କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି ଘୋଷିତ

21 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲେ ସୁଦ୍ଧା ସରଗରମ ହୋଇଛି କ୍ୟାମ୍ପସ ରାଜନୀତି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ କ୍ୟାମ୍ପସ କମିଟି ଗଠନ କରିବାକୁ ଘୋଷଣା କରିଥିଲା ବିଜୁ ଛାତ୍ର ଜନତା ଦଳ । ତେଣୁ ବିଭିନ୍ନ କଲେଜ ସହ ବିଶ୍ବବିଦ୍ୟାଳୟରେ ଉଷ୍ମତା ପରିଲକ୍ଷିତ ହେଉଛି । ଏହି କ୍ରମରେ ଆଜି କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କରିଛି ଛାତ୍ର ବିଜେଡ଼ି । ଛାତ୍ର ବିଜେଡିର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ୨୬ ଜଣିଆ କ୍ୟାମ୍ପସ କମିଟିକୁ ଆଜି ଘୋଷଣା କରିଛନ୍ତି।

ଏହି କମିଟିର ଆବାହକ ଭାବେ ହିରେନ୍ଦ୍ର ସାହୁ, ସହ ଆବାହକ ଭାବେ ଗୀତାଞ୍ଜଳି ହିଆଲ ଓ ପ୍ରାଚୁର୍ଯ୍ୟ ଭୋଇ, ଖେଳ ପ୍ରତିନିଧି ଭାବେ ସରିତା ଠାକୁର, ପ୍ରଜ୍ଞା ପରୀମିତା କୁମାର,ଲିଙ୍ଗରାଜ ଛତ୍ରିଆ ଓ ସୁନୀତା ସାହୁ, ସାଂସ୍କୃତିକ ପ୍ରତିନିଧି ଭାବେ ଭୋଲେଶ୍ୱରି ଦାସ, ମୋନାଲିସା ଦୀପ, ଜେଳି ବେହେରା ଓ କେଶବ ଚନ୍ଦ୍ର ନାଏକ, ସାମାଜିକ କାର୍ଯ୍ୟକଳାପ ପ୍ରତିନିଧି ଭାବେ ମୋନାଲିସା ସାହୁ, ଚନ୍ଦନା ମେହେର,ଜ୍ୟୋତି ରଞ୍ଜନ ବେହେରା ଓ ତେଜରାଜ୍ ବେହେରା, ହେଲ୍ପ ଡେସ୍କ ପ୍ରତିନିଧି ଭାବେ ଅନ୍ୱେଷା ପଣ୍ଡା, ରୁଦ୍ର ନାରାୟଣ ମଣ୍ଡଳ,ଚିନ୍ମୟ ରାଉତ ଓ ସଚିନ ବେମାଲ, ହଷ୍ଟେଲ ଆବାହକ ଭାବେ ସ୍ମୃତି ଲିପ୍ସା ସାମଲ ଓ ହଂଶରାଜ୍ ବେହେରା, ଡେ ସ୍କୋଲାର ପ୍ରତିନିଧି ଭାବେ ମିତାଲି ନାୟକ ଓ ରାକେଶ ସାହୁ, ସାମାଜିକ ଗଣମାଧ୍ୟମରେ ଭାରତୀ ନାୟକ, କରିଶ୍ମା ସାହୁ ଓ ମହେଶ ବାଗଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି କମିଟି ବିଶ୍ବବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ପ୍ରଚେଷ୍ଟା କରିବା ସହ ନେତୃତ୍ବ ସୃଷ୍ଟି କରିବାରେ ସହାୟକ ହେବବୋଲି ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି । ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଜିଲ୍ଲା ବିଜେଡ଼ି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, ରାଜ୍ୟ ଉପସଭାପତି ଅଭିଷେକ ମହାପାତ୍ର, ରାଜ୍ୟ ସମ୍ପାଦକ ଆଶିଷ ମହାପାତ୍ର ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related Post

ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ “ଶକ୍ତି ପରମ୍ପରା ରେ ବିରଜା ” ପୁସ୍ତକ ଉନ୍ମୋଚିତ

Posted by - August 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ “ଶକ୍ତି ପରମ୍ପରା ରେ ବିରଜା ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିରଜା…

ଆଜାଦି କା ଅମୃତ ମହୋତ୍ସବ ପାଳିତ

Posted by - November 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତ ଉପଲକ୍ଷେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର.ବି) ବିଦ୍ଭାଗ ତରଫରୁ ଅମୃତ ମହୋତ୍ସବ ପାଳିତ ହୋଇଛି। ଏ କାର୍ଯକ୍ରମ…

ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଛୁଟି ପାଇଁ ଦାବି କଲେ ରଞ୍ଜିତା

Posted by - May 28, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଦେବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦର ଯାଦବ ଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ଏନ. ଗୁହା…

ମନ୍ଦିର କୁ ବାହୁଡ଼ିଲେ ଆମପାଣି ବୁଢ଼ାରଜା ଙ୍କ ଲାଠିଯାତ୍ରା କରୋନା ଯୋଗୁଁ ଭକ୍ତ ଙ୍କୁ ମନା

Posted by - October 25, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ନେତାଙ୍କୁ କରୋନା କଟକଣା ଲାଗୁ ହେଉନଥିବା ବେଳେ ବିଭିନ୍ନ ଧାର୍ମିକ ପରମ୍ପରା ପର୍ବ ପର୍ବାଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କରୋନା ମାଡ…

ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ବୈଠକ

Posted by - August 5, 2021 0
l ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ଉମେରକୋଟ ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ଉମରକୋଟ ଝରୀଗାଁ ଡାବୁଗାଁ ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକର ୱେବମିଡ଼ିଆ…