Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସାର ଓ କୀଟନାଶକ ଗୋଦାମ ସହ ଦୋକାନରେ ଅଚାନକ ଚଢ଼ାଉ

28 0

ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ରେ ଆଜି ଜିଲ୍ଲାର ବିନିକା ସହର ଓ ସିଂହୀଯୁବା ସ୍ଥିତ ବିଭିନ୍ନ ବିଭିନ୍ନ ସାର ଓ କୀଟନାଶକ ଗୋଦାମ ଓ ବିକ୍ରୟ କେନ୍ଦ୍ରରେ ଅଚାନକ ଚଢ଼ାଉ କରାଯାଇ ଆନୁସଙ୍ଗିକ କାଗଜ ପତ୍ର ଯାଞ୍ଚ କରାଯାଇଛି l ଚଢ଼ାଉରେ ବିନିକା ଆଇ ଆଇ ସି,ବ୍ଲକ କୃଷି ଅଧିକାରୀ, ରାଜସ୍ବ ନିରୀକ୍ଷକ,ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସହାୟକ ଦୀପକ କୁମାର ବିଶ୍ୱାଳ,ମାନସ ସାହୁ ପ୍ରଭୁତି ସାମିଲ ରହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ଠାରେ ସାର ଓ କୀଟନାଶକ କଳାବଜାରୀ ହେତୁ ଜୟ ଶଙ୍କର ଷ୍ଟୋର ର ପଞ୍ଜିକରଣ କୁ ବାତିଲ କରିଦିଆଯାଇଥିବା ବେଳେ ଅନ୍ୟ ଏକ ସାର ଗୋଦାମ ବାଲାଜୀ ଷ୍ଟୋରକୁ ଷ୍ଟକରେ ଅବ୍ୟବସ୍ଥିତ ଓ ଗୋଦାମରେ ଅନିୟମିତତା ହେତୁ ଷ୍ଟୋରକୁ ବନ୍ଦ କରାଯାଇଛି l

ସେହିପରି ବିନିକା ସହର ସ୍ଥିତ ଦଣ୍ଡସେନା ସୀଡ଼ସ ଓ ପେଷ୍ଟିସାଇଡ ଏବଂ ପାର୍ବତୀ ଏଣ୍ଟରପ୍ରାଇଜେସ ଉଭୟ ଦୋକାନ କୁ ମଧ୍ୟ ସାର କଳାବଜାରୀ ତଥା ଅବ୍ୟବସ୍ଥିତ ପରିଚାଳନା, ବିଲ ମିସମେଚ,ନିମନ୍ତେ ବନ୍ଦ କରିଦିଆଯାଇଛି l ଜିଲ୍ଳା ର କୃଷି ଓ କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତଥା ଜିଲ୍ଳା ରେ ସାର, କୀଟନାଶକ ପ୍ରଭୁତି ର କଳାବଜାରୀ କୁ ରୋକିବା ନିମନ୍ତେ ବ୍ୟାପକ ଚଢ଼ାଉ ସହିତ ଯାଞ୍ଚ କରାଯିବ l ଆଗକୁ ଯେଉଁ ବ୍ୟବସାୟୀ ବେନିୟମ ଭାବେ ସାର କିମ୍ବା କୀଟନାଶକ ରେ କଳାବଜାରୀ କରୁଥିବା ଜଣାପଡେ ତେବେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବl ସହିତ ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ମଧ୍ୟ କରାଯିବ l ଏଣୁ ଜିଲ୍ଲାର ସମସ୍ତ ସାର ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ଆବଶ୍ୟକ କାଗଜାଦ ଓ ବ୍ୟବସ୍ଥା ର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ କରି ରଖିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି l

 

Related Post

ବିଷ ପିଇ ମହିଳାଙ୍କ ଅତ୍ମହତ୍ୟା

Posted by - September 18, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର ବଡ଼ ସାଦରା ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ଆତ୍ମହତ୍ୟା କରିଥିବା…

କରୋନା ଯୋଗୁ ଜିଲ୍ଲାରେ କୌଣସି ପୂଜା, ଯାନିଯାତ୍ରା କରାଯାଇ ପରିବ ନାହିଁ :ଯାଜପୁର ଜିଲ୍ଲାପାଳ

Posted by - April 12, 2020 0
ଭୁବନେଶ୍ୱର: ୧୨/୪: କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍ ଲାଗୁକରାଯାଇଥିବା ପରି ପ୍ରେକ୍ଷୀରେ ସମସ୍ତ ର୍ଧାମିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ବାରଣ କରାଯାଇଛି । କେବଳ ବିଧିରକ୍ଷା…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ମୋ ସରକାର ହେଲ୍ପ ଡେସ୍କ

Posted by - February 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ପଂଚାୟତିରାଜ ବିଭାଗ କୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ…

କଳାହାଣ୍ଡି ଲେଖିକା ସଂଘର ବୈଠକ

Posted by - June 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲେଖକ କଳା ପରିଷଦଠାରେ କଳାହାଣ୍ଡି ଲେଖିକା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…