ଧର୍ମଗଡଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ, ପୋଲିସ ପ୍ରଶାସନ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀଙ୍କ ଅନୁପସ୍ଥିତିରେ ବୈଠକ ଶେଷ

193 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଧର୍ମଗଡ ଠାରେ ସଂପ୍ରତି ଚାଲିଥିବା ଜଗତ ଜନନୀ ମା ଦୁର୍ଗା ଙ୍କ ନବ ଦିନାତ୍ମକ ପୂଜା ପାଇଁ ଧର୍ମଗଡ ବ୍ଲକ ସମ୍ମିଳନୀ ଗୃହ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସହ ଜିଲ୍ଲାପାଳ ଚିନ୍ମୟ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଦୂର୍ଗାପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଧର୍ମଗଡ ଠାରେ ଶକ୍ତି ମଣ୍ଡପ ଓ ବସ୍ତିପଡା ସାର୍ବଜନୀନ ଦୁର୍ଗାପୂଜା କମିଟି ର ନବ ଦିନାତ୍ମକ ପୂଜା ଗତ ୨୬ ତାରିଖ ଠାରୁ ସେମାନଙ୍କ ର ପୂଜା ଆରମ୍ଭ ହୋଇ ସାରିଛି। ଚରିଛକ ଓ ଗୋରୁ ବଜାର ର ପୂଜା ଆସନ୍ତା ୧ ତାରିଖ ଠାରୁ ଆରମ୍ଭ ହେବ। କୋଭିଡ ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଏଥର ପୂଜା ହେଉଥିବାରୁ ବହୁତ ଜନ ସମାଗମ ହେବ ତେଣୁ ସହରରେ ଭିଡ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହରା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଦୁଇ ଓ ଚାରିଚକିଆ ଯାନ ବାହାନ ପାଇଁ ପାର୍କିଂ ବ୍ୟବସ୍ଥା, ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇ ଅସାମାଜିକ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା, ସର୍ବ ସାଧାରଣ ସ୍ଥଳରେ ସଫେଇ କରାଯିବା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

ଶକ୍ତି ମଣ୍ଡପ ପକ୍ଷରୁ ବିଜୟା ଦଶମୀ ଦିନ ରାବଣ ପୋଡ଼ି ଓ ବସ୍ତିପଡା ରେ ମା ଭଣ୍ଡାରଘରଣୀ ଦେବୀଙ୍କ ବାର୍ଷିକ ଦଶରା ଉତ୍ସବ ରେ ପ୍ରବଳ ଭିଡ଼ ହେଉଥିବାରୁ ସେହି ସ୍ଥାନରେ ଓ ମେଢ ବିସର୍ଜନ ସମୟରେ ଶାନ୍ତି ଶୃଙ୍ଖଳା ଦିଗରେ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅବକାରୀ ବିଭାଗର ସବ୍ ଇନସପେକ୍ଟର ଅଜୟ କୁମାର ନାଏକ, ବସ୍ତି ପଡା ପୂଜା କମିଟିର ଅଜିତ କୁମାର ସାହୁ, ପ୍ରଦୀପ କୁମାର ନାଏକ, ଚାରିଛକ୍ ପୂଜା କମିଟିର ସଞ୍ଜୟ କୁମାର ପଣ୍ଡା ଓ ଧନିଷ୍ଠ ଲହଜଲ ଗୋରୁ ବଜାର ପୂଜା କମିଟିର ଉମାକାନ୍ତ ନାଏକ, ରଞ୍ଜିତ କୁମାର ନାଏକ ଉପସ୍ଥିତ ଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂହ ଧନ୍ୟବାଦ ଦେଉଥିଲେ।ପୂଜାରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉକ୍ତ ‘ଶାନ୍ତି କମିଟି ବୈଠକ’ ଡକାଯାଇ।

Related Post

ଖୁଣ୍ଟରେ ବନ୍ଧା ହୋଇଛି ଅଜଗର

Posted by - October 25, 2021 0
ରସମ୍ବଲପୁର:(ମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମାନେଶ୍ୱର ତାଲପାଲି ଗ୍ରାମରେ ଖୁଣ୍ଟରେ ବନ୍ଧା ହୋଇଛି ଅଜଗର ସାପ । ଏପରି ବିରଳ ଘଟଣା ଦେଖିବାକୁ ତାଲପାଲି ଗ୍ରାମରେ ଜମିଥିଲା ଲୋକଙ୍କ…

“ନଈ ଆରପାରି ଜହ୍ନ ” କବିତା ପୁସ୍ତକ ଉନ୍ମୋଚିତ

Posted by - May 9, 2022 0
ଯାଜପୁର ବ୍ୟୁରେ।: ମଙ୍ଗଳପୁର ନୀରୀଗାଁ ଚନ୍ଦନଶ୍ରୀକ୍ଷେତ୍ର ସ୍ଥିତ ଜଗନ୍ନାଥ ସେବାସଂସ୍ଥା ପକ୍ଷରୁ ଏକ ସାରସ୍ୱତ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଡ଼କ୍ଟର ଶଶଧର ମେଦିନୀସିଂ ମହାପାତ୍ର ଙ୍କ…

ଅନୁଗୋଳ ନୂତନ ବସଷ୍ଟାଣ୍ଡ ଉଦଘାଟିତ – ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା

Posted by - January 3, 2020 0
ଅନୁଗୋଳ:( ମହେଶ ଭୋମରାଜ) ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ସୋମବାର ଦିନ ଅନୁଗୋଳ ଠାରେ ୫.୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ନୂତନ…

ଖମ୍ବେଶ୍ୱରୀପାଲି ବିଶିମୁଣ୍ଡା ରାସ୍ତାର ଶିଳାନ୍ୟାସ

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସଦର ବ୍ଲକ ବିଶିମୁଣ୍ଡା ପଂଚାୟତର ସୋନପୁର-ବଲାଙ୍ଗୀର ଜାତୀୟ ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି କଲେଜ ରୋଡ଼ ଠାରୁ ବିଶିମୁଣ୍ଡା ରାସ୍ତାର ଉନ୍ନତି…