ପାଟଣାଗଡ଼ ବ୍ଲକ ସ୍ଥିତ ରହେନମାଲ ପଲ୍ଲି ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

176 0

ପାଟଣାଗଡ଼ : (ତାପସ ରଞ୍ଜନ ବେହେରା) ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ, ପୁସ୍ତକ ହିଁ ଜ୍ଞାନର ବିକାଶ କରେ। ପୁସ୍ତକ ହିଁ ଛାତ୍ର ଛାତ୍ରୀ ମାନଙ୍କର ଚରିତ୍ର ଗଠନରେ ସହାୟକ ହୁଏ, ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାର ପାଟଣାଗଡ଼ ବ୍ଲକ ସ୍ଥିତ ରହେନମାଲ ପଲ୍ଲି ବିକାଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମ୍ବାଧର ବଚ୍ଛା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଣୀ ସିଲାବସ ବ୍ୟତିତ ଅନ୍ୟାନ୍ୟ ଉପାଦେୟ ଶିଶୁ ପତ୍ରିକା, ଗ୍ରନ୍ଥ ପାଠ ପଢିବାକୁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ରିଷ୍ଣ କଳା ବେହେରା, ନବିନ କିଶୋର କୁମ୍ଭାର, ତୁଲାରମ୍ ପୋଡ୍, ଆନନ୍ଦ ଧରୁଆ ସମୟ ଅପଚୟ ନ କରି ଦିନଚର୍ଯ୍ୟା ଅନୁସାରେ ଶ୍ରେଣୀ ଶିକ୍ଷା ସହିତ ଅନ୍ୟାନ୍ୟ ପୁସ୍ତକ ପଢି ଜ୍ଞାନ ବଢ଼ାଇବାକୁ କହିଥିଲେ। ଏହି କର୍ମଶାଳାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପଢା ସାମଗ୍ରୀ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଉଦଯୋଗ କର୍ତ୍ତା ଧରଣୀଧର ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Related Post

ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

Posted by - April 13, 2019 0
ଜଳେଶ୍ୱର:ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ…

ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ରୁ ଧନ୍ୟବାଦ ଜଣାଇଛନ୍ତି ବିଂଝାରପୁର ବାସୀ।…

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁଦିବସ ଉତ୍ସବ

Posted by - November 14, 2019 519
ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳନ କରାଯାଇଛି।ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ…

କରଡି ଶିବ ମନ୍ଦିରରେ କ୍ଷୀର ଜଳଶାୟୀ ପ୍ରସ୍ତୁତି ବୈଠକ

Posted by - October 11, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୈଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କରଡିଗ୍ରାମର ଚମ୍ପେଶ୍ବର ମହାଦେବ ପୀଠରେ ଆସନ୍ତା ୨୦ତାରିଖରେ କ୍ଷୀର ଜଳଶାୟୀ ପାଇଁ ଏକ ବୈଠକ…