ନିଖୋଜ ଥିବା ମହିଳାର କଙ୍କାଳ ଜଙ୍ଗଲ ରୁ ଉଦ୍ଧାର

129 0

ମୁନିଗୁଡା:(ରମାକାନ୍ତ ପଡାଲ )ଦୀର୍ଘ ଦିନ ଧରି ନିଖୋଜ ଥିବା ମହିଳା ଙ୍କ ନର କଙ୍କାଳ ଜଙ୍ଗଲ ରୁ ଉଦ୍ଧାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗ୍ରାମ ନିକଟରେ। ଘଟଣା ରୁ ପ୍ରକାଶ ଜେ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥ ପୁର ଥାନା ଅଧୀନସ୍ଥ କୁଟ୍ରାଗୁଡ଼ା ଗ୍ରାମର ଅନୁଷୟା ହରିଜନ ଙ୍କୁ ଅମ୍ବାଦଳା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆ କେରଳ ରେ ପ୍ରେମ ବିବାହ କରି ଏକ ବର୍ଷ ସୁଖ ସଂସାର ରେ ରହି ଆସୁଥିଲେ।

ମାସେ ତଳେ ଅନୂଷୟା ନିଜ ଗାଁକୁ ଆସୁଥିବା ସମୟରେ ରାହୁଲ ବାଲିଯୋଡି ରେ ଥିବା ତାଙ୍କ ଭଉଣୀ ଓ ଭିଣୋଇ କୁ ଟ୍ରେନ୍ ରୁ ନେଇ ନିଜ ଘରେ ରଖିବା ପାଇ ଟେଲିଫୋନ ଯୋଗେ ଜଣାଇ ଥିଲେ। ତେଣୁ ରାହୁଲ ଙ୍କ ଭିଣୋଇ ମୁନିଗୁଡା ଷ୍ଟେସନ୍ ରୁ ଆଣି ନିଜ ଘରେ ରାହୁଲ ଙ୍କ ସ୍ତ୍ରୀ କୁ ରଖିଥିଲେ।୧୫ ଦିନ ପରେ ମହିଳା ଜଣଙ୍କ କେଉଁ ଆଡେ ଚାଲି ଯାଇଥିବା ନେଇ ଭିଣେଇ ତାଙ୍କ ଙ୍କ ସମ୍ପର୍କୀୟ ଙ୍କୁ ଜଣାଇ ଥିଲେ । ଏନେଇ ଅନୁସୟା ଙ୍କ ପରିବାର ପକ୍ଷରୁ ଅମ୍ବାଦଳା ଥାନାରେ ସେପ୍ଟେମ୍ବର ୩ ତାରିଖରେ ଏକ ନିଖୋଜ ଏତଲା ଦିଆଯାଇଥିଲା।

ଏହାକୁ ନେଇ ଅମ୍ବାଦଳା ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବାବା ବେଳେ ବେଶେଷ ସୂତ୍ରରୁ ଖବର ପାଇ, ସାଇଣ୍ଟିଫିକ ଟିମ୍ ସହ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ମହିଳା ଅନୁସୟା ଙ୍କ ମୃତ ଦେହ ଏକ ବସ୍ତା ଭିତରେ ଥିବା ଅବସ୍ଥା ରେ ଉଦ୍ଧାର କରି ଶବ ବେବେଛେଦ ପାଇଁ କୋରାପୁଟ ମେଡିକାଲ କୁ ପଠାଇ ଥିବା ବେଳେ ଭିଣେଇ ଶ୍ରୀଚରଣ କୁସୁଲିଆ ଓ ତାଙ୍କ ସ୍ତ୍ରୀ କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛି।

ଅନ୍ୟ ପରେ ମହିଳା ଜଣଙ୍କୁ ଭିଣେଇ ଶ୍ରୀଚରଣ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ନେଉ ଆନୁସୟାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ କୁ ଆଧାର କରି ଶ୍ରୀ ଚରଣ ଓ ତାଙ୍କ ସ୍ତ୍ରୀ ଙ୍କୁ ଥାନା ରେ ଅଟକ ରଖାଯାଇଛି ।ଅନ୍ୟ ପଟେ ଶବ ବେବେଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି ରାୟଗଡା ଏସପି ବିବେକା ନନ୍ଦ ଶର୍ମା ସୂଚନା ଦେଇଛନ୍ତି।

Related Post

ହାଟପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Posted by - September 12, 2019 0
କେନ୍ଦୁଝର,୯/୯କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହାଟପଡିଆରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ମୃତ ଯୁବକ ଜଣଙ୍କ ଭଅଁରପୁର ପଞ୍ଚାୟତ ମଧ୍ୟପୁର…

ଲାଞ୍ଚ ନେଲା ବେଳେ ଧରା ପଡିଲେ ICDS ସୁପରଭାଇଜର

Posted by - November 22, 2021 0
ନୂଆପଡା:(ମେଘନାଦ ନାଏକ)ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନସ୍ ହାତରେ ଧରା ପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ICDS…

ରାଜଧାନୀରୁ ସାଇବର ଠକ ଗିରଫ

Posted by - August 26, 2019 0
ଭୁବନେଶ୍ୱର – ରାଜଧାନୀରୁ ଜଣେ ସାଇବର ଠକକୁ କମିଶନରେଟ୍‌ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଠକରନାମ ମନୋରଞ୍ଜନ ବିଶ୍ୱାଳ ।ବିଟ୍‌ କଏନ୍‌ରେ ନିବେଶ ନାମରେ…

ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ୍

Posted by - August 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଗତକାଲି ସକାଳ ଘ. ୧୧. ୩୫ ମିନିଟ ସମୟରେ ମନମୁଣ୍ଡା ଓ ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ୍ କରା ଯାଇଥିବା ଜଣା…

ଦୟାନିଧି ହତ୍ୟା ଘଟଣା ସାଇଣ୍ଟିଫିକ ଟିମ ଓ ପୁଲିସ ର ତଦନ୍ତ ଜାରି ୨ ଅଭିଯୁକ୍ତ ଅଟକ

Posted by - November 29, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁ ରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ…