ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିକଲେ ଗ୍ରାମବାସୀ

78 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁଣ୍ଡୁରୀସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବ କାରଣରୁ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି । ସୂଚନା ଥାଉକି ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ଚାରିଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ନିକଟ ଅତୀତରେ ଆଉ ଜଣେ ଶିକ୍ଷକ ନିଯୁକ୍ତ ହେଇଥିଲେ ମଧ୍ୟ ତାଙ୍କର ଶିକ୍ଷାଦାନର ଅବଧି ମାସେ ନପୁରୁଣୁ ଶିକ୍ଷା ବିଭାଗ ଉପରେ ବିଭିନ୍ନ ପ୍ରକାର ରାଜନୈତିକ ଚାପ ପକାଇ ତରବରିଆ ଭାବେ ବଦଳି କରିଦିଆଯାଇଥିଲା । ଯାହା ଫଳରେ ଶିକ୍ଷକଙ୍କ ଅଭାବ ପଡିଲା ।

ଛତ୍ରଙ୍ଗ ପଞ୍ଚାୟତର ଏହି ବିଦ୍ୟାଳୟରୁ ପ୍ରତି ବର୍ଷ ମେଧାବୀ ଛାତ୍ର ବାହାରିବା ସହ ବିଗତ ଦିନରେ ଅନେକ ଛାତ୍ରଛାତ୍ରୀ କେନ୍ଦ୍ର ସରକାରଙ୍କ ଜବାହାରନବୋଦୟ ବିଦ୍ୟାଳୟ ପରୀକ୍ଷା ଓ ବିଭିନ୍ନ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଇଛନ୍ତି । ଏସବୁ ସମସ୍ୟା ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ ବେହେରା, ଅଭିଭାବକ ସାରସ୍ୱତ ଜଗଦଳା ଏବଂ ଅନ୍ୟାନ୍ୟ ଗ୍ରାମବାସୀ ମିଶି ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି । ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ନହେଲେ ବିଦ୍ୟାଳୟରେ ତାଲା ପକାଇବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବୁ ବୋଲି ଗ୍ରାମବାସୀ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Related Post

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଅନୁଗୁଳ ଗସ୍ତ

Posted by - July 28, 2020 0
ଅନୁଗୁଳ:(ମହେଶ ଭୋମରାଜ)ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନଗୁଳ ଗସ୍ତ କରି ସର୍କିଟ ହାଉସ ଠାରେ କୋଭିଡ ସମ୍ପର୍କରେ ଏକ ରିଭ୍ୟୁ…

ପ୍ରଶାସନ ତରଫରୁ ହରିଶଙ୍କର ମନ୍ଦିର ସମ୍ପର୍କିତ ଡକ୍ୟୁମେଣ୍ଟରି ଲୋକାର୍ପିତ

Posted by - October 16, 2022 0
ଖପ୍ରାଖୋଲ: ୧୫/୧୦(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ପ୍ରଶାସନ ତରଫରୁ ହରିଶଙ୍କର ମନ୍ଦିର ସମ୍ପର୍କିତ କ୍ଷୁଦ୍ର ଡକ୍ୟୁମେଣ୍ଟରି ଶନିବାର ଲୋକାର୍ପିତ ହୋଇଯାଇଛି। ବିଡ଼ିଓ…

କଣ୍ଟାମାଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Posted by - February 7, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ ଆରମ୍ଭ କରା ଯାଇଛି ଜିଲ୍ଲା ପ୍ରଶାସନ…

ଟିଟିଲାଗଡ଼ ୟସ ହୋଟେଲ ସମ୍ମିଳନୀ କକ୍ଷରେ ବିଜେପି ନଗର ମଣ୍ଡଳ ଶକ୍ତିକେନ୍ଦ୍ର ପ୍ରମୁଖ ଓ ସହପ୍ରମୁଖଙ୍କ ବୈଠକ ଅନୁଷ୍ଠିତ

Posted by - October 21, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପି ବୁଥ ସ୍ତରରୁ କର୍ମକର୍ତ୍ତାଙ୍କୁ ନେଇ ବୁଥ ମଜବୁତ ତଥା ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ…