ଫାଇନାନ୍ସ ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ଅଭିଯୁକ୍ତ ଯୁବକ ଥାନାରେ ଅଟକ

62 0

ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ନିଜକୁ ବ୍ୟାଙ୍କ୍ ଅଧିକାରୀ ପରିଚୟ ଦେଇ ଫାଇନାନ୍ସ୍ କରେଇଦେବା ଆଳ ରେ ନିରିହ ଲୋକଙ୍କ ଠାରୁ ଲକ୍ଷାଧିକ ତଙ୍କା ଠକେଇ କରିଥିବା ଅଭିଜୋଗରେ ଅଭିଯୁକ୍ତ ଯୁବକକୁ କୋକସରା ପୋଲିସ୍ ଥାନାରେ ଅଟକ ରଖିଥିବା ଜଣାପଡିଛି l ପ୍ରାପ୍ତ ସୁଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଗ୍ରାମର ୩୪ ବର୍ଷିୟ ଦେବେନ୍ଦ୍ର କୁମାର ପାଢୀ ନିଜକୁ ୟସ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ପରିଚୟ ଦେଇ କଳାହାଣ୍ଡି ଜିଲ୍ଲା ସମେତ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ନିରିହ ଲୋକଙ୍କୁ ଫାଇନାନ୍ସ୍ କରେଇଦେବା ଆଳରେ ଠକେଇ ନେଟ ୱର୍କ ଚଳାଇ ଥିଲା l

ତେବେ, ଦିର୍ଘଦିନ ଧରି ଲୋକଙ୍କୁ ଭୁଆଁ ବୁଲାଇବା ପରେ ଅଭିଯୁକ୍ତ ଯୁବକକୁ ଯୋଜନାବଦ୍ଧ ଉପାୟରେ ଧରି କୋକସରା ପୋଲିସ୍ ଜିମାରେ ଦେଇଛନ୍ତି ଠକେଇର ଶିକାର ହୋଇଥିବା କୋକସରା ଅଞ୍ଚଳର ଲୋକେ lଲୋକଙ୍କ ଅଭିଯୋଗ ମତେ ଅଭିଯୁକ୍ତ ଦେବେନ୍ଦ୍ର କୋକସରା ବ୍ଲକ୍ ଅଞ୍ଚଳର କିଛି ସ୍ଥାନିୟ ଯୁବକ ଓ ଜଣେ ମହିଳା ଙ୍କୁ ଏଜେଣ୍ଟ କରି ସେମାନଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ନିଜକୁ ୟସ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ପରିଚୟ ଦେଇ ଜଣ ପିଛା ଦୁଇ ଲକ୍ଷ ଟଙ୍କା ଲୋନ୍ କରାଇଦେବା ଲୋଭ ଦେଖାଇ ଜଣ ପିଛା ଏକ ହଜାର ରୁ ପନ୍ଦରସହ ଟଙ୍କା ପର୍ଜ୍ୟନ୍ତ ଠକେଇ କରିଥିବା ଜଣାପଡିଛି l ଏହିଭଳି ସେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଜୋଗ ହୋଇଛି l

ତେବେ, ପରେ ସେ ଆଉ ଧରାଛୁଆଁ ନଦେଇ ଲୋକଙ୍କୁ ଖାଲି ଆଜି କାଲି କହି ଭୁଆଁ ବୁଲେଇବାରୁ ଲୋକେ ଠକାମିର ଶୀକାର ହୋଇଥିବା ସନ୍ଦେହ କରି ଏଜେଣ୍ଟ ମାନଙ୍କୁ ଧରିବାରୁ ଏଜେଣ୍ଟ ଓ ଠକାମିର ଶୀକାର ହୋଇଥିବା ଲୋକେ ଜୋଜନାବଦ୍ଧ ଭାବେ ପୁଣି ଥରେ ଦୁଇ ଲକ୍ଷ ଟଙ୍କା ଜମା ଦେବା ବାହାନାରେ ଫୋନ୍ ଜୋଗେ ଉକ୍ତ ନକଲି ବ୍ୟାଙ୍କ୍ ଅଧିକାରୀ କୁ ଡାକିବାରୁ ସେ ଏକ କାର୍ ଯୋଗେ କାଉଡଲା ଛକକୁ ଆସିଥିଲା l କିନ୍ତୁ କୌଣସି ସୁତ୍ରରୁ ଖବରପାଇ ସେ ଦ୍ରୁତଗତିରେ କାଉଡଲା ରୁ ଜୁନାଗଡ଼ ପଟକୁ ପଳାଇ ଆସୁଥିବା ସମୟରେ କୋକସରା ପୋଲିସ୍ ଟିମ୍ ହାତରେ ଧାରାପଡିଥିଲା l ଠକାମିର ଶୀକାର ହୋଇଥିବା ଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇ କୋକସରା ପୋଲିସ୍ କେସ୍ ନମ୍ବର ୨୩୨/୨୨ ରେ ଏକ ମାମଲା ରୁଜୁ କରି ଅଭିଜୁକ୍ତ ଜୁବକ ଜଣକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୁଚନା ଦେଇଛନ୍ତି l

Related Post

ଖରଭୂଇଁରେ କ୍ରସର କ୍ବାରୀ ବିରୋଧି ଗଣଧାରଣା ପହଞ୍ଚିଲା ତୃତୀୟ ଦିନରେ

Posted by - November 3, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥର କ୍ବାରୀ ଓ କ୍ରସର ବିରୋଧରେ ଗଣଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା…

ଲାଦେରପାଲି ଗ୍ରାମବାସୀ ମାନଙ୍କ ଦ୍ୱାରା ପବିତ୍ର ଅଁଲା ଚତୁର୍ଦ୍ଦଶି ପାଲନ

Posted by - November 19, 2021 0
ବରଗଡ/ଅତାବିରା: କାର୍ତ୍ତିକ ମାସ ର ଚତୁର୍ଦ୍ଦଶି ତିଥି ।ହିନ୍ଦୁ ଧର୍ମ ଅନୁସାରେ ଏହି ମାସ ହେଉଛି ଅତି ଶୁଭ ଏବଂ ପବିତ୍ର।ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମି…

ଜଙ୍ଗଲରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ଘଟଣା,ପ୍ରେମ ହିଁ ମୃତ୍ୟୁର କାରଣ ବୋଲି ସନ୍ଦେହ.

Posted by - July 30, 2020 40
ଅନୁଗୁଳ:( ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଜଙ୍ଗଲରୁ ଗତକାଲି ସନ୍ଧ୍ୟାରେ ୩ ଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜଣେ ଗାଈ ଚରାଳି…

ଅବସର ପ୍ରାପ୍ତ ଶିକ୍ଷକ ବାଙ୍କ ବିହାରୀ ଖମାରି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - August 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବାଙ୍କ ବିହାରୀ ଖମାରି…

ପୂର୍ବତନ ଉପ-ନଗରପାଳଙ୍କ ପରଲୋକ.

Posted by - December 22, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ପୌରପାଳିକାର ପୂର୍ବତନ ଉପ-ନଗରପାଳ ରାମପତି ମାଣ୍ଡୋଠିଆଙ୍କ ପରଲୋକ ହୋଇଛି । ଶ୍ରୀମତୀ ମାଣ୍ଡୋଠିଆ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ପୌରପାଳିକାର ପୂର୍ବତନ ଉପ-ନଗରପାଳ ଭାବେ ନିର୍ବାଚିତ…