ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ୱ ବିଦ୍ୟାଳୟରେ ନବରାତ୍ରି ଉପଲକ୍ଷେ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତି ଉପସ୍ଥାପିତ

100 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ପବିତ୍ର ନବରାତ୍ରି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟରେ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତିର ସୁନ୍ଦର ଆୟୋଜନ ପରିଚାଳିକା ପ୍ରୀତି ଭଉଣୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍ଗିଗୁଡା ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବକୁ ଉଦଘାଟନ କରିଥିଲେ ବରିଷ୍ଠ ଆଇନଜୀବୀ ଶ୍ରୀ କେ ସି ସାହୁ। ରାଜଯୋଗ ସାଧନା ମାଧ୍ୟମରେ ମନର ଏକାଗ୍ରତା ଏବଂ ଶାରିରୀକ ସ୍ଥିରତାର ଚମତ୍କାର ପ୍ରଦର୍ଶନ ସ୍ବରୂପ ମା ଜ୍ଞାନ ଗଙ୍ଗା, ମା ଦୁର୍ଗା, ମା ସରସ୍ୱତୀ, ମା ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ୱରୂପ ଧ୍ଵନି ଏବଂ ଆଲୋକ ଦ୍ଵାରା ସୁନ୍ଦର ପରିବେଷଣ କରିଥିଲେ ବିଶ୍ୱ ବିଦ୍ୟାଳୟର ଭଉଣୀ ମାନେ।

ଆଜିଠାରୁ ଅକ୍ଟୋବର ୪ ତାରିଖ ଯାଏଁ ପ୍ରତିଦିନ ସନ୍ଧ୍ୟା ୭ ରୁ ୧୦ ଟା ଯାଏଁ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତି ର ଦର୍ଶନ ଲାଭ କରିପାରିବେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଇଶ୍ଵରିୟବିଶ୍ୱ ବିଦ୍ୟାଳୟର ସମସ୍ତ ଭାଇ ଭଉଣି ମାନେ ସହଯୋଗ କରିଥିଲେ।

Related Post

‘ଓଡିଶା ଡ୍ରାଇଭର ମହାସଂଘ” ର ମା ସମଲେଶ୍ୱରୀ ଠୁ ନବୀନ ନିବାସ ପଦଯାତ୍ରା

Posted by - October 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ସଡ଼କ ପଥ ର ଯୋଦ୍ଧା, ପଥ ପ୍ରଦର୍ଶକ ଡ୍ରାଇଭର ଭାଇ ମାନଙ୍କ ଆଜି “ଓଡିଶା ଡ୍ରାଇଭର ମହାସଂଘ “ପଦ ଯାତ୍ରା ରାଜ୍ୟସରକାର ଙ୍କ ନିବାସ କୁ ଆରମ୍ଭ…

ନବରଙ୍ଗପୁରରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ବାର୍ଷିକ ଉତ୍ସବ ପାଳିତ

Posted by - May 16, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ ) ନବରଙ୍ଗପୁର ବୈଭଵ କଲ୍ୟାଣ ମଣ୍ଡପରେ ଆଜି ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି !…

ପାଂଚଦିନରେ ପହଞ୍ଚିଲା ବ୍ଲକ କର୍ମ ଚାରୀଙ୍କ କଲମ ଛାଡ ଆନ୍ଦୋଳନ

Posted by - March 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କଣ୍ଟାମାଳ ବ୍ଲକର ସରକାରୀ ଯନ୍ତ୍ରୀଂ ସୃତିରଞ୍ଜନ ସେଠି ଙ୍କୁ ବିଜେଡି କର୍ମୀ ସାନ୍ତ୍ବନୁ ଥାଟି ଘରେ ପଶି ମlରଣାଅସ୍ରରେ ମରଣାତକ ଆକ୍ରମଣ କରି ମୁଣ୍ଡରେ…