ଅନୁଗୋଳ:ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ଅାଜି ସକାଳେ ସୁଶୀଲ ଦାସ (୧୯)ଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ସୁଶୀଲଙ୍କ ବାପା କରୁଣା ଦାସ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରି ତଦନ୍ତ କରୁଛନ୍ତି।
ସୂଚନାମୁତାବକ ସୁଶୀଲ ବନ୍ତଳା ଥାନା ପୁରୁଣା ଗଡ଼ ବଡଦାଣ୍ଡ ସାହି ଶୁକ୍ରବାର ସାପ୍ତାହିକ ହାଟ ନିକଟକୁ ଦଶହରା ନାଚ ଦେଖିବା ପାଇଁ ଯାଇ ଭୋର ଦୁଇଟାରେ ଘରକୁ ଫେରିଥିଲେ। ଏହାପରେ ଏକ ଟ୍ରଚ୍ଚ ଲାଇଟ୍ ଧରି ବାହାରକୁ ଯାଇ ସୁଶୀଲ ଆଉ ଫେରି ନ ଥିଲେ। ମଙ୍ଗଳବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି। ପ୍ରେମ ସମ୍ପର୍କକୁ ନେଇ ଯୋଜନାବଦ୍ଧ ଭାବରେ ଏକାଧିକ ଲୋକ ମିଶି ହତ୍ୟା କରିଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।
Facebook Notice for EU!
You need to login to view and post FB Comments!