ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ

127 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)  ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ଧର୍ମଗଡ ବ୍ଳକର ୧୬ଟି ହାଇସ୍କୁଲ ରୁ ୫୦ଜଣ ଛାତ୍ର ଓ ୩୨ଜଣ ଛାତ୍ରୀ ଭାଗ ନେଇଥିଲେ। ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ବାଳିକା ବର୍ଗରୁ ୧୫ଜଣ ଏବଂ ବାଳକ ବର୍ଗରୁ ୧୫ଜଣ ଙ୍କୁ ଜିଲ୍ଲା ସ୍ଥରୀୟ ଇଣ୍ଟର ସ୍କୁଲ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବାକୁ ଚୟନ କରାଯାଇଥିଲା। ଏମାନେ ଆସନ୍ତା ଅକ୍ଟୋବର ୧୦ ତାରିଖ ରୁ ୧୭ତାରିଖ ମଧ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

ସ୍କୁଲର ପ୍ରଧାନ ଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ହୃଷିକେଶ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାରଙ୍ଗ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ ‌। ଧର୍ମଗଡ ହାଇସ୍କୁଲ ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ସମେତ ଶ୍ରବଣ କୁମାର ଜାଲ,ଉଦ୍ଧବ ପ୍ରଧାନୀ, ଅଭିମନ୍ୟୁ ମୁଣ୍ଡ, ହେମନ୍ତ ମୁଣ୍ଡ, ହେମନ୍ତ ଗୋପାଳ,ଅମିତ ମୁଣ୍ଡ , ରାଧାମୋହନ ପାଣିଗ୍ରାହୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Related Post

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୨ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

Posted by - July 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତା ୧୫.୭.୨୦୨୨: ଗତ ୧୪.୭.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ…

ଟିଟିଲାଗଡ ଲାୟନ୍ସକ୍ଲବ ତରଫରୁ ଅକ୍ସିଜେନ କନସର୍ନଟ୍ରେଟର ବ୍ୟାଙ୍କ ଲୋକାର୍ପିତ

Posted by - October 26, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କୋଭିଡ ସଂକ୍ରମଣ ସମୟରେ ଅକ୍ସିଯେନର ଘୋର ଅଭାବ ଦେଖାଦେଇଥିଲା, ସରକାର ସମେତ ବହୁତ ସ୍ୱେଚ୍ଛାସେବି ସଙ୍ଗଠନ ଲୋକଙ୍କୁ ଅକ୍ସିଯେନ ଯୋଗାଇବାରେ ଆଗକୁ ସାହାଯ୍ୟର ହାତ…

ଉପାନ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀ ଅନ୍ବେଷଣ କାର୍ଯ୍ୟକ୍ରମ

Posted by - December 19, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ର କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମ୍ ଭି-୬୫ରେ ମାଲ୍ୟବନ୍ତ ସମାଚାର ଓ ମାଟିଲଗ୍ନା ସାହିତ୍ୟ ସଂସଦ ର ମିଳିତ ଉଦ୍ୟମ…

ନରହସିଂହ ଚୌଧୁରୀ ମହାବିଦ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

Posted by - December 6, 2022 0
ଯାଜପୁର :(ଆନନ୍ଦଚନ୍ଦ୍ର ସାହୁ )ଯାଜପୁର ଜ଼ିଲ୍ଲାଶିଶୁ ସୁରକ୍ଷା ୟୁନିଟ ଓ ଓଡିଶା ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ନରହସିଂହ ଚୌଧୁରୀ ମହାବିଦ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ଚିତ୍ରାଙ୍କନ…

ଦାଦନ ଚାଲାଣ ବେଳେ ପୋଲିସର ଚଢ଼ଉ , ୩୬ ଦାଦନ ଶ୍ରମିକ ଉଦ୍ଧାର ,ଦାଦନ ସରଦାର ଗିରଫ

Posted by - October 13, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଲାନ୍ଥ ନଦୀ ନିକଟରେ ଦାଦନ ଚାଲାଣ ହେଉଥିବା ସମୟରେ ୩୬ ଜଣ…