ସମ୍ବଲପୁର ଡିଆରଏମଙ୍କ ନିକଟକୁ ଟିଟିଲାଗଡ଼ ବଣିକ ସଂଘର ୨୧ ସୂତ୍ରିୟ ଦାବିପତ୍ର ପ୍ରଦାନ

56 0

ଟିଟିଲାଗଡ: :(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ ବଣିକ ସଂଘର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ବରେ ସ୍ଥାନୀୟ ଅତିରିକ୍ତ ରେଳବାଇ ମ୍ୟାନେଜର ଉଦ୍ଧବ ରାମଙ୍କ ମାଧ୍ୟମରେ ସମ୍ବଲପୁର ଡିଭିଜନଳ ରେଳବାଇ ମ୍ୟାନେଜରଙ୍କ ନିକଟକୁ ଏକ ୨୧ ସୂତ୍ରିୟା ଦାବିପତ୍ର ପ୍ରଦାନ କରାଯାଇଛି। ପଶ୍ଚିମ ଓଡ଼ିଶାର ଏକ ବ୍ୟସ୍ତ ବହୁଳ ରେଳବାଇ ଜଙ୍କସନ ରୂପେ ପରିଚୟ ପାଇଛି ଟିଟିଲାଗଡ଼ ରେଳ ଷ୍ଟେସନ। ଦିନକୁ ଶହ ଶହ ସଂଖ୍ୟlରେ ଯାତ୍ରୀ ଦେଶର କୋଣ ଅନୁକୋଣକୁ ଏହିଠାରୁ ଯାତାୟାତ କରିଥାନ୍ତି। ଭିଡ଼କୁ ଦେଖି ଟିଟିଲାଗଡ ଷ୍ଟେସନରେ ପ୍ଲାଟଫର୍ମ ସଂଖ୍ୟା ୫ କୁ ବୃଦ୍ଧି କରାଯାଇଛି ଏବଂ ନିର୍ମାଣ ପରେ ସମସ୍ତ ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ ମଧ୍ୟ କରାଯାଇଛି, ହେଲେ ସଂଘ ଏବଂ ଯାତ୍ରୀଙ୍କ ଅଭିଯୋଗ ହେଉଛି ଯେ ଯାତ୍ରୀ ୪ ଆଉ ୫ ନମ୍ବର ପ୍ଲାଟ ଫର୍ମରୁ ଯାତ୍ରା କରିବା ସମୟରେ ଯାତ୍ରୀ ମାନଙ୍କୁ ଖାସ କରି ବୟସ୍କ ଯାତ୍ରୀ, ରୋଗୀ ଏବଂ ମହିଳାଙ୍କୁ ଗୋଟିଏ ପ୍ଳାଟଫର୍ମରୁ ଅନ୍ୟ ପ୍ଳାଟଫର୍ମକୁ ଜିନିଷ ବୋହି ଯିବାରେ ବେଶି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ତା ସହ ବହୁ ସମୟରେ ୧,୨, ୩ ରେ ମାଲବାହୀ ଟ୍ରେନକୁ ଡାଇଭର୍ଟ କରି ଜାଣିଶୁଣି ୪ ଆଉ ୫ ନମ୍ବରରେ ଯାତ୍ରୀ ଟ୍ରେନକୁ ଦେବା ମଧ୍ୟ ବଣିକ ସଂଘର ସଦସ୍ୟ ଅଭିଯୋଗ କରିଛନ୍ତି। ୨୧ ସୂତ୍ରିୟା ଦାବି ପତ୍ରରେ ଲିଫ୍ଟ ବ୍ୟବସ୍ଥା, ପ୍ଳାଟଫର୍ମ ଶେଲଟର, କୋଚ ସୂଚକ ପ୍ରଣାଳୀ, ମହିଳା, ପୁରୁଷ, ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅପେକ୍ଷାକକ୍ଷ, ସିରଭଟା ପଡା ଏବଂ ହାଟପଦାପଡା ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟିକଟ କାଉଣ୍ଟର, ପିଇବା ପାଣି ସୁବିଧା, ଶୌଚାଳୟ ସୁବିଧା, ପାର୍କିଂ ସୁବିଧା ବଢାଇବାକୁ ଦାବି କରାଯାଇଛି। ନୂତନ ରୂପେ ତିଆରି ହୋଇଥିବା ପ୍ଲାଟଫର୍ମରେ ସି.ସି.ଟିଭି ବ୍ୟବସ୍ଥା, ନିୟମିତ ରୂପେ ଚାଲି ଆସୁଥିବା ଦେୟ ପାର୍କିଂଷ୍ଟାଣ୍ଡରେ ଗାଡି ରଖିବା ସ୍ଥାନରେ କଭର ଶେଡ ଲଗାଇବା ସହ ଟ୍ରେନର ପ୍ଳ।ଟଫର୍ମକୁ ଆଗମନ ପୂର୍ବରୁ ଠିକ ସମୟରେ ଘୋଷଣା ସହ କମ ସମୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ମାଗଣା ପାର୍କିଂ ବ୍ୟବସ୍ଥା ସହ ରାଧାକୃଷ୍ଣ ମନ୍ଦିର ନିକଟରେ ଥିବା ରେଳବାଇ ଭୂତଳ ବ୍ରିଜରେ ଯଥେଷ୍ଟ ଆଲୋକିକରଣ କରାଇବାକୁ ଦାବି ସହ ଭୂତଳ ବ୍ରିଜରୁ ସିରଭଟା ପଡାକୁ ସଂଯୋଗ ହେଉଥିବା ରାସ୍ତାର ମରାମତି ଦାବି କରିଛନ୍ତି ଟିଟିଲାଗଡ ବଣିକ ସଂଘ।

ଏ ସବୁ ଦାବିକୁ ରେଳବାଇ ଗୁରୁତ୍ଵ ଦେଇ ବିଚାର କରି ସମାଧାନ କରିବାକୁ କହିଛନ୍ତି ସଭାପତି ଶ୍ରୀ ଶ୍ରୀ ଗୋୟଲ। ପ୍ରକୃତ ଦାବି ଉପରେ ରେଳବାଇ ଯଦି କୋଣସି ପଦେକ୍ଷେପ ଗ୍ରହଣ ନ କରେ ତାହେଲେ ଆଗାମୀ ଦିନରେ ଶହଶହ ସଂଖ୍ୟାରେ ବଣିକ ସଂଘର ସଦସ୍ୟ ମାନେ ଷ୍ଟେସନ ସମ୍ମୁଖରେ ଧାରଣାରେ ବସିବେ ଏବଂ ରେଳରୋକ ଆନ୍ଦୋଳନ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି। ଆଜି ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ସଭାପତି ଶମ୍ଭୁ ଗୋୟଲ, ଜେଡ.ଆର.ୟୁ.ସି.ସି. ସଦସ୍ୟ ଈଶ୍ବର ଚନ୍ଦ ଜୈନ, ସଚିବ ଗୋପାଳ ଜୈନ, କୋଷାଧ୍ୟକ୍ଷ ଶଶୀ କପୁର ଜୈନ, ସହ ସଚିବ ଅଙ୍କୁର ଅଗ୍ରୱାଲ, ଦେବୀ ଶର୍ମା, ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ନିରୁ ଶର୍ମା,ବିକାଶ ବିରମିୱାଲ, ତ୍ରିନାଥ ରାଓ, ଦୀପକ ପୋପଟ ସହ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ।

Related Post

ଖବର କାଗଜ ବିତରକଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ର ଶୁଭାରମ୍ଭ

Posted by - December 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଂଜିକୃତ ସମସ୍ତ ଖବର କାଗଜ ବିତରକ ଙ୍କ ନିମନ୍ତେ ସ୍ୱତନ୍ତ୍ର…

ଆକସ୍ମାତ କେସିଙ୍ଗା ରେ ଡ୍ରାଇଭର ମହାସଂଘ ର ରାଜପଥ ଅବରୋଧ: ଯାତ୍ରୀ ହନ୍ତସନ୍ତ

Posted by - April 19, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଓଡିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷ ରୁ ୧୧ ଦଫା ଦାବି ନେଇ କେସିଙ୍ଗା ସହର ବଲାଙ୍ଗୀର ଛକ,ପ୍ରାଣୀ…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…

ଯାଜପୁର ଓ ବ୍ୟସନଗର ପୌରପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

Posted by - March 4, 2022 0
ଯାଜପୁର :ଯାଜପୁର ଓ ବ୍ୟାସନଗର ପୌରପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ ର ଦ୍ୱତୀୟ ଦିନ ରେ ପହଁଚିଛି. ପଂଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ…