ICICI ବ୍ୟାଙ୍କ ରାୟଗଡା ତରଫରୁ ପାଞ୍ଚ ଦିନିୟ ତାଲିମ ଶେଷ

294 0

ରାୟଗଡା : (ଅଞ୍ଜନ କୁମାର ନାଏକ) ରାୟଗଡ଼ା ICICI ବ୍ୟାଙ୍କ ତରଫରୁ ରାୟଗଡା ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ଭାବେ କାଶୀପୁର ବ୍ଲକ ର ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ପାଇଥିବା ପ୍ରାଣୀ ମିତ୍ରଙ୍କୁ ନେଇଁ ଏକ ପଞ୍ଚାଦିନିଆଁ ଶିବିର ରାୟଗଡା ଠାରେ ଅନୁଷ୍ଠିତ ହୋଇଥିଲା।ତା ୧୬/୯/୨୦୨୨ ରିଖ ଦିନ ରାୟଗଡା ICICI ବ୍ୟାଙ୍କ ଏବଂ ICICI Foundation ର ଆର୍ଥିକ ସହାୟତା ଏବଂ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ରାୟଗଡ ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର, ରାୟଗଡ ର ପ୍ରଶିକ୍ଷଣ କେନ୍ଦ୍ର ଠାରେ କାଶୀପୁର ବ୍ଲକ ପାଇଁ ICICI Foundation ଦ୍ୱାରା ନିଯୁକ୍ତ ପଶୁ ସଖୀ ଏବଂ ଆଞ୍ଚଳିକ ପ୍ରାଣୀସମ୍ପଦ ପରିଚାଳକ(CLM )ଙ୍କ ପାଇଁ ଆୟୋଜିତ ଛେଳି ମୂଲ୍ୟ ଶୃଙ୍ଖଲା, ଛେଳି ର ପ୍ରାଥମିକ ଚିକିତ୍ସା ଏବଂ ଟିକାକରଣ ସମ୍ବନ୍ଧିତ ପାଞ୍ଚ ଦିନିଆ ବୃତ୍ତିଗତ ଦକ୍ଷତା ବିକାଶ ତାଲିମ ଶିବିର ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଦ୍ଧା ଦେବ ସିଂ ଙ୍କର ଦ୍ୱାରା ଉଦଯାପିତ ହେଲା I

ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ହାଡିବନ୍ଧୁ ଭୋଇ, ICICI ବ୍ୟାଙ୍କ ରାୟଗଡା ଶାଖା ପରିଚାଳକ ଶ୍ରୀ ସରୋଜ କୁମାର ମହାପାତ୍ର, ICICI Foundation ର ପ୍ରକଳ୍ପ ପରିଚାଳକ ଶ୍ରୀ ଆଦିତ୍ୟ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ର ଅନ୍ୟ ଅଧିକାରୀ ଏବଂ ICICI Foundation ର କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ତତ୍ୱାବଧାନ ରେ ବରିଷ୍ଠ ପ୍ରାଣୀ ଚିକିତ୍ସକ ମାନଙ୍କ ଦ୍ୱାରା ଛେଳି ପାଳନ, ପ୍ରାଥମିକ ଚିକିତ୍ସା ଏବଂ ଟିକାକରଣ ତଥା ଅନ୍ୟାନ୍ୟ ବିଷୟରେ ୧୨/୯/୨୦୨୨ ରୁ ୧୬/୯/୨୦୨୨ ପର୍ଯ୍ୟନ୍ତ ସମୁଦାୟ ୩୨ ଜଣ ପଶୁସଖୀ ଏବଂ ୩ ଜଣ CLM ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ କୁ ଡେଭେଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତା ପରିଚାଳନା କରିଥିଲେ I

Related Post

ଠେଲକୋଲେଇ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

Posted by - December 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ପରିସରରେ ଆଜି ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବିଧୁଭୁଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ଜିଲ୍ଲା ବୟନ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଉପ ବୟନ ଶିଳ୍ପ କାର୍ଯ୍ୟାଳୟ କରାଯିବା ପ୍ରତିବାଦରେ…

ଦଶହରା ଅବସରରେ ପାଳିତ ହୋଇଛି ଖଡ୍ଗ ଯାତ୍ରା 

Posted by - October 17, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ଗୁହାଳୀ ଉହାସ ରେ ଦଶହରା ଅବସରରେ ପାଳିତ ହୋଇଛି ଖଡ୍ଗ ଯାତ୍ରା l କରୋନା କଟକଣା ପାଇଁ କେବଳ ପାରମ୍ପରିକ ରୀତି ନିତି ଅନୁଯାଇ ଏହି…

କ୍ଵାରେଣ୍ଟଇନ ଅବ୍ୟବସ୍ଥାକୁ ନେଇ ଯାଜପୁର ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ସାକ୍ଷାତ

Posted by - May 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରା ପୃଥିବୀରେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣରୁ ଦୁରରେ ରହିବା ପାଇଁ ସରକାର ବିଭିନ୍ନ…

ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା

Posted by - March 9, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଆଜି ପବିତ୍ର ଦୋଳ ପୂର୍ଣ୍ଣମି ।ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ…