ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ଅହିଂସା ରଥ ପ୍ରବେଶ କଲା କାଶୀପୁର ବ୍ଲକରେ

235 0

ରାୟଗଡା : (ଅଞ୍ଜନ କୁମାର ନାଏକ) ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଢ ସଂକଳ୍ପ କ୍ରମେ ସମଗ୍ର ରାଜ୍ୟରେ ଜାତୀୟ ପିତା ଓ ଅହିଂସା ର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପଥକୁ ଅନୁସରଣ କରି ହିଂସା କୁ ପରିତ୍ୟାଗ କରି ଅହିଂସା ର ଡରି ରେ ରାଜ୍ୟବାସୀଙ୍କୁ ବାନ୍ଧିବା ର ଆଭାନ ରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ରେ ଅହିଂସା ରଥ ପରିକ୍ରମା କରିବାର ସଂକଳ୍ପ ଯାହାକି’ ଚଳିତ ବର୍ଷ ଅଗଷ୍ଟ ୧୫ ଠାରୁ ଆସନ୍ତା ଆକ୍ଟବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାରାଦେଶରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ,ରାଜ୍ୟରେ ଅହିଂସା ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି ।ଏହି ଅବସରରେ କରାପୁଟ ଜିଲ୍ଲା ଠାରୁ ଦୁଇଟି ଅହିଂସା ରଥ ରାୟଗଡା ଜିଲ୍ଲା କୁ ପ୍ରଵେଶ କରିବାର ଥିବାବେଳେ ପୂର୍ବ ପ୍ରସ୍ତୁତି କ୍ରମେ କାଶୀପୁର ବ୍ଲକ କୁ ଏକ ଅହିଂସା ରଥ ପରିକ୍ରମା କରିବାର ଯୋଜନା ସାଫଲ୍ୟ ହୋଇଅଛି । କରାପୁଟ ଜିଲ୍ଲା ଠାରୁ ପ୍ରଥମେ ଅହିଂସା ରଥ ଟିକିରି କୁ ପ୍ରବେଶ କରିଥିଲା ଶନିବାର ପୂର୍ବାହ୍ନରେ ଟିକିରି ଠାରେ ପ୍ରଥମେ ଅହିଂସା ରଥ ପହଞ୍ଚିବା ପରେ ପ୍ରଶାସନ ଏବଂ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ ।

ବିଭିନ୍ନ ବିଦ୍ୟାଳୟ ଛାତ୍ରୀ ଛାତ୍ର, ଅଙ୍ଗନ ୱାଡ଼ି କର୍ମୀ,ମିଶନ ଶକ୍ତି ର ଏସ ଏଚ ଜିସଦସ୍ୟା ହର୍ଷ ଉଲ୍ଲାସ ବନ୍ଦାପଣା କରିବା ସହ ଗୋକୁଳ ମୁଣ୍ଡା ହାଟ ପଦା ଠାରୁ ଟିକିରି ସରକାରୀ ଉଚ୍ଛ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ କିଲୋମିଟର ବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ଵଳନ କରି ଥିଲେ ।ଠିକ ଏହିପରି ଟିକିରି ଠାରୁ କିଛି ସମୟ ପରେ କାଶୀପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଟି ପହଞ୍ଚିବା ପରେ କାଶୀପୁର ବାସୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଙ୍ଗନ ବାଡି କର୍ମୀ, ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ସଂଗଠନ ତରଫରୁ ଅହିଂସା ରଥକୁ ଏକ ବିରାଟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ରେ ଜଗନ୍ନାଥ ମନ୍ଦିର ଠାରୁ ସ୍ଥାନୀୟ ସରକାରୀ ଉଚ୍ଛ ବିଦ୍ୟାଳୟ ଅଭିମୁଖେ ରଥକୁ ପୂଜାର୍ଚନା ସହ ବନ୍ଧପଣା କରି ହୁଳହୁଳି ଦେଇ ପିଲାଙ୍କ ପାରମ୍ପରିକ ନୃତ୍ୟ ବାଦ୍ୟ ପରିବେଷଣ କରି ନିଆ ଯାଇଥିଲା ।

କାଶୀପୁର ହାଇସ୍କୁଲ ପଡିଆ ଠାରେ ମଧ୍ୟ ସମସ୍ତ ଶିକ୍ଷକଗଣ ପୂଜାର୍ଚ୍ଚନା କରିବା ପରେ କାଶୀପୁର ପୋଲିସ ପ୍ରଶାସନ ର ବିରାଟ ସୁରକ୍ଷାଘେରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ ପରିକ୍ରମା କରାଯାଇ ଥିଲା।ଏହି ଅବସରରେ ଅହିଂସା ରଥ ର ବିଶେଷତ୍ୱ ଏବଂ ଗାନ୍ଧିଜୀଙ୍କ ଅହିଂସା ବାର୍ତା ଓ ସ୍ୱାଧୀନତା ସଂଗ୍ରାମୀ ଜନନାୟକଙ୍କ ସମ୍ପର୍କରେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ଏବଂ ଅତିରିକ୍ତ ବ୍ଲକ ଅଧିକାରୀ ଶ୍ରୀମତୀ ପଦ୍ମିନୀ କଂହର ଦ୍ବାୟ ନିଜ ବିଚାର ପ୍ରକାଶ କରିଥିଲେ।ଏହି ଭବ୍ୟ ଉତ୍ସବରେ ଅତିରିକ୍ତ ବ୍ଲକ ଅଧିକାରୀ ଶ୍ରୀମତୀ କଂହର,ତହସିଲଦାର ଶରତ ଶବର,ଏ ବି ଇ ଓ ରେଙ୍ଗୁ ନାଏକ, ଜିପିଓ ରାଜେନ୍ଦ୍ର ପ୍ରସାଦ ପାଲ, ବିପିଏମଓ କାଶୀପୁର, ବିପିସି ବ୍ଲକ, ଓ ସନ୍ତୋଷ ପଟ୍ଟନାୟକ ମସରକାର ବିଭାଗ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ ମିଳିତ ଭାବେ ଅହିଂସା ରଥ କାଶୀପୁର ପରିକ୍ରମକୁ ସଫଳ ରୂପାୟନ କରିଥିଲେ ।ଉତ୍ସବର ସମାପ୍ତ ପରେ ଅହିଂସା ରଥ ଟି କାଶୀପୁର ଅନ୍ତର୍ଗତ ମାଣ୍ଡିବିଶି ପଞ୍ଚାୟତଦେଇ ରାୟଗଡା ଜିଲ୍ଲା କଲ୍ୟାଣି ସିଂପୁର ଅଭିମୁଖେ ଯାତ୍ରା କରିଥିଲା ।

Related Post

ଭିସୁଟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ

Posted by - January 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭିସୁଟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ୬ ଜଣ ଶେଷ ବର୍ଷର ଛାତ୍ରଙ୍କ ବିରୁଦ୍ଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଷ୍ଟୁଡେଣ୍ଟ ଓ୍ୱେଲଫେୟାର ଡିନଙ୍କ ଆକାଉଣ୍ଟରେ…

ନବରଙ୍ଗପୁର ଜିଲ୍ଲାସ୍ତରୀୟ ଏଣ୍ଟି କରେପସନ ପାଉଣ୍ଡସେନ ଓପ ଇଣ୍ଡିଆ ର ସଚେତନତା ଅଭିଯାନ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲା କୋଷାଗୁମଡ଼ା ଠାରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଏଣ୍ଟି କରେପସନ ଓପ ଇଣ୍ଡିଆ ଦୁର୍ନୀତି ବିରୋଧରେ ସଚେତନତା ଅଭିଯାନ ଆରମ୍ଭ ହଇଯାଇଛି।କୋସାଗୁମଡା ସବାପତି…

ବୌଦ୍ଧ ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ କଲୋନୀରେ ବିଭିନ୍ନ ପ୍ରତିଯୋଗିତା

Posted by - September 24, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେ ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ…

ମା ମଙ୍ଗଳାଙ୍କ ପୀଠରେ ପାଳିତ ହେଲା ଦୀପାବଳି

Posted by - November 5, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ )ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ମନ୍ଦିରରେ ପାଳିତ ହେଲା ଦୀପାବଳି। ମା’ଙ୍କ ପୀଠରେ ହଜାର ହଜାର ସଂଖ୍ୟକ ଦୀପ ପ୍ରଜ୍ବଳନ…

ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ । ଛତିଶଗଡ଼ ରାୟଗଡ଼…