ବୌଦ୍ଧ :ପରକୀୟା ପ୍ରୀତି ଯୋଗୁ ଭାଙ୍ଗିଲା ଆଉ ଏକ ଘର , ବୌଦ୍ଧ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣ। ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ସ୍ତ୍ରୀ

83 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଧାରଣ ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ଓକିଲ ସ୍ତ୍ରୀ । ବାହାହେବାର ଏକ ମାସ ମଧ୍ୟ ରେ ସ୍ତ୍ରୀ ଙ୍କୁ ଛାଡି ଦେଇ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ଅଭିଯୋଗ ନେଇ ଧାରଣ। । ଗତ ଏପ୍ରିଲ ମାସ ୨୦୧୯ ମସିହା ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ମହେଶ ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ ପୁରୀ ଜିଲ୍ଲା ର ମିନତୀ ରାଣୀ ମହାପାତ୍ର । ବିବାହ ର ଏକ ମାସ ମଧ୍ୟରେ ହିଁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲାଏବଂ ସ୍ତ୍ରୀ ଙ୍କୁ ଘରୁ ବାହାର କରିଦେଇଥିଲେ ସ୍ବାମୀ । ବାହା ହେବା ସମୟ ରେ ସ୍ବାମୀ ଜଣକ ପୁରୀ ର ଷ୍ଟେଟ୍ ବ୍ୟାଙ୍କ୍ ରେ ଚାକିରି କରୁଥିଲେ ଏବଂ ସ୍ତ୍ରୀ କୁ ନେଇ ପୁରୀ ରେ ହିଁ ରହୁଥିଲେ । ପରବର୍ତ୍ତୀ ସମୟରେ ସ୍ତ୍ରୀ ଙ୍କୁ ଛାଡି ଦେଇ ସେ ପୁରୀ ଶାଖା ରୁ ଅନ୍ୟତ୍ର ବଦଳି ହୋଇ ପଳାଇଥିଲେ । ତେବେ ସ୍ତ୍ରୀ ତାଙ୍କୁ ବହୁ ସ୍ଥାନରେ ଖୋଜା ଖୋଜି କରିବାରୁ ସମସ୍ତ ସ୍ଥାନରୁ ନିରାଶ ହୋଇ ଫେରିଥିଲେ ।

ଫଳରେ ସେ ପ୍ରଥମେ ଦିଲ୍ଲୀ ର ମହିଳା କମିଶନ ପାଖରେ ଜୁଲାଇ ମାସ ୨୦୧୯ ରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ସ୍ବାମୀ ମହିଳା କମିଶନ ପାଖରେ ଥରେ ହେଲେ ହାଜର ହୋଇନଥିବା ଅଭିଯୋଗ ହୋଇଛି । ତେବେ ମହିଳା କମିଶନ ପୁରୀ ସିଂହଦ୍ଵାର ଥାନା କୁ କେସ ଟିକୁ ସ୍ଥାନାନ୍ତର କରିଦେଲେ । ପରେ ପୁରୀ ଫ୍ୟାମିଲି କୋର୍ଟ ରେ ସ୍ତ୍ରୀ ତାଙ୍କର ଭରଣ ପୋଷଣ ପାଇଁ ଏକ ମାମଲା ଦାୟର କଲେ । ସେଠାରେ କୋର୍ଟ ଅଭିଯୁକ୍ତ ସ୍ବାମୀ ଙ୍କୁ ନିଜ ସ୍ତ୍ରୀ କୁ ମାସିକ ୧୫ ହଜାର ଟଙ୍କା ଭରଣ ପୋଷଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ସ୍ବାମୀ ତାଙ୍କ ସ୍ତ୍ରୀ ଙ୍କୁ କିଛି ମାସ ଟଙ୍କା ଦେବା ପରେ ଆଉ ତାଙ୍କ ସମ୍ପର୍କରେ ରହିଲେ ନାହିଁ। ଯାହା ଫଳରେ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀ ଙ୍କୁ ଖୋଜାଖୋଜି କରିବାରେ ଲାଗି ପଡ଼ିଥିଲେ ।

ବର୍ତମାନ ସେ ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ ରେ ଋଣ ବିଭାଗ ଅଧିକାରୀ ଭାବେ ଚାକିରି କରୁଥିବା ଜାଣିବାକୁ ପାଇଥିବା ବେଳେ ସ୍ତ୍ରୀ ଜଣକ ଆସି ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ୭ ଦିନ ବିତି ଯାଇଥିଲେ ହେଁ ତାଙ୍କ ସ୍ବାମୀ ଙ୍କ ସହିତ ଯୋଗାଯୋଗ ହୋଇନଥିଲା । ଫଳରେ ଆଜି ବାଧ୍ୟ ହୋଇ ବ୍ୟାଙ୍କ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ତାଙ୍କ ପାଖକୁ ନ ଆସନ୍ତି ଏବଂ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଭରଣ ପୋଷଣ ନ ଦିଅନ୍ତି ସେ ପର୍ଯ୍ୟନ୍ତ ସ୍ତ୍ରୀ ଜଣକ ବ୍ୟାଙ୍କ୍ ସମ୍ମୁଖରୁ ହଟିବେ ନାହିଁ ବୋଲି କହିବା ସହିତ ସେଠାରେ ହିଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ବ୍ୟାଙ୍କ୍ ରୁ ଛୁଟି ରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Related Post

‘ମନ୍‌କୀ ବାତ୍‌’ରେ ପୁରୀର ‘ସ୍ବଚ୍ଛାଗ୍ରାହୀ’ ରାହୁଲ୍‌ ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Posted by - March 27, 2022 0
ଭୁବନେଶ୍ବର:(ବ୍ୟୁରୋ)ତରୁଣ ମାନେ ‘ସ୍ବଚ୍ଛ ଭାତର ଅଭିଯାନ’କୁ ସଫଳ କରିଛନ୍ତି ବୋଲି ଆଜି ‘ମନ୍‌କି ବାତ୍‌’ର ୮୭ତମ ସଂସ୍କରଣରେ କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୁରୀନିବାସୀ…

କରୋନା ପାଇଁ କାମ ବନ୍ଦ କରିଦେବା ପରେ ଏବେ ହାଣ୍ଡିଶାଳ ଚାଉଳଶୂନ୍ୟ

Posted by - March 26, 2020 63
ଭୁବନେଶ୍ୱର:କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି।କରୋନା ଭୂତାଣୁ ମୁକାବିଲା…

ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Posted by - November 28, 2019 0
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି…

ଯାଜପୁର ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଖରାପ

Posted by - June 2, 2019 0
ବରୀ ୧ା୬- ବରୀବ୍ଲକ ଅଧିନ ଅଲିପୁର ଠାରେ ରହିଛି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଦୀର୍ଘ ୫୦ ବର୍ଷ ତଳୁ ସ୍ଥାପିତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର…

ହରିଶଙ୍କର ରେ ବୁଲୁଛି ଚିତାବାଘ, ଲୋକେ ଭୟ ଭିତ

Posted by - January 25, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ହରିଶଙ୍କର ଠାରେ ଚିତାବାଘ ରାତି ରେ ବୁଲୁଥିବା ପ୍ରତକ୍ଷଦର୍ଶୀଙ୍କ ଠାରୁ ଜଣାଯାଇଛି। ପାହାଡ଼…