ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

61 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲା ସଂସ୍କୃତି ଭବନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଆଜି ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୁପାର ଠେଲା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ,ସେକ୍ରେଟାରୀ ଡି ଲ୍ ଏସ ଏ ବିଚାରପତି କୁମୁଦିନୀ ମୁଦୁଲି, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ରମେଶ ଚନ୍ଦ୍ର ସ୍ଵାଇଁ, ବରିଷ୍ଠ ନାଗରିକ ସଙ୍ଘ ର ସୋନପୁର ସଭାପତି ଡଃ ଜ୍ଯୋତି ରଞ୍ଜନ ବହିଦାର୍, ବୀରମହାରାଜପୁର ସଭାପତି ଡଃ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଯୋଗଦେଇଥିଲେ l

ପ୍ରାତଃ 6 ଟl ସମୟରେ ଶ୍ରୀ ଗୋପାଳଜୀ ତଡିତ୍ ମନ୍ତ୍ରଶ୍ଵାସ ଯୋଗାଳୟ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯୋଗ ଶିବିର ରେ ଆର୍ତ୍ତତ୍ରାଣ ବାବୁ, ହରିହର ଶତପଥୀ, ନିରଞ୍ଜନ ତ୍ରିପାଠୀ ଯୋଗ ଶିକ୍ଷା ଦେଇଥିଲେ l ଏହାକୁ ସମ୍ପାଦକ ଜ୍ଯୋତି ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ l ପରେପରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା I ଏଥିରେ ଜିଲ୍ଲା ଚିକିତ୍ସାଳୟ ର ଅଭିଜ୍ଞ ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟରକ୍ଷା ର ଉପଦେଶ ଦେଇଥିଲେ l ସଭାରେ ଅତିଥି ମାନେ ଦିବସର ତାତ୍ପର୍ଯ୍ୟ ବୁଝାଇବା ସହିତ ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ପାରିବାରିକ, ସାମାଜିକ ,ବ୍ୟକ୍ତିଗତ ସମସ୍ୟା କୁ କିଭଳି ଭାବରେ ସାମନା କରିବେ ସେଇ ସମ୍ଭନ୍ଧରେ ନିଜ ନିଜର ବହୁମୂଲ୍ୟ ଉପଦେଶ ଦେଇଥିଲେ l

ବ୍ରହ୍ମାକୁମାରୀ ବିକେ ସ୍ନେହା ମନର ଶାନ୍ତି ପାଇଁ ରାଜଯୋଗ ଆପଣାଇ ନେବା ପାଇଁ ଅନୁରୋଧ କରିଥିଲେ l ଏହାପରେ ସମସ୍ତ ବ୍ଲକର ଚୟନ କରାଯାଇଥିବା ଦୁଇ ଜଣ ଲେଖାଏଁ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଙ୍କ ତତ୍ତ୍ଵାବଧାନରେ ସମସ୍ତ ବ୍ଲକ ଅଧିକାରୀ ତଥା କାର୍ଯ୍ୟାଳୟ ର କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୂଚନା ଅଧିକାରୀ ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ସ୍ଥାନୀୟ ମହିମା ବରିଷ୍ଠ ନାଗରିକ ଗୃହର ଅନ୍ତେବାସୀ ମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା I

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ବରିଷ୍ଠ ନାଗରିକ , ବୃଦ୍ଧ ବୃଦ୍ଧା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ , ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l ସୋନପୁର ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ,ଡଃ ରାଜେନ୍ଦ୍ର କୁମାର ମିଶ୍ର,ପ୍ରଦୀପ କୁମାର ପୁରୋହିତ, ପ୍ରୋଫେସର ଲୋକେଶ ଚନ୍ଦ୍ର ପ୍ରଧାନ, ଡଃ ସନ୍ତୋଷ କୁମାର ପାଢୀ, ଡଃ ସରୋଜ କୁମାର ପଟେଲ, ଶିବରାମ ପଟ୍ଟନାୟକ, ସୁଧାଂଶୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ l

 

Related Post

ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି

Posted by - August 21, 2019 0
ଭୁବନେଶ୍ବର : ଶ୍ରୀମନ୍ଦିର ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ସହ ଏହି ଧାର୍ମିକ କ୍ଷେତ୍ରକୁ ଆନ୍ତର୍ଜାତିକ…

ଆଜି ହେଉଛି ବିଶ୍ଵ ଯୋଗ ଦିବସ,ଦୁନିଆଁ ପାଳନ କରୁଛି ବିଶ୍ୱ ଯୋଗ ଦିବସ

Posted by - June 21, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ବିଶ୍ଵ ଯୋଗ ଦିବସ।ଦୁନିଆଁ ପାଳନ କରୁଛି ବିଶ୍ୱ ଯୋଗ ଦିବସ।ବିଶ୍ଵ ବାସୀ ଙ୍କୁ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଓ ସବଳ…

ଆଜାଦୀ କି ଅମୃତ ମହୋତ୍ସବ ପାଲନ ନେଇ ଅତାବିରା ରେ ସଚେତନ ନାଗରିକ ତରଫରୁ ବାଇକ ଶୋଭାଯାତ୍ରା

Posted by - August 13, 2022 0
ସମ୍ବଲପୁର/ବରଗଡ/ଅତାବିରା:୧୨/୮(ରମାକାନ୍ତ ବିଶ୍ଵାଳ)ଆଜାଦୀ କି ଅମୃତ ମହୋତ୍ସବ ପାଲନ ଅବସରରେ ଅତାବିରାରେ ଆସନ୍ତା ୧୩ ତାରିଖରେ ଲାଦେରପାଲି ରାମଚଣ୍ଡୀ ମନ୍ଦିରରୁ ଅତାବିରା ସିନେମା ହଲ ପର୍ଯ୍ୟନ୍ତ ୫ ଶହ…

ଏ.ଆଇ.ଏସ୍.ଏଫ୍ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ,ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଆହ୍ୱାନ

Posted by - June 3, 2021 0
ଭୁବନେଶ୍ୱର: କରୋନା ମହାମାରୀ ମୁକାଵିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା ସଵୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ଵନ୍ଦ…

ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ

Posted by - July 10, 2021 0
ପୁରୀ : ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଶୁକ୍ରବାର ରାତିରେ ଗଛକାଳିସ୍ଥିତ ବାସଭବନରେ ସେ ଶୋଇଥିବା…