ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରି ସାଲେପାଳି ଗାଁର ଶ୍ରମିକ ପାଉଣା ପାଇନଥିବା ଅଭିଯୋଗ , ପଞ୍ଚାୟତ କାର୍ଯ୍ୟଳୟ ରେ ପକାଇଲେ ତାଲା

65 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସରକାର ଗ୍ରାମାଞ୍ଚଳ ରେ ବାସ କରୁଥିବା ଶ୍ରମିକ ମାନଙ୍କୁ କାମ ଯୋଗେଇ ଦେବା ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ସାଲେପାଲି ଗାଁ ରେ ଶ୍ରମିକ ମାନେ କାମ କରି ପାଉଣା ପାଇନଥିବା ଅଭିଯୋଗ ହୋଇଛି । ଏନେଇ ମାଟିଆଭଟା ପଞ୍ଚାୟତ ସମ୍ମୁଖରେ ମଙ୍ଗଳବାର ଶ୍ରମିକ ମାନେ ତାଲା ପକାଇ ଧାରଣରେ ବସିଥିଲେ। ପି ଇ ଓ ଏବଂ ଜି ଆର ଏସ ପଞ୍ଚାୟତ ରେ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ଶ୍ରମିକ ମାନେ କାମ ମାଗିବା ସମସ୍ୟା ହେବା ସହ କାମ କରି ମଧ୍ୟ ପାଉଣା ପାଇବା ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ ।

ସାଲେପାଲି ଗାଁ ର ୩୩ ଜଣ ଶ୍ରମିକ ଟ୍ରେଗର ଟ୍ରେଞ୍ଚ ଖନନ କାମରେ ରେ ନିୟୋଜିତ ହୋଇଥିଲେ । ମାଷ୍ଟର ରୋଲ ରେ ମଧ୍ୟ ହାଜିରା ପଡିଛି ହେଲେ ଶ୍ରମିକ ମାନେ ପାଉଣା ପାଇନାହାନ୍ତି । ଆନ୍ଦୋଳନ କାରୀ ଶ୍ରମିକ ଙ୍କୁ ସ୍ଥାନୀୟ ସରପଞ୍ଚ ସନ୍ତୋଷିନି ବରିହା ବୁଝା ସୁଝ କଲା ପରେ ଆନ୍ଦୋଳନ ବନ୍ଦ ହୋଇଥିଲା । ଏନେଇ ସରପଞ୍ଚ ସନ୍ତୋଷିନି ବରିହାଙ୍କୁ ପଚାରିବାରୁ ପିଇଓ ଓ ଜି ଆର ଏସ ମୋତେ ନପଚାରି ଫାଇଲ ଖୋଲି କାମ କରୁଥିବା ପ୍ରକାଶ କରିଛନ୍ତି। ଜି ଆର ଏସ ଙ୍କୁ ପଞ୍ଚାୟତ ରୁ ତୁରନ୍ତ ବଦଳି କରିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି । ଏନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Related Post

କଂଗ୍ରେସ ଦଳ ପକ୍ଷରୁ କାଶୀପୁର ଠାରେ ଗୌରବ ଯାତ୍ରା ଅନୁଷ୍ଠିତ

Posted by - August 13, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)କାଶୀପୁର କଂଗ୍ରେସ ଦଳ ପକ୍ଷରୁ ଆଜି କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧି ମଣ୍ଡପ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଗୌରବ ଯାତ୍ରା…

ଜିଲ୍ଲା ପରିବହନ କାର୍ଯ୍ୟ।ଳୟରେ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ଉଦଘାଟିତ

Posted by - April 22, 2022 0
ସୋନପୁର : (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜନସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ଯାଳୟରେ ତୁରନ୍ତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ କମ୍ପୁଟର୍ ପରିଚାଳିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭ…

ଗୁଣି ଗାରେଡ଼ି ବିରୋଧରେ ସଚେତନତା ଶିବିର

Posted by - June 23, 2022 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା…

ବ୍ୟାସନଗର ଠାରେ ଆମ ସାହିତ୍ୟ ପରିବାରର ଶାରଦୀୟ କବିତା ପାଠୋତ୍ସବ ଅନୁଷ୍ଠିତ

Posted by - October 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆମ ସାହିତ୍ୟ ପରିବାରର ଶାରଦୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।…

ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ୨ମୃତ ୧ ଆହତ

Posted by - June 19, 2020 530
ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି(ଗୁରୁବାର) ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…