Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାରମ୍ପରିକ ରିତି ନିତିରେ ସମ୍ପନ୍ନ ହେଲା ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା : ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ରାଜପଥ

117 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଇଷ୍ଟ ଓ ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଜାଇଛିl ପ୍ରାୟ ଦୁଇଲକ୍ଷ ରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାବେଶରେ ଶାନ୍ତି ଶ୍ରୁଙ୍ଖଳା ସହ ସମ୍ପନ୍ନ ହୋଇଛି ମା ମାଣିକେଶ୍ଵରୀ ଙ୍କ ବହୁ ପ୍ରତିକ୍ଷିତ ଛତର ଜାତ୍ରା l ପରମ୍ପରା ଅନୁସାରେ ରବିବାର ମହାଅଷ୍ଟମୀ ମଧ୍ୟ ରାତ୍ରରେ ମା ମାଣିକେଶ୍ଵରୀ ଙ୍କ ମନ୍ଦିରରେ ଅଷ୍ଟ ବଳି ତଥା ଗୁପ୍ତ ସନ୍ଧି ପୁଜା ପରେ ମାଆଙ୍କ ବିଜୟ ପ୍ରତିକ ସ୍ଵରୁପ ଛତରକୁ ସେବାୟତମାନେ ଜେନାବାଦ୍ୟର ତାଳେ ତାଳେ ମା ମାଣିକେଶ୍ଵରୀ ଙ୍କ ମନ୍ଦିର ଠାରୁ ପ୍ରାୟ ୪ କିମି ଦୁର ଭବାନୀପାଟଣା ସହରର ପଶ୍ଚିମ ଉପକନ୍ଠସ୍ଥ ଫାସି ଡଙ୍ଗରି ନିକଟରେ ଥିବା ଜେନା ଖାଲକୁ ନେଇଥିଲେ l

ସେଠାରେ ଗୁପ୍ତ ତନ୍ତ୍ର ବିଧିରେ ପୁଜା ଓ ବଳି ପରେ ସୋମବାର ବଡି ଭୋର ୫ଟା ୩୦ ମିନିଟ ସମୟରେ ମାଆଙ୍କ ବିଜୟ ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଜାତ୍ରା ଆରମ୍ଭ କରିଥିଲେ l ମା ମାଣିକେଶ୍ଵରୀ ଙ୍କ ମନ୍ଦିର ଅଭିମୁଖେ ଏହି ପ୍ରତ୍ୟାବର୍ତ୍ତନ ବିଜୟ ଛତର ଜାତ୍ରା ରୁପେ ପ୍ରସିଦ୍ଧ l ଜେନା ଖାଲ ଠାରୁ ମାଆଙ୍କ ମନ୍ଦିର ପର୍ଜ୍ୟନ୍ତ ଏହି ପ୍ରାୟ ୪ କିମି ଭବାନୀପାଟଣା ରାଜରାସ୍ତା ର ଉଭୟ ପାର୍ଶ୍ଵରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାଆଙ୍କ ପୁଜାର୍ଚନା କରିବା ସଙ୍ଗେ ସଙ୍ଗେ ମାନସିକଧାରୀ ମାନେ ବୋଦା , କୁକୁଡା ଆଦି ବଳି ଅର୍ପଣ କରିଥିଲେ l

ଗତ ଦୁଇ ବର୍ଷ ଧରି କରୋଣା କଟକଣା ସକାଶେ ମା ମାଣିକେଶ୍ଵରୀ ଙ୍କ ଛତର ଜାତ୍ରା ବିନା ଭକ୍ତରେ ପାଳିତ ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ପାର୍ବଣ ରେ କଟକଣା ନଥିବାରୁ ମାଆଙ୍କ ବିଜୟ ଛତର ଜାତ୍ରା ରେ ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା l

ଭକ୍ତଙ୍କ ସମାବେଶ ତଥା ଆବେଗକୁ ଦ୍ରୁଷ୍ତିରେ ରଖି ଜିଲ୍ଲା ପୋଲିସ୍ ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଜାଇଥିଲା l ୨୦ ପ୍ଳାଟୁନ୍ ପୋଲିସ୍ ଫୋର୍ସ୍ ସହ ଅତିରିକ୍ତ ଏସ୍ ପି , ୮ ଜଣ ଡି ଏସ୍ ପି , ୧୮ ଜଣ ଇନିସପେକଟର , ୩୨ ଜଣ ଏସ୍ ଆଇ ଏବଙ୍ଗ ୫୦ ଜଣ ଏ ଏସ୍ ଆଇ ମୁତୟନ କରାଜିବା ସହ ସହରର ଜେନାଖାଲ, ଘୋଡାଘାଟ ଛକ ଓ ମା ମାଣିକେଶ୍ଵରୀ ଙ୍କ ମନ୍ଦିର ନିକଟରେ ପୋଲିସ୍ କଣ୍ଟ୍ରୋଲ ରୁମ୍ ର ବ୍ୟବସ୍ଥା କରାଯାଇଥିଲା।

କଳାହାଣ୍ଡି ଏସ୍ ପି ଅଭିଳାଷ ଜି ନିଜେ ସୁରକ୍ଷା ବ୍ୟବସ୍ଥା ର ମୋନିଟରିଙ୍ଗ କରୁଥିଲେ। ଚଳିତ ବର୍ଷ ଛତର ଜାତ୍ରା କୁ ମହାଆଡମ୍ବରରେ ପାଳନ କରିବାକୁ ୨୨ ଟି ସାନ୍ସ୍ କ୍ରୁତିକ ଦଳ ସାମିଲ ହୋଇ ନିଜ ନିଜ କଳା କଉଶଳ ପ୍ରଦର୍ଶନ କରିଥିଲେ l

ଜିଲ୍ଲା ପ୍ରସାଶନ ପକ୍ଷରୁ ପୁର୍ବରୁ ପଶୁ ବଳି ବନ୍ଦ କରିବା ପାଇଁ ଭକ୍ତଙ୍କୁ ନିରୁତ୍ସାହିତ କରିବା ସଙ୍ଗେ ସଙ୍ଗେ ସଚେତନତା କାର୍ଜ୍ୟକ୍ରମ କରାଯାଇ ଥିଲେ ମଧ୍ୟ ଭକ୍ତଙ୍କ ମାଆ ମାଣିକେଶ୍ଵରୀ ଙ୍କ ପ୍ରତି ଥିବା ଅଗାଢ ବିସ୍ଵାଶ ଓ ପରମ୍ପରା ଆଗରେ ପ୍ରସାଶନ ଓ ଆଇନ୍ ହାର୍ ମାନିଥିଲା l ମାନସିକଧାରୀ ମାନେ ଜେନାଖାଲ ଠାରୁ ମାଆଙ୍କ ମନ୍ଦିର ପର୍ଜ୍ୟନ୍ତ ପ୍ରାୟ ୪ କିମି ଭବାନୀପାଟଣା ରାଜରାସ୍ତାର ଉଭୟପାର୍ଶ୍ଵରେ ହଜାର ହଜାର ସଙ୍ଖ୍ୟାରେ ପଶୁ ଓ ପକ୍ଷି ବଳି ଦେଇଥିଲେ। ଫଳରେ ରାଜ ରାସ୍ତା ରକ୍ତ ରଞ୍ଜିତ ହୋଇପଡିଥିଲା l

ଅପରାହ୍ଣ ପ୍ରାୟ ଦୁଇ ଟା ସମୟରେ ମା ମାଣିକେଶ୍ଵରୀ ଙ୍କ ଛତର ମନ୍ଦିର ରେ ପହଞ୍ଚିବା ପରେ ପାରମ୍ପରିକ ରିତି ନିତି ଅନୁସାରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମାଆଙ୍କ ପ୍ରତିକ ସ୍ଵରୁପ ଛତରଙ୍କୁ ବନ୍ଦାପନା ଓ ପୁଜାର୍ଚ୍ଚନା କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ଏଥିସହ ମାଆଙ୍କ ବିଜୟ ଛତର ଜାତ୍ରା ସମାପନ ହୋଇଥିଲା l

Related Post

ବେଆଇନ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ,୨ ପିସ୍ତଲ ସହ ଅନେକ ସାମଗ୍ରୀ ଜବତ, ଜଣେ ଗିରଫ

Posted by - October 11, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ କାରଖାନା ଠାବ ସହ ୪ ବନ୍ଧୁକ,୨ ପିସ୍ତଲସହ ବ୍ୟାପକ ସାମଗ୍ରୀ…

ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ

Posted by - October 31, 2020 0
ପାରଳାଖେମୁଣ୍ତି:ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛିାଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୂର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ…

ବ୍ୟାସନଗରରେ ବିରଜା ମନ୍ଦୀର ନିର୍ମାଣକୁ ସେବାୟତଙ୍କ ବିରୋଧ

Posted by - June 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାସନଗରରେ ମା ବିରଜା ମନ୍ଦୀର ନିର୍ମାଣକୁ ନେଇ ବିରୋଧ ଦେଖାଦେଇଛି । ମା ବିରଜା ମନ୍ଦୀରର ସେବାୟତ ମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ…

ଅନ୍ତରାଜ୍ୟ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବୌଦ୍ଧ, ଜଙ୍ଗଲ ରୁ ଦୁଇଟି ଦନ୍ତା ହାତୀର ମୃତ୍ୟୁ ହେଲା ଠାବ

Posted by - May 28, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସମୟରେ ଏଟିଏଫ ଦ୍ଵାରା ବାଘ ଛାଲ ଓ ବଜ୍ରକାପ୍ତା ଜବତ ହେଉଥିବା ବେଳେ ଗତ ତିନିଦିନ ମଧ୍ୟରେ ବୌଦ୍ଧ…

ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି : ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ

Posted by - March 25, 2021 0
ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କର ଏକ ଅଡିଓ ରେକର୍ଡିଂ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗତକାଲି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି | ବିରୋଧୀ…