Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭବାନୀପାଟଣା ଠାରେ ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍”୨୦୨୨ର ପ୍ରଥମ ସଂସ୍କରଣ ପାଳିତ

30 0

ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଭବାନୀପାଟଣା ପୌରପରିଷଦ ଦ୍ଵାରା ସ୍ୱଚ୍ଛତା ଲିଗ କାର୍ଯ୍ୟକ୍ରମର ଅଂଶବିଶେଷ ସହରରେ ସ୍ୱଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହା ଆଜିଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।ଭବାନୀପାଟଣା ସହରକୁ ଏକ ସବୁଜ ,ସୁନ୍ଦର,ସ୍ୱଚ୍ଛ,ଆବର୍ଜନା ମୁକ୍ତ ଓ ପରିମଳ ଯୁକ୍ତ ସହର ରୂପେ ଗଢ଼ିବା ପାଇଁ ଭବାନୀପାଟଣା ପୌର ପରିଷଦ ତରଫ ରୁ ଏକ ବିଶାଳ ଜନ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧୀପାର୍କ ଠାରେ ପହଞ୍ଚିଥିଲା।ସ୍ୱଚ୍ଛ ଭାରତ ମିଶନ ର ଆଠ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ” ସ୍ୱଚ୍ଛ ଅମୃତ ମହୋତ୍ସବ” ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ଘୋଷଣା କରିଥିଲେ । ଏଥିରେ ମୁଖ୍ୟତଃ ଯୁବପିଢ଼ି ଙ୍କ ସହଭାଗିତାକୁ ପ୍ରାଧାନ୍ୟ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଦେଶର ୧୮୫୦ ରୁ ଅଧିକ ସହର ଭାଗ ନେଇଛନ୍ତି। ଏହି ଶୋଭାଯାତ୍ରାରେ ନଗରପାଳ ଶ୍ରୀମତୀ ସଂଯୁକ୍ତା ବେହେରା,ଉପ ନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ,କଳାହାଣ୍ଡି ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ୍ ସଭାପତି ଶ୍ରୀ ଭବାନୀ ଶଙ୍କର ନିଆଲ,ନିର୍ବାହୀ ଅଧିକାରୀ ଶ୍ରୀ ବଳୟ ଦେହୁରୀ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା,ଯୁବ ସଂଯୋଜକ ଶ୍ରୀ ପ୍ରସନ୍ନ କୁମାର ମେହେର, ଡି ଡି(ପ୍ଲାନିଂ )ଶ୍ରୀକାନ୍ତ ଦଳେଇ, ପୌର ଯନ୍ତ୍ରୀ ଶ୍ରୀ ସମୀର ଠାକୁର,ପରିଷଦର ସମସ୍ତ ପରିଷଦ ସଭ୍ୟ/ସଭ୍ୟା,ସମସ୍ତ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ,ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ସଭ୍ୟ ତଥା ପୌରପରିଷଦ ର କର୍ମଚାରୀ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମକୁ ପୌରପରିଷଦର ପରିମଳ ଅଧିକାରୀ ତପନ ନାୟକ,ବଳରାମ କୁରେଶି ଓ ମଦନ ରାଉତ ସୁଚାରୁ ରୂପେ ପରିଚାଳନା କରିଥିଲେ।

Related Post

୫୨କେଜି ନକଲି କୀଟନାଶକ ଔଷଧ ଧରିଲେ FMC କମ୍ପାନୀ କତ୍ତୃପକ୍ଷ

Posted by - February 16, 2022 0
କେସିଙ୍ଗା;(ପୀତେଶ ପଟେଲ)କେସିଙ୍ଗା ସ୍ଥିତ ହରିଓଁ ସିଡ୍ସ FMC କମ୍ପାନୀ ର ନକଲି ଫଟେରା ବିକ୍ରୀ କରୁଥିବାବେଳେ ,ଅଚାନକ ଚଢ଼ାଉ କରି ଦୋକାନ ରୁ ୫୨ କେଜି ଫଟେରା…

ସ୍ୱଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

Posted by - September 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । କେନ୍ଦ୍ର ଓ ରାଜ୍ୟ…

ନାନ୍ଦୁପଲାରେ ପୋଲିସର ଜନ ସମ୍ପର୍କ ଶିବିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହ ମାଗଣା ସ୍ବାସ୍ଥ୍ୟ ଶିବିର ଓ କମ୍ବଳ ବଣ୍ଟନ

Posted by - December 25, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଖେଳ ପଡିଆଠାରେ ପୋଲିସର ଜନସମ୍ପର୍କ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ…

ରାସ୍ତା କଡରେ ଛିଡା ହେଇଥିବା କାର୍ କୁ ପଛରୁ ପିଟିଲା ପିକପ୍, ଅଳ୍ପକେ ବର୍ତିଲେ ଚାଳକ

Posted by - July 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଗାନ୍ଧୀ ଗ୍ରାମ ନିକଟରେ ଆଜି ସକାଳେ ଗୋଟିଏ କାର୍ ସହ ପିକପ୍…

ଯାଜପୁର ଜିଲ୍ଲାରେ ଅମ୍ପାଂନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

Posted by - May 21, 2020 0
ଯାଜପୁର : ୨୧ ।୫: ଅମ୍ପାଂନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ…