ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ନେଇ ଆପ ପାର୍ଟିର ଧାରଣା ପଞ୍ଚମ ଦିନରେ, ଦାବିକୁ ଭିତିରିଆ ସମର୍ଥନ ଜଣାଉଛନ୍ତି ସହରବାସୀ

604 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଆଜିକୁ ପାଞ୍ଚ ଦିନ ହେବ କଚେରି ସାମ୍ନାରେ ଧାରଣା ଦେଇ ରହିଛନ୍ତି ଆମ ଆଦମୀ ପାର୍ଟିର କର୍ମକର୍ତ୍ତା। ଟିଟିଲାଗଡ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ନେଇ ଏହି ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦେଇଛି ଆମ ଆଦମୀ ପାର୍ଟି। ଦିନକୁ ଦିନ ସରକାର ଜନସାଧାରଣଙ୍କ ପାଇଁ ଦୁନିଆ ଯୋଜନା ଲାଗୁ କରୁଥିବା ବେଳେ ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ ସମ୍ପୂର୍ଣ୍ଣ ସୁବିଧା ଯୋଗାଇ ଦେବାରେ ଅସମର୍ଥ ରହିଛି ଏହି ଡ଼ାକ୍ତରଖାନା।ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହର ଏବଂ ଆଖପାଖ ଅଞ୍ଚଳର ରୋଗୀ। ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର, ଟେକନିସିଆନ ପଦ ପୂରଣ କରିବା ତଥା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ରୋଗୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ଭଳି ଦାବି ରହିଛି , ସେଥିପାଇଁ ଦିଆଯାଇଛି ଆପ ପାର୍ଟିର ଧାରଣା।ଆପ ପାର୍ଟିର କର୍ମକର୍ତ୍ତା ଯେଉଁ ଧାରଣା ଦେଇଛନ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହରବାସୀ ଏହି ଧାରଣାକୁ ନ ଯାଇ ମଧ୍ଯ ସମସ୍ତେ ସମର୍ଥନ ଜଣାଉଥିବା ଏବେ ସବୁ ଜାଗାରେ ଚର୍ଚ୍ଚା ହେଉଛି କାରଣ ଏହି ଅସୁବିଧାର ସମ୍ମଖିନ ହେଉଛନ୍ତି ସମସ୍ତେ। ମୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଡାକ୍ତରଙ୍କୁ ରୋଗୀ କିମ୍ବା ରୋଗୀ ସମ୍ପର୍କୀୟ କାହିଁକି ଦୁର୍ବ୍ୟବହାର କରିବେ ?

ସମସ୍ତେ ଚିକିତ୍ସା ପାଇବା ପାଇଁ ରୋଗୀଙ୍କୁ ଧରି ଡାକ୍ତରଙ୍କ ନିକଟକୁ ଆସିଥାନ୍ତି, ଯଦି ଚିକିତ୍ସା ଦେବାରେ ଅବହେଳା କି ଡାକ୍ତର ଅନୁପସ୍ଥିତ କି ଡାକ୍ତର ଭଲ ଭାବରେ ନ ଦେଖିଲେ କି ଖରାପ ବ୍ୟବହାର ପ୍ରଦର୍ଶନ କଲେ ହିଁ ରୋଗୀ କିମ୍ବା ରୋଗୀ ସମ୍ପର୍କୀୟ ଉତ୍ତେଜିତ ହୋଇଥାନ୍ତି, ଯେମିତି ଏବେ ଅଭିଯୋଗ ଉଠୁଚି ଯେ କରୋନା ପରଠାରୁ ରୋଗୀଙ୍କ ଦେହରେ ଆଉ ଷ୍ଟ୍ରେଥକୋସ୍କୋପ ପକାଇ ଯାଞ୍ଚ କରୁନାହାନ୍ତି ଡାକ୍ତର। ସାଧାରଣତଃ ଦେଖିବାକୁ ଗଲେ ନର୍ସ କି ଡାକ୍ତରଙ୍କ ଉପରେ କାହିଁକି ଲୋକ ରାଗିବେ ? ସେମାନେ ଚିକିତ୍ସା ପାଇଁ ଆସୁଛନ୍ତି କି ଝଗଡା କରିବା ପାଇଁ ? ଯେମିତି କୌଣସି ଡାକ୍ତର କାହାର ଖରାପ ଚିନ୍ତା କି କିଏ ଅଯଥାରେ ଚିକିତ୍ସାରୁ ବଞ୍ଚିତ ନ ରୁହନ୍ତୁ ସେଥିପାଇଁ ଚେଷ୍ଟା କରନ୍ତି ସେବା ଯୋଗାଇବାକୁ, ସେହିପରି ରୋଗୀ ମଧ୍ୟ ଚିକିତ୍ସା କରାଇବା ପାଇଁ ଆସନ୍ତି। ପୁର୍ବରୁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚାକିରି କରିଥିବା ଡାକ୍ତର ଯେପରିକି ଡ ଚିତ୍ତ ରଞ୍ଜନ ଆଚାର୍ଯ୍ୟ (ଇଏନଟି), ଡ ଉମେଶ ତ୍ରିପାଠୀ (ମେଡିସିନ), ଡ ସୁଦର୍ଶନ ଦାସ (ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ), ଡ ରଥ (ସର୍ଜରୀ), ଡ ଗୁରୁ (ଆଖି) ଏମାନଙ୍କ ଚିକିତ୍ସା ସାଙ୍ଗକୁ ସୁନ୍ଦର ବ୍ୟବହାରରେ ଲୋକଙ୍କ ମନକୁ ଜିତି ନେଇଥିଲେ ଏବଂ ଆଜି ବି ଲୋକ ସେମାନଙ୍କ ନିକଟକୁ ଚିକିତ୍ସା ପାଇଁ ତାଙ୍କ ପାଖକୁ ଯାଉଛନ୍ତି । ଡାକ୍ତର ବ୍ୟବହାର ଯଦି ଭଲ ଦେବେ ତାହେଲେ ଦୁର୍ବ୍ୟବହାର କାହିଁକି କିଏ ଦେଖାଇବ ବୋଲି ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପଟେ ରୋଗୀ ସଙ୍ଗେ କିଛି ଲୋକ ଯିଏ କି ଅସଭ୍ୟ, ନିଶାସକ୍ତ ଅବସ୍ଥାରେ ଆସି ଡାକ୍ତରଙ୍କ ସହ ଉଚ୍ଚ ପାଟିରେ କଥା ହେବା ସହ ଚିକିତ୍ସା କରାଇବାକୁ ଧମକ ଦେବାକୁ ବି ପଛାଉ ନାହାଁନ୍ତି, ସେ କ୍ଷେତ୍ରରେ କିଏ ଦୋଷୀ ? କଥାରେ ଅଛି ସମ୍ମାନ ଦେଲେ ସମ୍ମାନ ପାଇବ, ଏଠାରେ ଉଭୟେ ଉଭୟଙ୍କ ସୁବିଧା ଅସୁବିଧା ବୁଝିବାକୁ ପଡ଼ିବ, ଯେମିତିକି ଏହି ଡ଼ାକ୍ତରଖାନାରେ ଯେଉଁ ସୁବିଧା ନାହିଁ ସେ ସୁବିଧା କିପରି ଯୋଗାଇବେ ଡାକ୍ତର, ସେଥିପାଇଁ ବାହାରକୁ ପଠାଇ ଦିଅନ୍ତି ତାହା ବି ରୋଗୀ କିମ୍ବା ରୋଗୀ ସମ୍ପର୍କୀୟଙ୍କୁ ବୁଝିବାକୁ ପଡିବ। ଯଦି ରୋଗୀର ସ୍ୱାସ୍ଥ୍ୟ ଦେଖି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଏ ତାହେଲେ ଅସୁବିଧା ଆଉ ରହିବନି। ଆଗ ରୋଗୀଙ୍କୁ ଡାକ୍ତର ଯେଉଁଠି ପାରିଲେ ସେଇଠି ଦେଖି ଔଷଧ ଲେଖି ଦେଉଥିଲେ , ଏବେ ଯେମିତି ଅଭିଯୋଗ ଉଠୁଛି କାହିଁ ପୁର୍ବରୁ ସେମିତି ଅଭିଯୋଗ କାହିଁକି ଉଠୁ ନ ଥିଲା ବୋଲି କିଛି ବୁଦ୍ଧିଜୀବି ପ୍ରଶ୍ନ ଉଠେଇଛନ୍ତି।

ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଆଉ ଏକ ବଡ଼ ସମସ୍ୟା ହେଲା ଦଲାଲ ଦୌରାତ୍ମ୍ୟ, ଏମାନେ କିଏ କିଏ ? ଅନୁସନ୍ଧାନ କରାଯାଉ ବହୁତ କିଛି ଗୁମର ଫିଟିବ। ଆମ ଆଦମୀ ପାର୍ଟି ଆଜି ଟିଟିଲାଗଡ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ନେଇ ଧାରଣା ଦେଉଛି, ତାଙ୍କର ଦାବି ଯଥାର୍ଥ ଅଟେ, ଯଦି ସରକାରି ଦଳର ମନ୍ତ୍ରୀ ଥାଇ ନିଜ ସହରରେ ଡାକ୍ତର ପଦବୀ ପୂରଣ କରିପାରିବେନି ତାହେଲେ ଆଉ କରିବ କିଏ ? ଧାରଣା ଦେବା ପରଠାରୁ ତିନୋଟି ଡାକ୍ତର ଆସି ଯଏନ କରିବା କଥା ସୋସିଆଲ ମିଡିଆରେ ଭାଇରାଲ କରୁଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ଯେ କେବଳ କାଗଜପତ୍ରରେ କି ? ଆସିକି ସେମାନେ ଚିକିତ୍ସା ଯୋଗାଇଲେଣି ସେଇଟା କାହିଁକି ଉଲ୍ଲେଖ କରୁ ନାହାନ୍ତି, ଯଦ୍ୱାରା ଜନସାଧାରଣ ମଧ୍ୟ ଜାଣି ପାରନ୍ତେ ଡାକ୍ତରଖାନାର ସ୍ଥିତି କଣ ? କଥା ଆମର ବିଚାର ଆପଣଙ୍କର ।

Related Post

କରୋନା ମହାମାରୀ କୁ ପ୍ରତିହତ କରିବା ସକାଶେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ

Posted by - July 30, 2022 0
ବରଗଡ: (ରମାକାନ୍ତ ବିଶ୍ଵାଳ) ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ସକାଶେ ସରକାର ବାରମ୍ବାର ବିଭିନ୍ନ ପ୍ରକାରର ସଚେତନ ବ୍ୟବସ୍ଥା କରି ଜନସାଧାରଣ ଙ୍କ ହିତ ସାଧନ…

ରକ୍ସା ପଂଚାୟତରେ ୧୨ ତାରିଖ ସକାଳ ଯାଏ ଲାଗୁ ହେଲା୧୪୪ ଧାରା

Posted by - March 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମ ପଂଚାୟତ ଅଂଚଳରେ କ୍ରମାଗତ ନିର୍ବାଚନୀ ହିଂସା ଲାଗି ରହିଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ…

ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

Posted by - October 19, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ…

ବିଧାୟକ ପଦ୍ମନାଭ ବେହେରାଙ୍କ ୭ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ

Posted by - September 21, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା l ଏହି କାର୍ଯ୍ୟକ୍ରମ…

ଧଣ୍ଡାମୁଣ୍ଡା ର ବରିଷ୍ଠ କଳାକାର ତଥା ଅବସରପ୍ରାପ୍ତ ଶିକ୍ଷକ ଗୋକୁଳ ଚ।ନ୍ଦ ଭୋଇ ଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

Posted by - April 23, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁ ର ବରିଷ୍ଠ ମଞ୍ଚ କଳାକାର ତଥା ଅବସର ଶିକ୍ଷକ ଗୋକୁଳ ଚାନ୍ଦ ଭୋଇ (୭୫)ଙ୍କ…