ରାମକୃଷ୍ଣ ବାଳାଶ୍ରମ ବିରନର୍ସିଂହପୁର ଠାରେ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

86 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ରାମକୃଷ୍ଣ ବାଳାଶ୍ରମ ବିରନର୍ସିଂହପୁର ଠାରେ ସ୍ଵାଧୀନତା ର ୭୫ତମ ବର୍ଷ ପୁର୍ତୀ ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସମାରୋହ ପାଳନ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ସର୍ବ ପ୍ରଥମରେ ସମସ୍ତ ଅତିଥି ଗଣ ଗାନ୍ଧୀଜି ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲା ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ବବିତା ରାଣୀ ଦଳବେହେରା,ଅତିରିକ୍ତ ଜିଲ୍ଲାପାଳ,ବୌଦ୍ଧ ଯୋଗଦେଇ ସ୍ଵାଧୀନତା ର ୭୫ବର୍ଷ ପୁର୍ତୀ ଅବସରରେ ଶିଶୁଯତ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ତଥା ଶିଶୁ ମାନେ ବିଭିନ୍ନ ଅନୁଷ୍ଠାନ ଯଥା ଶିଳ୍ପ ତାଲିମ କେନ୍ଦ୍ର ,ପୁଲିସ ଥାନା, ବ୍ୟାଙ୍କ ଓ ଡାକଘର ପରିଦର୍ଶନ କାର୍ଯକ୍ରମ ବିଷୟ ରେ ଜାଣି ଖୁସି ହୋଇଥିଲେ ଓ ଶିଶୁ ମାନଙ୍କୁ ସମସ୍ତ ପ୍ରତିଯୋଗୀତା ରେ ଭାଗନେବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ଭାବରେ ଶିଶୁ ମାନଙ୍କର ପ୍ରତିନିଧି କୁମାରୀ ପ୍ରଭାସିନୀ ଖେତି ସଭାରେ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସର୍ବଦା ସତ୍ୟ କହିବ।, ସମୟର ସଦୁପଯୋଗ କରିବା ଓ ନିଷ୍ଠା ର ସହ କଠିନ ପରିଶ୍ରମ କଲେ ଜଣେ ଜୀବନ ରେ ଭଲ ମଣିଷ ହୋଇପାରିବ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଆଶ୍ରମ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୀବନୀ ଓ ନୀତି ଆଦର୍ଶ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ରିତିକାନ୍ତି ବଳିଆରସିଂହ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମ କୁ ସୁରକ୍ଷା ଅଧିକାରୀ ଅନୁଷ୍ଟାନିକ ସେବା ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମଲ୍ଲିକ ସ୍ଵାଗତ ଭାଷଣ ତଥା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ବଘାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିଶୁ ଓ ପରିଚାଳନା କମିଟିର ସଦସ୍ୟ ଯୋଗଦେଇଥିଲେ ।ଅନୁଷ୍ଠାନ ର ପରାମର୍ଶ ଦାତା ଶ୍ରୀ ପ୍ରବୀଣ କୁମାର ହୋତା, ହିସାବ ରକ୍ଷକ ଶ୍ରୀଯୁକ୍ତ ଅନନ୍ତ କୃଷ୍ଣ ବାଗ,C.W.O ଶ୍ରୀଯୁକ୍ତ ନୀଳାଚଳ ପ୍ରଧାନ ଏବଂ ସମସ୍ତ କର୍ମଚାରୀ ସହୋଯୋଗ କରିଥିଲେ।

Related Post

ବିକାଶର ଵିକଳ୍ପ ଦୃଶ୍ୟ,ରାସ୍ତା ନଥିବାରୁ ରୋଗୀ ବୁହାହେଲେ ଟୋକେଇରେ ୬କିଲୋମିଟର

Posted by - August 2, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଂଚଳରେ l ରାସ୍ତା ନଥିବା ହେତୁ ଝାଡା ରୋଗରେ ପୀଡିତ ହୋଇ…

ଯାଜପୁର ଜିଲ୍ଲାପାଳ ହେଲେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ,ଜାଣନ୍ତୁ କିଏ ହେଲେ ଯାଜପୁର ଜିଲ୍ଲାପାଳ

Posted by - September 10, 2020 0
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାପାଳ…

ଅମୃତ ଧାରା ନାମରେ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ

Posted by - June 4, 2021 0
ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ବୃଦ୍ଧି ପାଇଛି । ରାଜ୍ୟରେ ଅନେକ କରୋନା ଆକ୍ରନ୍ତ ଅମ୍ଳଜାନ ଆବଶ୍ୟକତା କରୁଛନ୍ତି । ତେବେ ଅନ୍ୟ ରାଜ୍ୟ…

ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ଝିଅ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ର ଝିଅ…