦ୍ୱାରା ମହିମା ଧର୍ମର ଧାର୍ମିକ ରୀତି ନୀତି ଓ ବିଧି ଅନୁଯାୟୀ ସମାରୋହ ର ସହ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ କାର୍ଯ୍ୟରେ ସାଧୁ ମଧୁ ଦାସ, ସାଧୁ ଚନ୍ଦ୍ରମଣି ଦାସ, ସାଧୁ ମହେନ୍ଦ୍ର ଦାସ ସହଯୋଗ କରିଥିଲେ। ଦନାର୍ଦନ ଭକ୍ତ ଓ ସହଯୋଗୀ ଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ଖଞ୍ଜଣୀ ବାଦ୍ୟ ଓ ଭଜନ ପରିବେଷଣ କରିଥିଲେ।

ଭକ୍ତ କିଶୋର ସା ଙ୍କ ଗୃହରେ ଅନୁଷ୍ଠିତ ଏହି ଯଜ୍ଞ ରେ ଅଖଣ୍ଡ ଦୀପ ପ୍ରତିଷ୍ଠା ଓ ଶୂନ୍ୟ ବ୍ରହ୍ମ ଙ୍କୁ ଦୀପଦାନ ପରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ ବାବା ଦେଶ, ଗ୍ରାମ, ତଥା ଉପସ୍ଥିତ ଭକ୍ତ ଙ୍କ ମଙ୍ଗଲ କାମନା ସହ ଶସ୍ୟ ଶ୍ୟାମଳା ଧରିତ୍ରୀ, ବିଶ୍ୱର ଶାନ୍ତି ଓ ମଙ୍ଗଳ କାମନା କରି ଶୂନ୍ୟ ବ୍ରହ୍ମ ଙ୍କ ଉଦ୍ଧେଶ୍ୟରେ ଘୃତା ହୁତି ପ୍ରଦାନ କରିଥିଲେ। ଏହି ପବିତ୍ର ଯଜ୍ଞ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆବାଳ ବୃଦ୍ଧ ବନିତା ଯୋଗଦେଇ ଆଶୀର୍ବାଦ ଲଭିଥିଲେ।ଭକ୍ତ କିଶୋର ସା ଙ୍କ ସପରିବାର ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ।

Related Post

କୋରୋନା ସଂପର୍କରେ ସଚେତନ କରିବାକୁ ଆଗେଇ ଆସିଲେ କାରିଗର

Posted by - March 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂପର୍କରେ ସଚେତନ କରିବାକୁ ଆଗେଇ ଆସିଲେ କାରିଗର । ଯାଜପୁର ଜିଲା ଆର୍ଟ ଏଣ୍ଡ ପେଂଟି ଆସୋସିଏସନ ପକ୍ଷରୁ ବିଭିନ୍ନ ଗହଳି…

ୱାର୍ଡ ଭୋଟର ତାଲିକା ରେ ହିତାଧିକାରୀ ଙ୍କ ନାମ ପରିବର୍ତନ କୁ ନେଇ ଦୃଢ ପ୍ରତିବାଦ

Posted by - November 17, 2021 0
ହରଭଙ୍ଗା:( ଚିତ୍ତରଂଜନସିଂ)ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ 2022କୁ ନେଇ ବିଭିନ୍ନ ମହଲରେ ଅଙ୍କ କସା ଆରମ୍ଭ ହୋଇଯାଇଛି!ଏହି ଅଙ୍କ କସା ଭିତରେ ବଳି ପଡୁଛି ସାଧାରଣ ଜନତା!ଏମିତି…