Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆକ୍ସନ ମୋଡ଼ରେ ବୌଦ୍ଧ ଜିଲ୍ଲାପାଳ

37 0

ବୌଦ୍ଧ:  (ଚିତ୍ତରଞ୍ଜନ ସିଂ) ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ,ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ,ଦାଦନ ଶ୍ରମିକ,ବେସାମରିକ ଯୋଗାଣ ଏବଂ ମତ୍ସ୍ୟ ବିଭାଗର ବିଭିନ୍ନ କ୍ଷେତ୍ର ଚଢାଉ ପାଇଁ ୫ ଟି ଟିମ ଗଠନ କରାଯାଇଥିଲା । ଉପଜିଲ୍ଲାପାଳ ସମସ୍ତ ଚଢାଉ ଟିମ୍ ର ମୁଖ୍ୟ ଭାବରେ ନେତୃତ୍ୱ ନେବେ । ଖାଦ୍ୟ ସୁରକ୍ଷା ମେଜିକ୍ ବକ୍ସ ସମସ୍ତ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ୱାବଧାନରେ ଯୋଗାଇଦିଆଯିବ । ଖାଦ୍ୟ ସୁରକ୍ଷା ଅଧିକାରୀ ଆସନ୍ତା ୭ ଦିନ ମଧ୍ୟ ଟାଉନହଲ ଠାରେ ଆଇ.ଇ.ସି ମାଧ୍ୟରେ ତାଲିମ ପ୍ରଦାନ କରି ସଚେତନ କରିବେ ।

କ୍ୱାକ୍‌,ପେଟ୍ରୋଲ ପମ୍ପ,ଗ୍ୟାସ ଏଜେନ୍ସି,ହୋଟେଲ,ମେଡିସିନ ଷ୍ଟୋର,ବିଭିନ୍ନ ପାଥୋ କ୍ଳିନିକ,ଅଲଟ୍ରାସାଉଣ୍ଡ ମେସିନ ଆଦି ଉପରେ ଚଢାଉ କରି ମାନ ଓ କାର୍ଯ୍ୟକାରୀତା ଯାଞ୍ଚ କରିବେ । ଏହି ଟିମ୍‌ରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ ଜିଲ୍ଲା ସାରା ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଡ୍ରଗ ଇନିସପେକ୍ଟର, ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ଅତିରକ୍ତ ଯୋଗାଣ ଅଧିକାରୀ ବିଷ୍ଣ ପ୍ରସାଦ ପ୍ରଧାନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେର.ମତ୍ସ୍ୟ ବିଭାଗ ଅଧିକାରୀ କନ୍ୟାକୁମାରୀ ସାହୁ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Post

ଅହିଂସା ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - September 21, 2022 0
ବିଷମ କଟକ :(ରାମାକାନ୍ତ ପୋଢଳ )ଅଗଷ୍ଟ ପନ୍ଦର ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ଉଦଘାଟନ କରାଯାଇଥିବା ବେଳେ ସାରା ରାଜ୍ୟରେ ଅହିଂସା ରଥ କୁ…

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ

Posted by - November 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କୋଭିଡ ମହାମାରୀ ଆତଙ୍କ ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଛି ସ୍କୁଲ। ହସ ହସ ମୁହଁରେ ପୁଣି ନିଜ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହାପାଠୀ…

ମଥୁରା ପଂଚାୟତର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳ

Posted by - December 25, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତର ବୃନ୍ଦାବନ (କେଳାକଟl )ଠାରେ ନବନିର୍ମିତ ବାଳସୃଧର ଗୃହ, ମଥୁରା(କେଳାକଟା )ପଂଚାୟତ ହାଇସ୍କୁଲ, ଗୋପ, ମଥୁରା, ବୃନ୍ଦାବନରେ ରାଧାକୃଷ୍ଣଙ୍କ ଲୀଳା…

ଓଡ଼ିଶା ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - July 25, 2022 0
ଯାଜପୁର:ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ବାର୍ଷିକ ଉତ୍ସବ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଂଜନ କୁମାର ଦାସ ଯୋଗ ଦେଇ ଆଧୁନିକ ନାରୀ ଙ୍କ ମନରୁ ଖୁସି କମି କମି ଯାଉଛି ଏବଂ  ଆଧୁନିକ ଯୁଗରେ ମୋବାଇଲ ଓ ଟେଲିଭିଜନ୍ ମହିଳା ମାନଙ୍କ ମନରୁ ଖୁସି ଛଡ଼ାଇ ନେଇଛି ବୋଲି କହିଥିଲେ । ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ସଭାପତି ଶ୍ରୀମତୀ ବିଦ୍ୟୁତଲତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଟକ ଶାଖାର ଆବାହକ ରୁମ୍‌ଝୁମ ନାୟକ, ଭୂବନେଶ୍ୱର ଶାଖାର ଉପସଭାପତି ପ୍ରଭା ପଟନାୟକ ଯୋଗ ଦେଇଥିବା ବେଳେ ଆବାହିକା ସଂଯୁକ୍ତା ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ Iଏହି ଉତ୍ସବରେ ସଂସଦର ମୁଖପତ୍ର ‘ଯଜ୍ଞା’ ସମେତ ବହୁ ପୁସ୍ତକ ଓ ପତ୍ରିକା ଉନ୍ମୋଚିତ ହୋଇଥିଲା ।  

ଖଡ଼ଗପୁର ଡି. ଆର୍. ଏମ୍. ଙ୍କ ନୀଳଗିରି ଗୋପୀନାଥ ପୁର ରେଲୱେ ସାଇଡିଂ ଗସ୍ତ

Posted by - January 2, 2022 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ଆଗାମୀ ୭ ତାରିଖ ଦିନ ଗୋପୀନାଥ ପୁର ରେଳଷ୍ଟେସନ୍ ର ଶୁଭ ଶିଳାନ୍ୟାସ କରିବେ, ଭାରତ ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ଵିନୀ କୁମାର…