Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବେନକେରା ଠାରେ ରୋଟାରି କ୍ଲବ ତରଫରୁ ରାଜ୍ୟ ସଭ୍ୟ ସାଂସଦ ନିରଞ୍ଜନ ବିଶିଙ୍କ ସହଯୋଗରେ ମେଗା ସ୍ବାସ୍ଥ୍ୟ ଶିବିର

94 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ଧଣ୍ଡ।ମୁଣ୍ଡ ପଞ୍ଚାୟତ ବେନକେରା ସେବା ଶ୍ରମ ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସହଯୋଗ ରେ ସୋମବାର ଦିନ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରକୁ ବଲାଙ୍ଗିର ରୋଟାରି କ୍ଲବ ର ସଦସ୍ୟ ମାନେ ଅୟୋଜନ କରିଥିଲେ । ଆଖ ପାଖ ଅଞ୍ଚଳରୁ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଥିବା ଶତାଧିକ ଜନ ସାଧାରଣ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ହେବା ସହ ମାଗଣା ଔଷଧ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।

ଶିବିରରେ ଡ଼. କୁବେର ଚନ୍ଦ୍ର ମହନ୍ତ, ଡ଼. ତୁଷାର କାନ୍ତ ଠାକୁର, ଡ଼. ଉତ୍କଳ ମଣି ମେହେର, ଡ଼. ବାଳକୃଷ୍ଣ ପୁରୋହିତ, ଡ଼. ବିନୟ ମେହେର, ଡ଼. ଶୋମ୍ୟ ପ୍ରତୀକ ଦୋରା ଯୋଗ ଦେଇ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ରୋଟାରୀ କ୍ଲବ ପକ୍ଷରୁ ବିଷ୍ଣୁ ପ୍ରସାଦ କେଡ଼ିଆ, ରୋଟାରୀ କ୍ଲବ ସଭାପତି କହ୍ନେୟା ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ,ସଞ୍ଜିତ ଅଗ୍ରୱାଲ , ଗଜେନ୍ଦ୍ର ଭମର, କୈଳାସ ଅଗ୍ରୱାଲ, ସୁଦୀସ ଗୁପ୍ତା ଆଜିର ମୁଖ୍ୟ ଉଦ୍ୟୋକ୍ତା ଭାବେ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମ ରେ ଆଦିବାସୀ କଲ୍ୟାଣ ର ମହିଳା ସଭାନେତ୍ରୀ ଲକ୍ଷ୍ମୀ ଶବର, ଗିରିରାଜ ଭୋଇ,ଘନ ଭୁଏ,ସତ୍ୟଭାମା ମାଝୀ, ଧର୍ମ ରାଜ ବରିହା,ରାଜୀବ ବରିହା,ଯଦୁମଣି ବରିହା ପ୍ରମୁଖ ସହଯୋଗ କରିଥିଲେ ।

Related Post

ମା’ ଭଗବତୀଙ୍କ ପୂଜାମହୋତ୍ସବ ଉଦଯାପିତ

Posted by - April 13, 2022 0
ବାଲେଶ୍ଵର :ବସ୍ତା ବ୍ଲକ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ବାସନ୍ତପୁର ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା ଭଗବତ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି।ବସନ୍ତାପୁର ଗ୍ରାମ…

ପୁରୁଣାକଟକ ଡ୍ରେନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ବିକାଶ ପରିଷଦ ର ବୈଠକ

Posted by - May 17, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଧଲପୁର ଛକ ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ନିର୍ମାଣ ଦାବି ରେ ଗତ କାଲି…

ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଉଦଘାଟନ ଏବଂ ବୈଠକ

Posted by - January 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଗୃହ ଗାନ୍ଧୀ ଛକ ଠାରେ ଆଜି ଉଦଘାଟନ ହୋଇଯାଇଛି।ମନମୁଣ୍ଡା ଡ୍ରାଇଭର ସଂଘ ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଏହାକୁ…

ନେହରୁ ଯୁବ କେନ୍ଦ୍ର ର ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ

Posted by - October 12, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ଓ ଜୟ ଜଗନ୍ନାଥ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା…

ବେଆଇନ କରତ କଳ ଜବତ

Posted by - December 24, 2021 0
ବାଲେଶ୍ଵର:ବସ୍ତା ବ୍ଲକର ସିଂଳା ଥାନା ଅନ୍ତର୍ଗତ କରୁଆ ପଞ୍ଚାୟତର ମାଣିକପୁରା ଗ୍ରାମରେ ଆଜି ଲଙ୍ଗଳେଶ୍ୱର ବନ ବିଭାଗର ଫରେଷ୍ଟର ଶଶୀଧର ମହାନ୍ତି, ଗାର୍ଡ ପ୍ରମିଳା ସେନ ଏବଂ…