କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

47 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଜୁନାଗଡ଼ ହୋଟେଲ ଓରିଆନ ଠାରେ ଗ୍ରୋମୋର ଖରିଫ ଧମାକା ୨୦୨୧-୨୨ ଆଜି ଅନୁଷ୍ଟିତ ହୋଇଯାଇଛି। ବିଗତ ଖରିଫ ଋତୁରେ କମ୍ପାନୀ ପକ୍ଷରୁ ଗ୍ରୋମୋର୍ ୨୮.୨୮.୦ ସାର ଧର୍ମଗଡ ଉପଖଣ୍ଡ ର ଚାଷୀ ମାନଙ୍କୁ ବିଭିନ୍ନ ଖୁଚୁରା ସାର ବ୍ୟବସାୟୀ ମାନଙ୍କ ଜରିଆରେ ବିକ୍ରୟ କରାଯାଇଥିଲା। ଏହା ଉପରେ କମ୍ପାନୀ ପକ୍ଷରୁ ଏକ ଲକି ଡ୍ର ରଖାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କମ୍ପାନୀ ର ସିନିୟର୍ ଜେନେରାଲ ମ୍ୟାନେଜର ବିଷ୍ଣୁ ମିଶ୍ର, ଜୋନ ମ୍ୟାନେଜର ବଳରାମ ପଟ୍ଟନାୟକ, ସିନିଅର ଅଗ୍ରୋନୋମିଷ୍ଟ ଆଦିତ୍ୟ ନାରାୟଣ ପାତ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ଜ୍ୟୋତି ରଞ୍ଜନ ଚୌଧୁରୀ, ମାର୍କେଟିଂ ଅଫିସର ଆଲୋକ ନାଥ ବିଷୋୟୀ ପ୍ରମୁଖ ଯୋଗ ଦେଇ ଖରିଫ ଧମାକା ର ଲକି ଡ୍ର କରିଥଲେ। ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀ ଓ ସାର ବ୍ୟବସାୟୀ ମାନେ ଯୋଗ ଦେଇଥିଲେ। ଏହି ଲକି ଡ୍ର ରେ କମ୍ପାନୀ ପକ୍ଷରୁ ଟିଭିଏସ ଏକ୍ସଏଲ୍ ପ୍ରଥମ ପୁରସ୍କାର ରଖାଯାଇ ଥିବା ବେଳେ ପାଞ୍ଚଗୋଟି ୨୦ ଗ୍ରାମ ର ସିଲଭର କଏନ ଓ ୪୦ ଗୋଟି ୧୦ ଗ୍ରାମ ର ସିଲଭର କଏନ ପୁରସ୍କାର ରାଶି ରଖାଯାଇଥିଲା।
ଲକି ଡ୍ର ଜରିଆରେ ବିଜୟୀ ଚାଷୀ ମାନଙ୍କୁ ଅତିଥି ମାନେ କାର୍ଯ୍ୟକ୍ରମରେ ପୁରସ୍କୃତ କରିଥଲେ।

Related Post

ଗୁଣି ଗାରେଡ଼ି ବିରୋଧରେ ସଚେତନତା ଶିବିର

Posted by - June 23, 2022 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା…

ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କଲେ ଏସପି ଚରଣ ସିଂ ମୀନା

Posted by - January 6, 2020 33
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ…

ବୌଦ୍ଧ ଜିଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ନିଯୁକ୍ତି ମେଳା

Posted by - April 6, 2022 0
ବୌଦ୍ଧ;(ଚିତ୍ତରଂଜନସିଂ)ବୌଦ୍ଧ ଜିଲାରେ ନିଯୁକ୍ତି ମେଳା ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଯାଇଛି । ବୌଦ୍ଧ ଜିଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ଗୋଟିଏଦିନ…

ଆଡ଼େନିଗଡରେ ପଞ୍ଚଶମ୍ଭୁ ମିଳନ

Posted by - April 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା!ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ…

ରାଜଧାନୀ ଭୁବନେଶ୍ବରରେ ଯୁଆଡ଼େ ଦେଖିବ ସିଆଡେ ଖାଲଖମା ।

Posted by - September 5, 2019 26
ଭୁବନେଶ୍ୱର ୪।୯-ଆମେ ଯେପରି ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ , ସରକାର ସେପରି ଭିତ୍ତିଭୂମି ସଜାଡିବା ସହ ଦୁର୍ଘଟଣା ରୋକିବାକୁ ରାସ୍ତା ମରାମତି କରିବା ଜରୁରୀ ।ସ୍ମାର୍ଟ…