କେସିଙ୍ଗା ଅଞ୍ଚଳରେ ଦିନ କୁ ଦିନ ବଢିବାରେ ଲାଗିଛି ଲୁହା ଚୋରୀ ଘଟଣା

140 0

କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଲୁହା ଚୋରୀ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଲୁହା ଚୋରୀ କୁ ନେଇ ଏକ ଚିନ୍ତାର ବିଷୟ ହୋଇଛି । ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ଦୃର୍ବୁତ୍ତ ମାନଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି ବୋଲି କେସିଙ୍ଗା ସହରରେ ଆଲୋଚନାର ବିଷୟ ହେଉଛି । ଯାହାକୁ ନେଇ ପୁଲିସ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ଯେଉଁ ଭଳି ଭାବେ ଲୁହା ଚୋରୀ ସଂଖ୍ୟା ବୃଦ୍ଧି ପାଉଛି ସେନେଇ କବାଡି ବାଲାଙ୍କ ଉପରେ ସନ୍ଦେହ ସୃଷ୍ଟି କରୁଛି ।

ଯାହାକି କେସିଙ୍ଗା ସହର ଓ ଗ୍ରାମାଞ୍ଚଳରେ ରହିଥିବା କବାଡି ଖାନା ଗୁଡିକ ବେନିୟମ ଭାବେ ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ ଯେଉଁ ଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା ହେଉନଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ଗତ କିଛି ମାସ ତଳେ କେସିଙ୍ଗା ବ୍ଲକ ର ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ରୁ ଲକ୍ଷ ଲକ୍ଷ ଟଙ୍କା ର କେବୁଲ ଚୋରି ହୋଇଥିବା ନେଇ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୁଲିସ କେବୁଲ ଚୋରି କରିଥିବା ଦୁର୍ବୃତ୍ତ ମାନଙ୍କୁ ଧରିବାରେ କେତେ ସଫଳ ହୋଇପାରିଥିଲା ତାହା ଜଣାପଡ଼ିନାହିଁ ।

ସେହିପରି ଗତ ମାସ ୩ ତାରିଖ ଦିନ କେସିଙ୍ଗା ସ୍ପିନିଙ୍ଗ ମିଲରୁ ଅପରାହ୍ନ ସାଢେ଼ ୪ ଟା ସମୟରେ ଲୁହା ଚୋରୀ କରି ଏକ ଅଟୋ ରିକ୍ସା ସାହାଯ୍ୟରେ ନେବା ବେଳେ ସୁରକ୍ଷା କର୍ମୀ ଙ୍କ ଦ୍ଵାରା ଧରାପଡିଥିଲା । ଫଳରେ ଦୃର୍ବୁତ୍ତ ମାନେ ଅଟୋ ରିକ୍ସା କୁ ଛାଡି ସେଠାରୁ ଫେରାର ହୋଇଯାଇଥିଲେ ।

ଏନେଇ ସ୍ପିନିଙ୍ଗ ମିଲର ଜନୈକ କର୍ମଚାରୀ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଲିଖିତ ଅଭିଯୋଗ କୁ ଗ୍ରହଣ କରି ଥାନା କେଶ୍ ନମ୍ବର ୩୫୦, ତାରିଖ ୭/୯/୨୦୨୨ ଅନୁସାରେ ଏକ ମାମଲା ରୁଜୁ କରାଯାଇଥିଲା ଓ ତାହାର ତଦନ୍ତ ଦାୟିତ୍ୱ ଏଏସ୍ଆଇ ଶ୍ରୀନିବାସ ବିଶ୍ବାଲ ନେଇଥିଲେ । ତେବେ ଏହି ମାମଲାରେ ପୁଲିସ ତଦନ୍ତ କରି ସଂପୃକ୍ତ ଅଟୋ ରିକ୍ସା କୁ ଜବତ୍ କରିବା ସହ ଥାନାକୁ ଆଣିଥିଲା । ତଦନ୍ତରେ ଲୁହା ଚୋରୀ ଅଭିଯୋଗ ରେ କେସିଙ୍ଗା ସହରର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବାକି ଅନ୍ୟ ଦୁଇ ଜଣ ଏଥିରେ ସଂପୃକ୍ତି ରହିଥିବା ବେଳେ ସେମାନେ ଫେରାର ରହିଥିବା ନେଇ ତଦନ୍ତକାରୀ ଏଏସ୍ଆଇ ପ୍ରକାଶ କରିଛନ୍ତି । ଯାହାକି ଏହି ଅଭିଯୋଗ ରେ କେସିଙ୍ଗା ସହରରେ ଥିବା କିଛି କବାଡି ବାଲାଙ୍କୁ ଡାକି ପୁଲିସ ପଚରାଉଚରା କରିଥିବା ନେଇ ଶୁଣିବାକୁ ମିଳିଥିଲା । ତେବେ ଲୁହା ଚୋରୀ ବୃଦ୍ଧିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

 

Related Post

‘ମୁଁ ଗରିବ ଘରର ଝିଅ, ମୋତେ ନ୍ୟାୟ,ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳୁ

Posted by - September 27, 2019 0
ଧର୍ମଗଡ଼: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଘଟଣା ଦିନ ତାଙ୍କୁ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ମୁଖ୍ୟ…

ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ରାସ୍ତା ରେ ପଡିଥିବା ଦୁଇ ଗୁରୁତର ଯୁବକ ଙ୍କୁ ଉଦ୍ଧାର କଲା ନୀଳଗିରି ପୋଲିସ

Posted by - August 9, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ୍)କିଛି ବ୍ୟକ୍ତି ଙ୍କ ଆକ୍ରମଣ ରେ ଗୁରୁତର ହେଇ ରାସ୍ତା ରେ ପଡିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କଲା ନୀଳଗିରି ପୋଲିସ। ସୂଚନା ରୁ ଜଣା…

ଗୋଟାଏ ପିସ୍ତଲ ଓ ୫ଟି ମୋବାଇଲ ଜବତ ସହିତ ୫ ଜଣ ଡକାୟତ ଗିରଫ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ମିଳିଛି ବଡ ସଫଳତା । ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି…

କେସିଙ୍ଗା ପୋଲିସ ଦ୍ବାରା ୨୪ ପେକେଟ ଗଞ୍ଜେଇ ଜବତ ,ଦୁଇ ଅଟକ

Posted by - May 25, 2022 0
କେସିଙ୍ଗା :(ପୀତେଶ ପଟେଲ)ବିଶାଖାପାଟଣା ରୁ ବିଳାସପୁର କୁ ଏକ ବୋଲେରୋ ରେ ୬୨ କେଜି ୭୫୮ ଗ୍ରାମ ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ କେସିଙ୍ଗା ପୋଲିସ ଥାନା…

ଧର୍ମଗଡ ପୋଷ୍ଟ ଅଫିସରେ ତାଲା କାଟି ଡ଼କାୟତି ଉଦ୍ୟମ,ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ ରୁ ଧରାହେଲେ ୩ ସନ୍ଦିଗ୍ଧ

Posted by - June 20, 2022 0
ଧର୍ମଗଡ:୧୯/୬(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପ ଡାକଘର ରେ ଗତ କାଲି ମଧ୍ୟ ରାତି ରେ ଦୁର୍ବୃତ୍ତ ମାନେ ଗ୍ରିଲ ଗେଟ ତାଲିକାଟି ପଶି ଥିବା ବେଳେ ଗୃହ…