Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ

30 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଲାତୁରପେଟ ଠାରେ ମଙ୍ଗଳବାର ସମନ୍ବିତ ସୌଦାମିନୀ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ମହିଳା ଉଦ୍ୟୋଗୀମାନେ ବିଭିନ୍ନ ଜୀବିକା ପ୍ରକଳ୍ପରେ ଭାଗିଦାରୀ ହୋଇ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହେବା ସହ ସରକାରୀ ଯୋଜନାର ଲାଭ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସ୍ଥାପନ ହେବା ଦ୍ଵାରା ଜିଲ୍ଲାର ତଥା ପଡୋଶୀ ଅଞ୍ଚଳର ଛତୁ ଚାଷୀମାନେ ଲାଭାନ୍ଵିତ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ପରିଚାଳକ ବଳଭଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା ପରିଚାଳକ କାଳୀଚରଣ ସାହୁ ଓ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବି.ଆର.ପଟ୍ଟନାୟକ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅତିଥିମାନେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା, ବ୍ୟାଙ୍କ ମାଧ୍ୟମରେ ମିଳୁଥିବା ସୁବିଧା ସୁଯୋଗ ଓ ବିଭିନ୍ନ ତାଲିମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ହସ୍ତ ଶିଳ୍ପ ଶିକ୍ଷଣ ଅଧିକାରୀ ଦେବାଶିଷ ମିଶ୍ର ପରିଚାଳନା କରିଥିବାବେଳେ ଶେଷରେ ସମୀର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ସୁପ୍ରଭା ଦାନୀଙ୍କ ଦ୍ଵାରା ପରିଚାଳିତ ଉକ୍ତ କେନ୍ଦ୍ର ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବୀରମହାରାଜପୁର ଶାଖା ପକ୍ଷରୁ ପିଏମଇଜିପି ଯୋଜନାରେ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଜଣାପଡ଼ିଛି ।

 

Related Post

ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ…

ଆସନ୍ତା ୨୯ ତାରିଖ ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ମନ୍ଦିର

Posted by - December 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା କଟକଣା ମଧ୍ୟରେ ଆସନ୍ତା 29 ତାରିଖ ରୁ ଖୋଲିବ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ମନ୍ଦିର। ଏ…

ବେଲଗୁଣ୍ଠା ପ୍ରେସ୍ କ୍ଳବର ସାଙ୍ଗଠନିକ ବୈଠକ,କରୋନା ମହା-ଯୋଦ୍ଧା ଭାବେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି

Posted by - June 21, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଏକ ଜରୁରୀ କାଳୀନ ସାଙ୍ଗଠନିକ ବୈଠକ ବେଲଗୁଣ୍ଠା ବ୍ଳକ୍ ମାଧବରିଡାଠାରେ ଅନୁଷ୍ଠିତ ହୋଇଯାଇଅଛି ।କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ…

ରାସ୍ତା ଉପରେ ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

Posted by - May 14, 2019 0
ବରୀ୧୩ା୫: ଫନି ବାତ୍ୟା ପରେ ଅଦ୍ୟାବଧି ବିଦ୍ୟୁତ ବିଭାଗର ନଜରକୁ ଆସିନାହିଁ ।ଏରବାଙ୍କ ପଂଚାୟତ ଅଧିନସ୍ଥ ଦଳେଇ ସାହିରେ ଥିବା ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ…

ବିଜେଡ଼ି ଆଇଟି ଵିଙ୍ଗର ରାଜ୍ୟ ସଂଯୋଜକ ଭାବେ ୫ ଜଣଙ୍କୁ ମନୋନୀତ

Posted by - January 28, 2019 0
ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ଆଭିମୁଖ୍ୟକୁ ସୋଶାଲ୍‍ ମିଡିଆରେ ଜୋର୍‍ଦାର ପ୍ରଚାର ପ୍ରସାର କରିବା ଲାଗି ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ…