Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଶେଷ ହେଲା ଆମ୍ବାଦଳା ପ୍ରସିଦ୍ଧ ନିଆଁମଡା ବାଲି ଯାତ୍ରା

81 0

ରାୟଗଡା : (ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଠାରେ ଦଣ୍ଡ ଭୈରବଙ୍କ ପାରମ୍ପରିକ ପବିତ୍ର ବାଲି ଯାତ୍ରା ବହୁ ବର୍ଷ ଧରି ଚାଲି ଆସିଥିବା ବେଳେ  ଶେଷ ଦିନରେ ପହଞ୍ଚିବା ସହ ଅଞ୍ଚଳର ଭକ୍ତ ମାନଙ୍କ ଭିଡ ଜମିଥିବା ଦେଖିବକୁ ମିଳିଛି। ପରମ୍ପରା ଅନୁଯାଇ ୧୨ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରା ପାଇଁ ବୁଧବାର ଦିନ ନଦୀରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବାଲି ଆଣି ସେଥିରେ ବିଭିନ୍ନ ଶସ୍ୟ ବୁଣାଯାଇଥିଲା। ପରେ ଷଷ୍ଟିତିଥି ବା ଶେଷଦିନ ମହା ଆଡମ୍ବରରେ ଯାତ୍ରା ପାଳନ କରାଯାଇଛି।

ସକାଳୁ ସକାଳୁ ଶ୍ରଦ୍ଧାଳୁ ମନେ ଆସି ପୂଜାର୍ଚନା କରିବା ସହ ମାନସିକ ଧାରିମାନେ ଭଗବାନ ଙ୍କୁ ପ୍ରାସାଦ ଚଢାଇ ଭକ୍ତି ଓ ନିଷ୍ଟା ର ସହ ଦଣ୍ଡ ଭୈରବ ଙ୍କୁ ଡାକିଲେ ଭଗବାନ ଗୁହାରି ଶୁଣିଥାନ୍ତି ବୋଲି ଲୋକଙ୍କ ବିଶ୍ଵାସ ରହିଥିବା ବେଳେ ଅଲୌକିକ ଶକ୍ତି ଯାହାକି କଞ୍ଚା ମାଠିଆରେ ବସିବା, କଣ୍ଟା ଦୋଳିରେ ଝୁଲିବା ପରି ଶକ୍ତିକୁ ଭକ୍ତିର ସହ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ସେହିପରି ଅଗ୍ନି ଭୈରବ ଙ୍କ କାଳୀଶି ଡହ ଡହ ତତଲା ରଡ ନିଆଁ ଉପରେ ଚାଲିବା ଦୃଶ୍ୟ ସମସ୍ତ ଅଞ୍ଚଳ ବାସୀଙ୍କୁ ଆଶ୍ଚର୍ଯ୍ୟ ନ୍ଵିତ କରିଥିଲା। ଶେଷରେ ଶ୍ରୀ ଦଣ୍ଡ ଭୈରବ ଙ୍କୁ ଗ୍ରାମ ପରିକ୍ରମା କରି ନିଜ ମନ୍ଦିର ନେଇ ରଖାଯିବାର ବିଧି ରହିଛି ବୋଲି ଯାତ୍ରା କମିଟି ସଭାପତି ଅର୍ଜୁନ ପାତ୍ର ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁ ମାନଙ୍କ ଭିଡ କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରସାସନ ପକ୍ଷରୁ ପୁଲିସ ମୁତୟନ କରାଯାଇଥିବା ଦେଖିବକୁ ମିଳିଛି।

Related Post

ଡାକ୍ତର ଖାନା ଅବ୍ୟବସ୍ଥା ପ୍ରତିବାଦ ରେ ଆମରଣ ଅନଶନ

Posted by - September 26, 2019 80
ଯାଜପୁର : (ଆନନ୍ଦ ଚଦ୍ର ସାହୁ)  ଡାକ୍ତରଖାନାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ…

ରେଲୱେ କଲ୍ୟାଣ ମଣ୍ଡପ ଠାରେ ବଙ୍ଗାଳି ସମାଜସେବା ସଙ୍ଗଠନ ପକ୍ଷରୁ ବଙ୍ଗାଳି ନବ ବର୍ଷ ପାଳିତ

Posted by - April 16, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଏପ୍ରିଲ ୧୪/୧୫ ତାରିଖରେ ବଙ୍ଗାଳି ନବ ବର୍ଷ ପାଳନ କରାଯାଇଥାଏ, ଏହି ବର୍ଷ ମଧ୍ୟ ଟିଟିଲାଗଡ଼ ବଙ୍ଗାଳି ସମାଜ ତରଫରୁ ସ୍ଥାନୀୟ…

ଜାତୀୟ ସଡ଼କ ସୁରକ୍ଷା କମିଟି ବୈଠକ

Posted by - August 25, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ)  ସୁବର୍ଣ୍ଣପୁର ଜିଲ୍ଳା ଜାତୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ…

ଖପ୍ରାଖୋଲ ରେ ସିଆରପିଏଫ୍ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - June 20, 2022 0
ଖପ୍ରାଖୋଲ:୨୦/୬(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସିଆରପିଏଫ୍ ୧୮୯ ବେଟେଲିଏନ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କମଣ୍ଡେଣ୍ଟ ପବନ କୁମାର ତିୱାରି…